Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

`ଖୋଜି ଖୋଜି ସବୁ ଆତଙ୍କବାଦୀଙ୍କୁ ମାରିବ ଭାରତ' :- ପ୍ରଧାନମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
`ଖୋଜି ଖୋଜି ସବୁ ଆତଙ୍କବାଦୀଙ୍କୁ ମାରିବ ଭାରତ' :- ପ୍ରଧାନମନ୍ତ୍ରୀ

ପାକ୍ ବିରୋଧରେ ଭାରତର ବଡ଼ ଆକ୍ସନ
`ଖୋଜି ଖୋଜି ସବୁ ଆତଙ୍କବାଦୀଙ୍କୁ ମାରିବ ଭାରତ'
ପାକ୍ ନାଗରିକଙ୍କୁ ମେଡିକାଲ ଭିସା ରