Indian Woman Skydives / ସ୍ୱପ୍ନ ସାକାର କଲା ପୁଅ ! ମହିଳାଙ୍କ ଜିଦ୍ ଥିଲା ସ୍କାଏ ଡାଇଭିଂ କରିବେ...

Key Points
ଲୀଲା ବର୍ଷ ବର୍ଷ ଧରି ଏହି ସ୍ୱପ୍ନକୁ ନିଜ ମନ ଭିତରେ ଚାପି ରଖିଥିଲେ ।
ଏବେ ଏହି ସ୍ୱପ୍ନ ତାଙ୍କର ପୁରଣ ହୋଇଛି ।
କଥାରେ ଅଛି.. ଯଦି ଆପଣଙ୍କ ପାଖରେ ସାହସ ଏବଂ ଆଗ୍ରହ ଥିବ, ତେବେ ବୟସ କେବେ ବି ଏକ ପ୍ରତିବନ୍ଧକ ହୋଇପାରିବ ନାହିଁ । କେରଳର ୭୧ ବର୍ଷୀୟା ଲୀଲା ଜୋସ୍ ଏହା ପ୍ରମାଣିତ କରିଛନ୍ତି। ସେ ୧୩ ହଜାର ଫୁଟ ଉଚ୍ଚତାରୁ ସ୍କାଏଡାଇଭିଂ କରି ଇତିହାସ ସୃଷ୍ଟି କରିଛନ୍ତି । ସେହି ଉଚ୍ଚତାରୁ ଡେଇଁଥିବା ସବୁଠାରୁ ବୟସ୍କା ମହିଳା ହୋଇସାରିଛନ୍ତି ଲୀଲା ।
ଲୀଲା ବର୍ଷ ବର୍ଷ ଧରି ଏହି ସ୍ୱପ୍ନକୁ ନିଜ ମନ ଭିତରେ ଚାପି ରଖିଥିଲେ । ଏବେ ଏହି ସ୍ୱପ୍ନ ତାଙ୍କର ପୁରଣ ହୋଇଛି । ତାଙ୍କର ଏହି ସଫଳତା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଏବଂ ଲୋକମାନେ ତାଙ୍କ ସାହସକୁ ପ୍ରଶଂସା କରୁଛନ୍ତି।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଯେତେବେଳେ ବି ଲୀଲା ତାଙ୍କ ସହର ଉପରେ ଉଡ଼ାଜାହାଜ ଉଡ଼ୁଥିବାର ଦେଖୁଥିଲେ, ତାଙ୍କ ମନରେ ମଧ୍ୟ ଆକାଶରେ ଉଡ଼ିବାକୁ ଇଚ୍ଛା ହେଉଥିଲା। ସେ ଅନେକ ସମୟରେ ନିଜ ସମସାମୟିକ ବୟସର ମହିଳାମାନଙ୍କୁ ସ୍କାଏଡାଇଭିଂ ବିଷୟରେ କହିଛନ୍ତି । କିନ୍ତୁ ସେମାନେ ଏହାକୁ ହସି ଉଡ଼ାଇ ଦେଇଥାନ୍ତି । ସମସ୍ତଙ୍କର ଯୁକ୍ତି ଥିଲା ଯେ ଏହି ବୟସରେ ଏହା ସମ୍ଭବ ନୁହେଁ । କିନ୍ତୁ ଲୀଲା କେବେ ତାଙ୍କ ସ୍ୱପ୍ନକୁ ମରିବାକୁ ଦେଇ ନଥିଲେ। ସେ ପ୍ରମାଣ କରିଥିଲେ ଯେ, ଯଦି ମନ ଓ ହୃଦୟ ଯବାନ ରହିଛି, ତେବେ ବୟସ କେବଳ କ୍ୟାଲେଣ୍ଡରରେ ଏକ ସଂଖ୍ୟା ସହିତ ସମାନ । ସାହସ ଆଉ ମନରେ ଜୋସ୍ ଥିଲେ ଯେକୌଣସି ଲକ୍ଷ୍ୟ ବି ହାସଲ କରାଯାଇପାରିବ।
ପୁଅ ପୂରଣ କଲା ମାଆର ସ୍ୱପ୍ନ
