Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ରେଡିଟ କାର୍ଡ ବିଲ ଦେଇପାରୁ ନାହାନ୍ତି ଭାରତୀୟ

Ritu Das
Browse all articles by Ritu Das
·11 months ago·2 min read
କ୍ରେଡିଟ କାର୍ଡ ବିଲ ଦେଇପାରୁ ନାହାନ୍ତି ଭାରତୀୟ

Key Points

କ୍ରେଡିଟ କାର୍ଡ ବିଲ ଦେଇପାରୁ ନାହାନ୍ତି ଭାରତୀୟ

ବକେୟା ରାଶି ୪୪% ବଢ଼ି ୩୪୦୦୦ କୋଟିରେ ପହଞ୍ଚିଛି

ବର୍ଷେ ତଳେ ଏହା ଥିଲା ୨୩,୫୦୦ କୋଟି

ସହରରେ ରହୁଥିବା ଅନେକ ଲୋକଙ୍କ ପାଇଁ କ୍ରେଡିଟ କାର୍ଡ କେବଳ ଏକ ପେମେଣ୍ଟ ମୋଡ ନୁହେଁ। ବରଂ ଲାଇଫଷ୍ଟାଇଲ ମେଣ୍ଟେନ କରିବାର ଏକ ପ୍ରମୁଖ କାରଣ। କାରଣ ଯେଉଁମାନେ ବାହାରେ ରହୁଛନ୍ତି ସେମାନେ କେବଳ ଦରମା ପଇସାରେ କିଛି ଜିନିଷ କିଣିବା ଅସମ୍ଭବ ହୋଇଥାଏ। ସେଥିପାଇଁ କ୍ରେଡିଟ କାର୍ଡ ଆଜିକା ଡେଟରେ ଭାରି ଦରକାରୀ ହୋଇପଡ଼ିଛି। କିନ୍ତୁ ଏହି ବକେୟା ରାଶି ବିଲ ଏବେ ବଢ଼ି ୩୪,୦୦୦ କୋଟି ଟଙ୍କାରେ ପହଞ୍ଚିଛି। କେବଳ ଲୋକଙ୍କ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ବିତ୍ତୀୟ ବ୍ୟବସ୍ଥା ପାଇଁ ବଡ଼ ବିପଦ। କ୍ରେଡିଟ କାର୍ଡ ବିଲ ଦେଇପାରୁ ନାହାନ୍ତି ଭାରତୀୟ। ଏହାର ଏକ ତଥ୍ୟ ସାମ୍ନାକୁ ଆସିଛି। ଯାହା ଗ୍ରାହକଙ୍କ ଭୟଙ୍କର ହୋଇପାରେ। ଦେଶରେ ୯୧ରୁ ୩୬୦ ଦିନ ପର୍ଯ୍ୟନ୍ତ ବକେୟା କ୍ରେଡିଟ କାର୍ଡ ବିଲ ବର୍ଷକରେ ବଢ଼ିଛି ୪୪.୩୪%।


