Viral News / Video Viral: ଷ୍ଟୋରରୁ ଚୋରି ଅଭିଯୋଗ, ପୋଲିସ କଲା ପଚରା ଉଚରା

Key Points
ମହିଳାଙ୍କ ଅବସ୍ଥା ଦେଖି ପୋଲିସ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। ଜଣେ ଅଧିକାରୀ କହିଲେ, "ଗମ୍ଭୀର ନିଶ୍ୱାସ ନିଅ, ନଚେତ୍ ଆମେ କିପରି କଥା ହୋଇପାରିବା ?"
ଗତ ଜାନୁଆରୀରେ, ଜଣେ ଭାରତୀୟ ମହିଳାଙ୍କୁ ଆମେରିକାର ଏକ ଟାର୍ଗେଟ୍ ଷ୍ଟୋରରୁ ଚୋରି କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଥିଲା । ଏହି ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।
ଭିଡିଓରେ ଦେଖାଯାଉଛି ଯେ ମହିଳା ଜଣକ କାନ୍ଦୁଛନ୍ତି । ନିଶ୍ୱାସ ନେବାରେ କଷ୍ଟ ହେଉଛି ଏବଂ ପୋଲିସ ତାଙ୍କୁ ପଚରାଉଚରା କରୁଛି। ପୋଲିସ ସ୍ପଷ୍ଟ ଭାବରେ କହୁଛି, "ତୁମେ ଏପର୍ଯ୍ୟନ୍ତ ମୁକ୍ତ ହୋଇନାହଁ, ତୁମକୁ ଯିବାକୁ ଅନୁମତି ନାହିଁ।"
ମହିଳାଙ୍କ ଅବସ୍ଥା ଦେଖି ପୋଲିସ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। ଜଣେ ଅଧିକାରୀ କହିଲେ, "ଗମ୍ଭୀର ନିଶ୍ୱାସ ନିଅ, ନଚେତ୍ ଆମେ କିପରି କଥା ହୋଇପାରିବା ?"
ଭିଡିଓରେ ମହିଳା ଜଣକ କହୁଛନ୍ତି ଯେ ସେ ଭଲ ଇଂରାଜୀ କହିପାରନ୍ତି ନାହିଁ ଏବଂ ତାଙ୍କ ମୁଖ୍ୟ ଭାଷା ଗୁଜୁରାଟୀ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଜଣେ ଅନୁବାଦକର ଆବଶ୍ୟକତା ନାହିଁ। ପୋଲିସ ମହିଳାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ପଚାରିଥିଲା କାରଣ ସେ ଧଇଁସଇଁ ହେଉଥିଲେ।
ଏହାସହ ପଢ଼ନ୍ତୁ:- Odisha Politics: ପୁଣି ଶଂଙ୍ଖ ଭବନରୁ ଖସିବ ଇଟା ! ଆଉ ଜଣେ ବରିଷ୍ଠ ନେତା ଛାଡ଼ିବେ ଦଳ
ସିସିଟିଭି ଖୋଲିଦେଲା ପୋଲ