ଲୀଲା ଗତ ମାସରେ ଦୁବାଇ ଯାଇଥିଲେ । ଯେଉଁଠାରେ ତାଙ୍କ ପୁଅ ଅନିଶ ଜଣେ ସିଭିଲ୍ ଇଞ୍ଜିନିୟର ଭାବରେ କାମ କରନ୍ତି। ଯାତ୍ରା ସମୟରେ, ସେ ତାଙ୍କ ପୁଅ ଆଗରେ ସ୍କାଏଡାଇଭ୍ କରିବାର ଇଚ୍ଛା ପ୍ରକାଶ କରିଥିଲେ। ପ୍ରଥମେ ତାଙ୍କ ପୁଅ ଭାବିଥିଲା, ମାଆ ମଜା କରୁଛନ୍ତି । କିନ୍ତୁ ପରେ ସେ ସିରିୟସ ବୋଲି ଜାଣିଥିଲେ, ଆଉ ଏନେଇ ମୁଣ୍ଡ ଖେଳାଇବା ଆରମ୍ଭ କରିଥିଲେ । କେମିତି ମାଆଙ୍କ ସ୍ୱପ୍ନ ପୂରଣ ହେବ, ସେ ଦିଗରେ ବୁଝାସୁଝା କରିଥିଲେ । ଅନିଶ ମାଆଙ୍କୁ ବୁଝା ସୁଝା କରି ଚୁପ୍ କରିବା ଅପେକ୍ଷା, ତାଙ୍କ ସାହସ ଓ ଇଚ୍ଛା ଶକ୍ତିକୁ ସମ୍ମାନ ଜଣାଇଥିଲେ । ମାଆଙ୍କ ଏହି ଆଡ୍ଭେଞ୍ଚରକୁ ପୂରା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ ।
୨ ଲକ୍ଷ ଟଙ୍କାରେ ସ୍ୱପ୍ନ ସାକାର ହେଲା
ଅନୀଶ ଦୁବାଇର ଏକ ପ୍ରଫେସ୍ନାଲ ସ୍କାଏଡାଇଭିଂ ଟଇମ୍ ସହିତ ଏକ ଟଣ୍ଡେମ ଜମ୍ପ ବୁକ୍ କରିଥିଲେ। ଜଣେ ୭୧ ବର୍ଷୀୟ ମହିଳା ସ୍କାଏଡାଇଭିଂ କରିବାକୁ ଯାଉଥିବାର ଜାଣି ପୁରା ଟିମ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅନୀଶ ବିମାନ ଯାତ୍ରା, ପ୍ରଶିକ୍ଷକ ଏବଂ ଭିଡିଓଗ୍ରାଫି ସମେତ ଏହି ଦୁଃସାହସିକ ଇଭେଣ୍ଟ ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଡେଇଁବା ସମୟରେ ଲୀଲା ଅତ୍ୟନ୍ତ ଆତ୍ମବିଶ୍ୱାସୀ ଦେଖାଯାଉଥିଲେ ଏବଂ ଅବତରଣ କରିବା ପରେ ତାଙ୍କ ସେ ଖୁସିରେ ବିଭୋର ଥିଲେ । ତାଙ୍କ ମୁହଁ ଆନନ୍ଦରେ ଉଛୁଳି ଉଠିଥିଲା । ଏହି ମୁହୂର୍ତ୍ତ କେବଳ ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ପରିବାର ପାଇଁ ସ୍ମରଣୀୟ ହୋଇଗଲା। ଲୀଲା ଦେଖାଇଦେଲେ ଯେ ଜୀବନ ଜିଇଁବା ପାଇଁ ବୟସ ନୁହେଁ ସାହସ ହି ଗୁରୁତ୍ୱପୂର୍ଣ୍ଣ।
📱 Get Argus News App
✨Related Topics
Explore more stories