Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India Pakistan War: ଭାରତର ୫ ଶକ୍ତିଶାଳୀ କ୍ଷେପଣାସ୍ତ୍ର, ଏମାନଙ୍କ ଆଗରେ କମ୍ପିବ ପାକିସ୍ତାନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India Pakistan War: ଭାରତର ୫ ଶକ୍ତିଶାଳୀ କ୍ଷେପଣାସ୍ତ୍ର, ଏମାନଙ୍କ ଆଗରେ କମ୍ପିବ ପାକିସ୍ତାନ

ଅଗ୍ନି-୫ ମିସାଇଲ

ଭାରତର ସବୁଠାରୁ ଆଧୁନିକ ଏବଂ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବିଷୟରେ ଯଦି କହିବା, ତେବେ ଏହି ତାଲିକାରେ ଅଗ୍ନି-୫ ସବୁଠୁ ଉପରେ ରହିବ । ଏହି ମିସାଇଲ୍‌ର ରେଞ୍ଜ ପ୍ରାୟ ୮ ହଜାର କିଲୋମିଟର ରହିଛି । ଏହାର ରେଞ୍ଜ ଆମେରିକା ଏବଂ ୟୁରୋପର ଏକ ବଡ଼ ଅଂଶରେ ପହଞ୍ଚିବାର କ୍ଷମତା ରଖେ । ଆଉ ପାକିସ୍ତାନର କରାଚୀ, ଇସଲାମାବାଦ ଏବଂ ଲାହୋର ଭଳି ସହରଗୁଡ଼ିକରେ କେଇ ମିନିଟ୍‌ ମଧ୍ୟରେ ଏହା ପହଞ୍ଚିପାରିବ। ଏହି ମିସାଇଲ୍‌ରେ ଏକ କ୍ୟାନିଷ୍ଟରାଇଜଡ୍ ଲଞ୍ଚ ସିଷ୍ଟମ ରହିଛି, ଯାହା ଫଳରେ ଏହାକୁ ଯେକୌଣସି ସ୍ଥାନରୁ ନିକ୍ଷେପ କରାଯାଇପାରିବ।

ଅଗ୍ନି-୪ ମିସାଇଲ

ଅଗ୍ନି-୪ ମିସାଇଲ ମଧ୍ୟ ଭାରତୀୟ ସେନାର ଗର୍ବ। ଏହାର ପରିସର ପ୍ରାୟ ୪ ହଜାର କିଲୋମିଟର ରହିଛି । ଏହା ଏକ ମଧ୍ୟବର୍ତ୍ତୀ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (IRBM)। ସଠିକ୍ ଆକ୍ରମଣ କ୍ଷମତା ସହିତ, ଏହି କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ର ସହିତ ଆକ୍ରମଣ କରିବାକୁ ସକ୍ଷମ। ଏହି କ୍ଷେପଣାସ୍ତ୍ର ଦ୍ୱାରା ପାକିସ୍ତାନର ଯେକୌଣସି କୋଣକୁ ବା ଅଂଶକୁ ସହଜରେ ଟାର୍ଗେଟ କରିପାରିବ। ଅଗ୍ନି-୪ କ୍ଷେପଣାସ୍ତ୍ରରେ ହାଇ ଏବଂ ଅଡ୍‌ଭାନ୍ସଡ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।

ବ୍ରହ୍ମୋସ ମିସାଇଲ୍

ବ୍ରହ୍ମୋସ ମିସାଇଲ୍‌ର ପରିସର ୪୦୦ ରୁ ୮୦୦ କିଲୋମିଟର, କିନ୍ତୁ ଏବେ ଏହାର ନୂତନ ସଂସ୍କରଣରେ ଏହାର ପରିସରକୁ ବିସ୍ତାର କରାଯାଇଛି। ଏବେ ଏହାର ରେଞ୍ଜ ୧୫୦୦ କିଲୋମିଟରକୁ ବୃଦ୍ଧି ପାଇଛି। ଏହି ସୁପରସୋନିକ୍ କ୍ରୁଜ୍ ମିସାଇଲ୍‌ ବିଶ୍ୱର ସବୁଠାରୁ ଦ୍ରୁତତମ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଅନ୍ୟତମ । ଏହାର ସ୍ପିଡ୍‌ ମୈକ୍ 2.8 ରୁ 3.0। ଏହାର ବିଭିନ୍ନ ଭର୍ସନ ରହିଛି । ଯେମିତିକି ଏହାକୁ ଜଳ-ସ୍ଥଳ-ଆକାଶରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହାର ସମସ୍ତ ଭର୍ସନ ଲଞ୍ଚ ମଧ୍ୟ ହୋଇସାରିଛି । ଜଳ - ସ୍ଥଳ - ଆକାଶରେ ଶତ୍ରୁକୁ ପରାସ୍ତ କରିବା ପାଇଁ ଏହି ମିସାଇଲ ଯଥେଷ୍ଟ।

ନାଗ ମିସାଇଲ୍

ଭାରତୀୟ ସେନାର ନାଗ କ୍ଷେପଣାସ୍ତ୍ର ଏପରି ଏକ ଅସ୍ତ୍ର ଯାହା ମୁହୂର୍ତ୍ତକ ମଧ୍ୟରେ ଶତ୍ରୁ ଟ୍ୟାଙ୍କକୁ ଧ୍ୱଂସ କରିପାରେ। ଏହା ଏକ ଫାୟାର ଆଣ୍ଡ ଫରଗେଟ୍‌ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ । ଯେଉଁଥିରେ ଥର୍ମାଲ୍ ଇମେଜିଂ ସିକର୍ ରହିଛି। ଯାହା ସହାୟତାରେ, ଏହି ମିସାଇଲ୍‌ ଖରାପ ପାଗ ଏବଂ ଯେକୌଣସି ପରିସ୍ଥିତିରେ ଲକ୍ଷ୍ୟ ଭେଦ କରିପାରିବ ଏବଂ ଶତ୍ରୁକୁ ଧ୍ୱଂସ କରିପାରିବ ।

ହାଇପରସୋନିକ୍ ବାଲିଷ୍ଟିକ୍ ମିସାଇଲ୍‌ ଶୌର୍ଯ୍ୟ

ହାଇପରସୋନିକ୍ ବାଲିଷ୍ଟିକ୍ ମିସାଇଲ୍‌ ଶୌର୍ଯ୍ୟ ମୁହୂର୍ତ୍ତକ ମଧ୍ୟରେ ଶତ୍ରୁର ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିବାର କ୍ଷମତା ରଖୁଛି । ଏହି ମିସାଇଲ ପୁରୁଣା ପାରମ୍ପରିକ ଅସ୍ତ୍ର ସହିତ ପରମାଣୁ ଅସ୍ତ୍ର ମଧ୍ୟ ବହନ କରିବାକୁ ସକ୍ଷମ। ଏହାର ସ୍ପିଡ୍‌ ମାକ୍ ୭.୫ (ଶବ୍ଦ ଅପେକ୍ଷା ପ୍ରାୟ ସାଢ଼େ ସାତ ଗୁଣ ଅଧିକ)। ଏହି ମିସାଇଲ୍‌ର ବିଶେଷତ୍ୱ ​​ହେଉଛି ଏହା କମ୍ ଉଚ୍ଚତାରେ ଉଡ଼ିବାର କ୍ଷମତା ରଖିଛି । ତେଣୁ ଏହା ଶତ୍ରୁକୁ ଚକମା ଦେବାରେ ମଧ୍ୟ ସକ୍ଷମ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indias 5 most powerful missiles pakistan will tremble their striking power agni 5 brahmos shaurya | Argus News