ପଚରାଉଚରା ସମୟରେ, ଟାର୍ଗେଟ ଷ୍ଟୋରର କର୍ମଚାରୀମାନେ ପୋଲିସକୁ ସିସିଟିଭି ଫୁଟେଜ୍ ଦେଖାଇଲେ। ଏଥିରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ଯେ ମହିଳା ଜଣକ ଜିନିଷ ଭର୍ତ୍ତି ଏକ ଟ୍ରଲି ଧରିଥିଲେ । କିନ୍ତୁ ବିଲ୍ ନଦେଇ ଦୋକାନରୁ ବାହାରକୁ ଚାଲିଯାଉଥିଲେ। ଜଣେ ଅଧିକାରୀ ମନ୍ତବ୍ୟ ଦେଇଛନ୍ତି, 'ମହିଳା ଜଣକ ଟ୍ରଲିରେ ଜିନିଷ ରଖିଲେ ତାପରେ ଚାଲିଗଲେ ?' ଷ୍ଟୋର କର୍ମଚାରୀ ମଧ୍ୟ ଉତ୍ତର ଦେଲେ, 'ହଁ.. ସେ ଜିନିଷ ଧରି ସିଧା ବାହାରିଯାଇଥିଲେ।'
ମହିଳା ଜଣକ ସ୍ୱୀକାର କରିଛନ୍ତି ଯେ ସେ ଚୋରି କରିଥିବା ଜିନିଷ ବିକ୍ରି କରିବାକୁ ଯୋଜନା କରୁଥିଲେ । ସେ କହିଛନ୍ତି, ତାଙ୍କ ପାଖରେ ୱାଶିଂଟନର ଡ୍ରାଇଭିଂ ଲାଇସେନ୍ସ ରହିଛି । ଷ୍ଟୋର କର୍ମଚାରୀମାନେ କହିଛନ୍ତି ଯେ ସେ ମହିଳା ଜଣକ ନିୟମିତ ଗ୍ରାହକ ଥିଲେ, କିନ୍ତୁ ପ୍ରଥମ ଥର ପାଇଁ ଚୋରି କରୁଥିବା ସମୟରେ ଧରାପଡ଼ିଲେ। ପୋଲିସ ତାଙ୍କୁ କହିଥିଲା, ଏହି ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡିବ।
ଏହାସହ ପଢ଼ନ୍ତୁ:Odisha Politics: ଅତି କୁହାଳିଆ ସାଜିଛନ୍ତି ସୁଲତା... ଜାଣିପାରୁ ନାହାନ୍ତି ସତ କ'ଣ ମିଛ କ'ଣ ?
ପୂର୍ବରୁ ମଧ୍ୟ ଏମିତି ଘଟଣା ଘଟିଛି
ଏହା ପ୍ରଥମ ଘଟଣା ନୁହେଁ। ଜୁଲାଇରେ, ଆଉ ଜଣେ ଭାରତୀୟ ମହିଳାଙ୍କୁ ଇଲିନୟାର ଏକ ଟାର୍ଗେଟ ଷ୍ଟୋରରୁ ପ୍ରାୟ ୧.୧ ଲକ୍ଷ ଟଙ୍କାର ଜିନିଷ ଚୋରି କରିବାର ଅଭିଯୋଗ ଆସିଥିଲା। ସେ ଷ୍ଟୋରରେ ସାତ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ ଏବଂ ପରେ ଟଙ୍କା ନଦେଇ ଜିନିଷ ନେଇ ଚାଲିଯିବାକୁ ଚେଷ୍ଟା କରିଥିଲେ।
ପୋଲିସର ବଡିକ୍ୟାମ୍ ଫୁଟେଜରେ, ମହିଳା ଜଣକ କ୍ଷମା ମାଗୁଥିବା ଦେଖାଯାଉଛି । ସେଥିରେ ସେ କହୁଛନ୍ତି, 'ମୁଁ ଏହି ଦେଶର ନୁହେଁ, ମୋତେ କ୍ଷମା କରନ୍ତୁ ।'
ମହିଳାଙ୍କ ଏଭଳି ବୟାନ ପରେ ପୋଲିସ ତାଙ୍କୁ କହୁଛି.. କ'ଣ ଭାରତରେ ଚୋରି କରିବା ପାଇଁ ଅନୁମତି ଦିଆଯାଉଛି କି ? ନାହିଁ ନା ! ତେବେ ବିଲ୍ ଯାଞ୍ଚ କରାଯିବା ପରେ ମହିଳାଙ୍କ ହାତରେ ହାତକଡ଼ି ପକାଇ କୋର୍ଟକୁ ନିଆଯାଇଥିଲା ।
📱 Get Argus News App
✨Related Topics
Explore more stories