Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୂର୍ଯ୍ୟକୁ ଦେଖିଲା ଆଦିତ୍ୟ-ଏଲ୍‌ ୧

National

ସୂର୍ଯ୍ୟକୁ ଦେଖିଲା ଆଦିତ୍ୟ-ଏଲ୍‌ ୧

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସୂର୍ଯ୍ୟକୁ ଦେଖିଲା ଆଦିତ୍ୟ-ଏଲ୍‌ ୧

ଅର୍ଗସ ବ୍ୟୁରୋ: ସୂର୍ଯ୍ୟକୁ ଦେଖିଲା ଆଦିତ୍ୟ-ଏଲ୍‌ ୧। ଭାରତୀୟ ସୌରଯାନର ଦ୍ବିତୀୟ ଉପକରଣ ସକ୍ରିୟ କଲା ଇସ୍ରୋ। ଆଦିତ୍ୟ-ଏଲ୍‌୧ ସୌର ପବନରେ ଥିବା କଣିକାକୁ ଉପରେ ପରୀକ୍ଷା ନିରିକ୍ଷା ଆରମ୍ଭ କରିଛି। ଏଥିରେ ଥିବା ASPEX ପ୍ଲେଲୋଡ୍‌ରେ ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌ ସ୍ପେକ୍ଟୋମିଟର୍‌   ଓ ସୁପ୍ରାଥର୍ମାଲ୍‌ ଆଣ୍ଡ୍‌ ଏନର୍ଜେଟିକ୍‌ ପାର୍ଟିକ୍ଲ ସ୍ପେକ୍ଟୋମିଟର୍‌   ସମେତ ସମସ୍ତ ଯନ୍ତ୍ରପାତି  ନିର୍ବିଘ୍ନରେ କାର୍ଯ୍ୟ କରୁଛନ୍ତି ବୋଲି ଇସ୍ରୋ ସୂଚନା ଦେଇଛି । ନଭେମ୍ବର ୨ ତାରିଖରେ ସକ୍ରିୟ କରାଯାଇଥିବା ଏହି  ଉପକରଣ ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌  ବିଶେଷକରି ପ୍ରୋଟନ୍‌ ଓ ଆଲ୍‌ଫା କଣିକା ମାପିବା ଆରମ୍ଭ କରିଛି ।

୩୬୦ ଡିଗ୍ରି ଅଞ୍ଚଳ ଦେଖି ହେବା ଭଳି ସ୍ୱିସ୍‌ ରେ ଲାଗିଥିବା ଦୁଇଟି ସେନ୍‌ସର୍‌ ୟୁନିଟ୍‌ ସୌର ପବନ ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ମଧ୍ୟ ଦେଉଛି।ସେପ୍ଟେମ୍ବର ୨ ତାରିଖରେ  ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଦ୍ବୀପସ୍ଥିତ ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ-ଏଲ୍‌୧ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ୧୨୫ରୁ ଊର୍ଦ୍ଧ୍ବ ଦିନ ପରେ ପୃଥିବୀ ଠାରୁ ୧.୫ ନିୟୁତ କିଲୋମିଟର୍‌ ଯାତ୍ରା କରିଥିବା ଏହି ମହାକାଶଯାନ ସୂର୍ଯ୍ୟର ନିକଟତମ ବୋଲି ବିବେଚନା କରାଯାଉଥିବା ଲାଙ୍ଗ୍ରାଗିଆନ୍‌ ପଏଣ୍ଟ୍‌ L1 ଚତୁଃପାର୍ଶ୍ବରେ ଥିବା ଗୋଟାଏ ଫାଙ୍କା କକ୍ଷପଥରେ ସ୍ଥାପନ ହେବ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
India's Aditya L1 Mission Is Not Going To The Sun | Argus News