୨୦୦୫ ମାର୍ଚ୍ଚ ସୁଦ୍ଧା ଏହା ୩୩,୮୮୬.୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୨୪ ମାର୍ଚ୍ଚରେ ୨୩, ୪୭୫.୬ କୋଟି ଟଙ୍କା ଥିଲା। ଅର୍ଥାତ ବର୍ଷକରେ ଏହା ପ୍ରାୟ ୧୦,୪୧୦.୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ହେଉଛି ସେହି ବକେୟା, ଯାହା ୩ ମାସରୁ ଅଧିକ ସମୟ ହେବ ପରିଶୋଧ ହୋଇନାହିଁ। ବ୍ୟାଙ୍କିଙ୍ଗ ନିୟମରେ ଏହାକୁ ଅନାଦାୟ ଋଣ ପରିସମ୍ପତ୍ତି ବା NPA ବୋଲି କୁହାଯାଇଥାଏ। CRIF ହାଇ ମାର୍କର ଏକ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ତେବେ ୯୧ରୁ ୧୮୦ ଦିନ ଓଭରଡ୍ୟୁ ସେଗମେଣ୍ଟରେ ବକେୟା ରାଶି ବଢ଼ି ୨୯, ୯୮୩.୬ କୋଟି ଟଙ୍କା ହୋଇଛି। ଯାହା ପୂର୍ବ ବର୍ଷ ୨୦,୮୭୨.୬ କୋଟି ଟଙ୍କା ଥିଲା। ଏହି ରାଶି ୨୦୨୩ ମାର୍ଚ୍ଚ ମାସ ଠାରୁ ପ୍ରାୟ ୨ଗୁଣା ହେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଋଣ ଉପରେ ବଢ଼ୁଥିବା ନିର୍ଭରତାକୁ ଏହି ଅଙ୍କ ଦର୍ଶାଉଛି। ଏହାସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଋଣ ରାଶି ଫେରାଇବାବେଳେ ଲୋକମାନେ ଅକ୍ଷମ ହେଉଛନ୍ତି। ସିଆରଆଇଏଫ ହାଇ ମାର୍କର ଏକ ରିପୋର୍ଟରେ ଆଉ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ପୋର୍ଟଫୋଲିଓ ଆଟ ରିସ୍କ କୁହାଯାଏ। ଏଥିରୁ ଜଣାପଡ଼ିଥାଏ ଯେ, କ୍ରେଡିଟ କାର୍ଡ ଲୋନର କେତେ ଭାଗ ରିସ୍କପୂର୍ଣ୍ଣ। ୯୧ରୁ ୧୮୦ ଦିନ ବକେୟାରେ ପୋର୍ଟଫୋଲିଓ ଆର୍ଟ ରିସ୍କ ୨୦୨୫ ମାର୍ଚ୍ଚରେ ୬.୯%ରୁ ବଢ଼ି ୮.୨% ପ୍ରତିଶତ ହୋଇଯାଇଛି। ତେବେ ଦେଶରେ କ୍ରେଡିଟ କାର୍ଡ ଖର୍ଚ୍ଚ ବ୍ୟବହାରରେ ବିଶାଳ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶରେ କ୍ରେଡିଟ କାର୍ଡ ଟ୍ରାଞ୍ଜାକ୍ସନ ମୂଲ୍ୟ ୨୧.୦୯ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି।


ଯାହା ପୂର୍ବବର୍ଷ ୧୮.୩୧ ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ ପ୍ରାୟ ୧୫% ବୃଦ୍ଧି ଘଟିଛି। ସେହିପରି ୨୦୨୫ ମେ'ରେ ଦେଶରେ ୧୧.୧୧ କୋଟି active କ୍ରେଡିଟ କାର୍ଡ ଥିଲା। ଯାହା ୨୦୨୪ ମସିହା ମେ'ରେ ୧୦.୩୩ କୋଟି ରହିଥିଲା। ତେବେ କ୍ରେଡିଟ କାର୍ଡ ବ୍ୟବହାରରେ ବୃଦ୍ଧି ଘଟିବାର ଅନେକ କାରଣ ରହିଛି। ଏହାର ବ୍ୟବହାର ଦ୍ବାରା ଗ୍ରାହକଙ୍କୁ କ୍ୟାସବ୍ୟାକ ରିଓ୍ବାର୍ଡ, ଟ୍ରାଭେଲ ବେନିଫିଟ, ସୁଧ ମୁକ୍ତ ଇମଆଇ ଏବଂ ଲାଉଞ୍ଜ ଭଳି ସୁବିଧା ମିଳିଥାଏ। ଏସବୁ ଫାଇଦା ଯୋଗୁ ଲୋକ କ୍ରେଡିଟ କାର୍ଡର ବ୍ୟବହାର କରନ୍ତି।

Sponsored
indians-unable-to-pay-credit-card-bills | Argus News