Videos
|
National

ଅଫିସ ଆସି କାମ କରିବାକୁ ଚାହୁଁନାହାନ୍ତି ଭାରତୀୟ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଅଫିସ ଆସି କାମ କରିବାକୁ ଚାହୁଁନାହାନ୍ତି ଭାରତୀୟ

ଲାରସେନ ଆଣ୍ଡ ଟୁବ୍ରୋ ବା ଏଲଆଣ୍ଡଟି ଇଣ୍ଡିଆ ଚେୟାରମ୍ୟାନ ଏସଏନ ସୁବ୍ରମଣ୍ୟମ ଗତ ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ଏକ ଭିଡିଓ କନଫରେନ୍ସିଂରେ କର୍ମଚାରୀଙ୍କୁ ସପ୍ତାହକୁ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ। ସେ ରବିବାର ବି ଅଫିସ ଯାଆନ୍ତି ଆଉ ଅନ୍ୟମାନେ ଯାଆନ୍ତୁ ବୋଲି କହିଥିଲେ। ଯେଉଁଥିପାଇଁ ରବିବାର ଛୁଟିଦିନକୁ ନେଇ ଦେଖା ଦେଇଥିଲା ବିବାଦ। ଏବେ ପୁଣି ଆଉ ଏକ ମନ୍ତବ୍ୟ ନେଇ ଚର୍ଚ୍ଚାରେ ସୁବ୍ରମଣ୍ୟମ।


ମଙ୍ଗଳବାର ସିଆଇଆଇ ସାଉଥ ଗ୍ଲୋବାଲ ଲିଙ୍କେଜ ଶିଖର ସମ୍ମିଳନୀରେ କହିଛନ୍ତି ଭାରତୀୟ ଶ୍ରମିକମାନେ ଚାକିରି ପାଇଁ ସ୍ଥାନାନ୍ତର ହେବାକୁ ସଂକୋଚ କରୁଛନ୍ତି। ଯାହା ଶିଳ୍ପ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଶ୍ରମିକ ମାନେ ଆଉ ପରିଶ୍ରମ କରିବାକୁ ଇଚ୍ଛା କରୁନାହାନ୍ତି। ସରକାରଙ୍କ କଲ୍ୟାଣକାରୀ ଯୋଜନା ଏବଂ ଆର୍ଥିକ ସହାୟତା ଯୋଗୁ ଶ୍ରମିକମାନଙ୍କର କାମ କରିବାର ଇଚ୍ଛାଶକ୍ତି ହ୍ରାସ ପାଉଛି। ସେ ଆହୁରି ମଧ୍ୟ କହିଛନ୍ତି L&Tରେ ପ୍ରାୟ ଚାରି ଲକ୍ଷ କର୍ମଚାରୀ କାମ କରନ୍ତି, କିନ୍ତୁ ଛଟେଇ ଯୋଗୁଁ କମ୍ପାନୀକୁ ପ୍ରତିବର୍ଷ ପ୍ରାୟ 60 ଲକ୍ଷ କର୍ମଚାରୀଙ୍କୁ ସାମିଲ କରିବାକୁ ପଡୁଛି। କର୍ମଚାରୀମାନଙ୍କୁ କାମରେ ରହିବାକୁ ରାଜି କରାଇବା ଏକ ବଡ ଚ୍ୟାଲେଞ୍ଜ ହୋଇ ଛିଡା ହେଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସମସ୍ୟା ନିର୍ମାଣ ଶ୍ରମିକଙ୍କ ସମେତ ବୃତ୍ତିଗତ ଶ୍ରମିକ ଓ ଇଂଞ୍ଜିନିୟରଙ୍କ ପର୍ଯ୍ୟନ୍ତ ବ୍ୟାପିଛି। ଚେନ୍ନାଇରୁ ଆସିଥିବା କର୍ମଚାରକୁ ଦିଲ୍ଲୀରେ ଯାଇ କାମ କରିବାକୁ କହିଲେ, ସେ ଚାକିରି ଛାଡି ଦେଉଛନ୍ତି। ଆଇଟିରେ କାମ କରୁଥିବା କର୍ମଚାରୀ ଅଫିସ ଆସି କାମ କରିବା ପରିବର୍ତ୍ତେ ଓ୍ବାର୍କ ଫ୍ରମ୍ ହୋମ୍ କରିବାକୁ ଦାବି କରୁଛନ୍ତି।


ଜାନୁୟାରୀରେ ସୁବ୍ରମଣ୍ୟମ ଏକ ବୟାନରେ କହିଥିଲେ ରବିବାର ଘରେ ରହି କ'ଣ କରିବ। ସ୍ତ୍ରୀକୁ କେତେ ସମୟ ଚାହିଁକି ରହିବ। ଯାହାକୁ ନେଇ ଶୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବା। ସାଧାରଣରେ ସୁବ୍ରମଣ୍ୟମକୁ ସମାଲୋଚନାର ଶୀକାର ହେବାକୁ ପଡିଥିଲା।

indians-dont-want-to-come-to-the-office-and-work | Argus News