Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିସ୍କୁଟ ମାଧ୍ୟମରେ ଆତଙ୍କୀ ସଫା

National

ବିସ୍କୁଟ ମାଧ୍ୟମରେ ଆତଙ୍କୀ ସଫା

Sudeshna Mishra
Browse all articles by Sudeshna Mishra
·1 year ago·3 min read
ବିସ୍କୁଟ ମାଧ୍ୟମରେ ଆତଙ୍କୀ ସଫା

Key Points

  • କାଶ୍ମୀରର ଟପ ଲସ୍କର-ଏ- ତୌଏବା କମାଣ୍ଡର ଉସ୍ମାନ
  • ଜାମ୍ମୁ ଓ କାଶ୍ମୀରର ଖୈନାରରେ ଆଣ୍ଟି ଟେରର ଅପରେସନ୍‌ 
  • ସୁରକ୍ଷାକର୍ମୀଙ୍କ ଆତଙ୍କୀନିପାତ ମିଶନରେ ବିସ୍କୁଟର ବଡ଼ ଭୂମିକା
  • ପାକିସ୍ତାନୀ ଆତଙ୍କୀ ଉସ୍ମାନକୁ ଟାର୍ଗେଟ
  • ଅସ୍ତ୍ର-ଶସ୍ତ୍ର ଗୋଳା-ବାରୁଦ କି ବନ୍ଧୁକ ନୁହେଁ
  • ନୂଆ ପ୍ଲାନ ଆରମ୍ଭ କଲା ଇଣ୍ଡିଆନ ଆର୍ମି


ଜାମ୍ମୁ କାଶ୍ମୀରରେ ନୂଆ ସରକାର ଆସିବା ପରେ ବି ଆତଙ୍କବାଦକୁ ନିପାତ କରିବା ଉମରଙ୍କ ପ୍ରଥମ ଲକ୍ଷ୍ୟ । ସେଇଥି ଲାଗି ତ ଆର୍ମିଙ୍କୁ ନେଇ ନୂଆ ମିଶନ ଆରମ୍ଭ ହୋଇଛି । ମିଶନର ଲକ୍ଷ୍ୟ, ଆତଙ୍କୀଙ୍କୁ ସମୂଳେ ନାଶ କରିବା । ସିଏ ପୁଣି ବିସ୍କୁଟ ମାଧ୍ୟମରେ । ହଁ...ଠିକ୍‌ ଶୁଣିଲେ ଆପଣ...ବିସ୍କୁଟ୍‌ରେ ହିଁ ନିପାତ ହେବେ ଆତଙ୍କୀ । 
 ଆତଙ୍କବାଦର ମୂଳୋତ୍ପାଟନ ପାଇଁ କଣ କେବେ ବିସ୍କୁଟ ବି ସାହାଯ୍ୟ କରିପାରିବ କି ? ଏହି ପ୍ରଶ୍ନ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, ହେଲେ ଏହା ୧୦୦ପ୍ରତିଶତ ସତ । କାଶ୍ମୀରରେ ସେନା ଆତଙ୍କବାଦୀଙ୍କୁ ଉଚିତ ସ୍ଥାନରେ ପଠାଇବା ପୂର୍ବରୁ ଅନେକ ବ୍ୟବସ୍ଥା କରିଛନ୍ତି । ଏହି ଜୁଗାଡ଼ ବ୍ୟବସ୍ଥାକୁ ନେଇ ସୈନ୍ୟମାନେ ଲସ୍କରର କମାଣ୍ଡରକୁ  ଅତି ସହଜରେ ନିପାତ କରୁଛନ୍ତି । 

କାଶ୍ମୀରରେ ଲସ୍କର-ଏ-ତୌଏବାର କମାଣ୍ଡର ଉସ୍ମାନ ବିରୋଧରେ ସୈନ୍ୟ ଅଭିଯାନରେ ଅଂଚଳର କୁକୁର ମାନେ ବଡ଼ ସମସ୍ୟା ଭାବେ ଉଭା ହେଉଥିଲେ । ପ୍ରକୃତ କଥା ଏହା ଯେ ଯବାନମାନେ ଅଂଚଳରେ ଆକ୍ଟିଭ ହେବା ମାତ୍ରେ କୁକୁର ମାନେ ଭୁକିବାକୁ ଲାଗନ୍ତି, ଯାହା ଫଳରେ ଆତଙ୍କବାଦୀଙ୍କୁ ବଡ଼ ହିନ୍‌ଟ୍ସ ମିଳିଯାଏ ଜବାନଙ୍କ ଆସିବାକୁ ନେଇ । ଅଧିକାରୀମାନଙ୍କ କହିବା କଥା ଯେ ଏହି ସ୍ଥିତିରେ ଯବାନ ମାନେ ଏକ ଜୁଗାଡ଼ ଖୋଜି ବାହାରି କଲେ । ସୈନ୍ୟଜବାନ ମାନେ ଭୁକୁଥିବା କୁକୁର ମାନଙ୍କୁ ଶାନ୍ତ କରିବା ପାଇଁ ବିସ୍କୁଟ ଦେବା ଆରମ୍ଭ କଲେ । ସେନାର ଏହି ପ୍ଲାନ ପରେ ଫଳଫ୍ରଦ ବି ହେଲା ।


ଏହି ଉପାୟ ଆଧାରରେ ଶନିବାରକୁ ଶ୍ରୀନଗରର ବହୁଳ ଜନସଂଖ୍ୟା ବିଶିଷ୍ଟ ଖାନୟାର ଅଂଚଳରେ ସାରା ଦିନ ଚାଲିଥିବା ଏନକାଂଉଟରରେ ଉସ୍ମାନକୁ ନିପାତ କରାଯାଇଛି । ଏହା ଦୁଇ ବର୍ଷରୁ ଅଧିକ ସମୟ ଧରି ଜମ୍ମୁ-କାଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗରରେ ପ୍ରଥମ ଗୁରୁତ୍ବପୂର୍ଣ୍ଣ ଏନକାଉଣ୍ଟର ଥିଲା । ସ୍ଥାନୀୟ ପୋଲିସ ଓ ସି.ଆର.ପି.ଏଫର ମିଳିତ ପ୍ରୟାସ କାରଣରୁ ଆତଙ୍କବାଦ ବିରୋଧୀ ଏହି ଅଭିଯାନ ସଫଳ ହେଲା । ତେବେ, ଅଧିକାରୀମାନଙ୍କ କହିବା କଥା ଯେ ଘାଟି ଅଂଚଳ ସହ ଭଲ ଭାବେ ଜଡ଼ିତ ଉସ୍ମାନ ୨୦୦୦ଦଶକ ଆରମ୍ଭରୁ ଆତଙ୍କୀ ଗତିବିଧି ସହ ବହୁ ଆଟାକକୁ ଅଂଜାମ ଦେବା ନେଇ ବେଶ କୁଖ୍ୟାତ ରହିଥିଲା। ପାକିସ୍ତାନରେ କିଛି ସମୟ ବିତାଇବା ପରେ ବର୍ଷ ୨୦୧୬-୧୭ରେ ପୂଣି ଥରେ ଏହି ଅଂଚଳରେ ଅନୁପ୍ରବେଶ କଲେ।ଉସ୍ମାନ ଗତ ବର୍ଷ ପୋଲିସ ଉପନିରୀକ୍ଷକ ମସରୁର ଓ୍ବାନୀକୁ ଗୁଳି ମାରି ହତ୍ୟା କରିବା ଘଟଣାରେ ବି ସାମିଲ ଥିଲା। 

