Videos
|
National

୨୦୨୮ ସୁଦ୍ଧା ମହାକାଶରେ ଭାରତର ସ୍ପେଶ ଷ୍ଟେସନ

Rashmita Mishra
Browse all articles by Rashmita Mishra
·1 year ago·2 min read
୨୦୨୮ ସୁଦ୍ଧା ମହାକାଶରେ ଭାରତର ସ୍ପେଶ ଷ୍ଟେସନ

Key Points

ମହାକାଶରେ ବୁଲୁଛି ଭାରତର ଆଖି

ସୀମା ଓ ଆଭ୍ୟନ୍ତରୀଣ ସୁରକ୍ଷାରେ ଭାରତର ୫୦ରୁ ଅଧିକ ଉପଗ୍ରହ

ଇସ୍ରୋ କାନ୍ଧରେ ରାଷ୍ଟ୍ରର ସୁରକ୍ଷା ଦାୟିତ୍ବ

୨୦୨୮ ସୁଦ୍ଧା ମହାକାଶରେ ଭାରତର ସ୍ପେଶ ଷ୍ଟେସନ



କେବଳ ମହାକାଶ ଉପରେ ଗବେଷଣା କି ଅନ୍ୟ ଗ୍ରହରେ ଜୀବନ ସତ୍ତା ଖୋଜିବା ନୁହେଁ। ଦେଶ ସୁରକ୍ଷା ଉପରେ ମଧ୍ୟ ନିଜକୁ ଅବିରତ ସେବାରେ ଲଗାଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ତଥା ଇସ୍ରୋ। ନିକଟରେ ଅପରେସନ ସିନ୍ଦୂର ଜରିଆରେ ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ପ୍ରଚଣ୍ଡ ପ୍ରହାର କରିଥିଲା ଭାରତୀୟ ସେନା।


ଏହି ଅଭିଯାନରେ ପ୍ରତ୍ୟକ୍ଷ ଭୂମିକା ନଥିଲେ ମଧ୍ୟ ଉପଗ୍ରହ ଜରିଆରେ ସୀମା ସୁରକ୍ଷାରେ ରହିଥିଲା ବଡ଼ ଭୂମିକା। ଭୁବନେଶ୍ଵରରୁ ସିଟିଟିସି ପରିଦର୍ଶନରେ ଆସିଥିବା ବେଳେ ଇସ୍ରୋର ଦେଶ ସୁରକ୍ଷାରେ ଦାୟିତ୍ଵ ସମ୍ବନ୍ଧରେ ସୂଚନା ଦେଇଛନ୍ତି ଇସ୍ରୋ ଅଧକ୍ଷ ଡକ୍ଟର ଭି ନାରାୟଣ। ଦେଶର ସୀମା ସୁରକ୍ଷା ସହ ଖାଦ୍ୟ ନିରାପତ୍ତା, ଜଳ ନିରାପତ୍ତା, ଟେଲି ଏଜୁକେସନ ଓ ପାଣିପାଗ ଉପରେ ମଧ୍ୟ ଇସ୍ରୋ କାର୍ଯ୍ୟ କରୁଥିବା ସେ କହିଛନ୍ତି।


ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଆହୁରି ବଡ଼ ମିଶନ ଉପରେ କାର୍ଯ୍ୟ କରୁଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା। ଏବେ ଇସ୍ରୋ ଚନ୍ଦ୍ରଯାନ-୪ ଓ ଚନ୍ଦ୍ରଯାନ-୫ ଉପରେ କାମ କରୁଛି‌। ଚନ୍ଦ୍ରାୟନ ୪ ଏକ ସାମ୍ପୁଲ କଲେକ୍ସନ ମିଶନ ଭାବେ ଯିବ । ପ୍ରଥମ ଥର ଲାଗି ଏହି ମିଶନ ଚନ୍ଦ୍ରରୁ ନମୂନା ସଂଗ୍ରହ କରି ଭାରତକୁ ଫେରିବ।


ଏହାପରେ ଚନ୍ଦ୍ରାୟନ -୫ ଜାପାନର ଜ୍ୟାକ ସହ ମିଶି ଲଞ୍ଚ କରାଯିବ। ସେହିପରି ଗଗନୟାନ ଉପରେ ମଧ୍ୟ କାମ କରୁଛି ଇସ୍ରୋ । ପ୍ରଥମ କ୍ରିୟୁଡ ମିଶନ ଏହି ବର୍ଷ ହେବ। ଏହାପରେ ଆଉ ୨ ଟି କ୍ରିୟୁଡ ମିଶନ ପରେ ୨୦୨୭ ପ୍ରଥମ ତ୍ରୟମାସରେ ସ୍ପେସ ଯାତ୍ରୀଙ୍କୁ ମହାକାଶକୁ ପଠାଯିବ। ୨୦୨୮ ସୁଦ୍ଧା ମହାକାଶରେ ଭାରତ ନିଜର ସ୍ପେଶ ଷ୍ଟେସନ ପ୍ରତିଷ୍ଠା କରିବ ବୋଲି ଇସ୍ରୋ ଅଧ୍ୟକ୍ଷ ଦେଇଛନ୍ତି ସୂଚନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶର ବିକାଶ ଦିଗରେ କାର୍ଯ୍ୟ କରୁଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଆଉ ବିଭିନ୍ନ ମିଶନରେ ଇସ୍ରୋକୁ ସହାୟତା ଯୋଗାଇ ଓଡ଼ିଶାର ଗୌରବ ବଢ଼ାଉଛି ସିଟିଟିସି।


indias-50-satellites-for-border-and-internal-security | Argus News