 ଏଥର ଉସ୍ମାନକୁ ଧରିବା ପାଇଁ ନୀଳ ନକ୍ସା ତିଆରି କରାଯାଇଥିଲା । ସେହି ଅସୁସାର ଯେବେ ଗୁଇନ୍ଦା ସୁଚନାରୁ ଆବାସିକ କ୍ଷେତ୍ର ବା ରେସିଡେନ୍ସିଆଲ ଏରିଆରୁ ଉସ୍ମାନର ଉପସ୍ଥିତିର ସଙ୍କେତ ମିଳିଲା । ତେବେ ସଫଳତାକୁ ସୁନିଶ୍ଚିତ କରିବା ପାଇଁ ସତର୍କତାର ସହ ୯ଘଣ୍ଟାର ଯୋଜନା କରାଗଲା। ଅଭିଯାନ ସମୟରେ ସବୁଠାରୁ ବଡ଼ ଚିନ୍ତା ଗଳି କୁକୁରଙ୍କ ଉପସ୍ଥିତି ଥିଲା, ସେମାନେ ଭୁକିବା ପରେ ଆତଙ୍କବାଦୀ ସର୍ତକ ହେବାର ସମ୍ଭାବନା ଥିଲା ।ଏହାର ମୁକାବିଲା କରିବା ପାଇଁ ଖୋଜାଯାଇଥିବା ଟିମଙ୍କୁ ବିସ୍କୁଟ ଦିଆଯାଇଥିଲା। ଯେବେ ଏହି ଟିମ ନିଜ ଲକ୍ଷ୍ୟ ଆଡ଼କୁ ବଢ଼ିଲେ, ସେହି ସମୟରେ ଯୋଜନାରେ ବାଧକ ସାଜିଥିବା ବୁଲା କୁକୁରଙ୍କୁ ଶାନ୍ତ କରିବା ପାଇଁ ବିସ୍କୁଟ ଦେଲେ। ବୁଲା କୁକୁର ମାନେ ଭୁକିବା କାରଣରୁ ଆତଙ୍କବାଦୀ ଆଲର୍ଟ ହୋଇ ପାରନ୍ତି ତେଣୁ ଏହାକୁ କାଉଣ୍ଟର କରିବା ପାଇଁ ସର୍ଚ ଟିମ ଏକ ପ୍ଲାନ କଲେ, ଯାହା ଏହା ଥିଲା ଯେ ବୁଲା କୁକୁର ଟାର୍ଗେଟ ଏରିଆରେ ପହଂଚିବା ମାତ୍ରେ ତାଙ୍କୁ ବିସ୍କୁଟ ଖୁଆଇଦେଲେ ସେମାନେ ତତକ୍ଷଣାତ ଚୁପ ହୋଇ ଯିବେ ଏବଂ ଜବାନ ଆତଙ୍କବାଦୀକୁ ଧରିବାରେ ସଫଳ ହେବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ଲାନ ଅନୁସାର, ସୁରକ୍ଷାକର୍ମୀକୁ ସକାଳର ନମାଜ ପାଠ ପୂର୍ବରୁ ସଜାଗ କରିଦିଆ ଗଲା, ଯେଉଁମାନେ ଆଖ-ପାଖର ୩୦ଟି ଘରର ଆଖପାଖରେ କଡ଼ା ନଜର ରଖି ରହିଥିଲେ। ଏହି ସମୟରେ ଏକେ-୪୭, ଗୋଟାଏ ପିସ୍ତଲ ଓ ବହୁ ଗ୍ରେନେଡ ସହ ଉସ୍ମାନ, ସୁରକ୍ଷାବଳଙ୍କ ଉପରେ ଭୀଷଣ ଗୁଳି ବର୍ଷଣ ଆରମ୍ଭ କରିଦେଲେ। ଯାହା ପରେ ସୁରକ୍ଷାବଳ ପାଲଟା ଆକ୍ରମଣ କଲେ। ଏନକାଉଂଟର ସମୟରେ ଗ୍ରେନେଡ ଫାଟିବା କାରଣରୁ କିଛି ଘରେ ନିଆଁ ଲାଗିଯାଇଥିଲା ଯାହାକୁ ତୁରନ୍ତ ଆୟତ କରାଯାଇପାରିଲା, ଯେମିତି କି ଆଖ-ପାଖର ଘରକୁ ନିଆ ନ ବ୍ୟାପୁ ।

ଘଣ୍ଟା ଘଣ୍ଟା ଧରି ଚାଲିଥିବା ଏହି ଭୀଷଣ ଏନକାଉଣ୍ଟରରେ ଉସ୍ମାନକୁ ନିପାତ କରାଯାଇପାରିଲା। ଏହି ଏନକାଉଂଟରରେ ୪ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ତାଙ୍କ ସ୍ଥାସ୍ୟବସ୍ଥା ସ୍ଥିର ଥିବା ସୁଚନା ମିଳୁଛି।ଏହି ଅଭିଯାନ ସହ ସୁରକ୍ଷାବଳଙ୍କୁ ବି ବଡ଼ ସଫଳତା ମିଳିଛି। ବିଶେଷକରି, ଲସ୍କର-ଏ-ତୌଏବାର ଅଂଶ ଦ-ରେଜିସଟେନ୍ସ ଫ୍ରନ୍ଟ ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଏହି ରେଜିସଟେନ୍ସ ଫ୍ରନ୍ଟ ଯିଏକି ଅପ୍ରବାସୀ ସ୍ଥାନୀୟ ଶ୍ରମିଙ୍କ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାରେ ଶାମିଲ ଥିଲା। 

 ନୂତନ ଭାବେ ଦାୟିତ୍ବ ସମ୍ଭାଳିଥିବା ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାକୁ ନିନ୍ଦନୀୟ କହିବା ସହ ଏହା ଘାଟିର ଶାନ୍ତି ଭଙ୍ଗ କରୁଥିବା କଥା କହିଛନ୍ତି, କିଛି ଦିନ ମଧ୍ୟରେ ଘାଟିରେ ଏନକାଉଂଟର ଓ ଆକ୍ରମଣର ଖବରର ଶିରୋନାମାରେ ରହୁଛି, ଶ୍ରୀନଗରର ଗହଲି-ଚହଳୀରେ ପୂର୍ଣ ସଣ୍ଡେ ମାର୍କେଟରେ ଗ୍ରେନେଡ ମାଡ଼ ଅର୍ଥାତ ନିରୀହ ସାଧାରଣ ଜନତା ଉପରେ ଆକ୍ରମଣ, ଯାହାକୁ ନେଇ ଜବାନ…

Education Next Season 5
Sponsored
INDIANARMYBISCUITWEAPON | Argus News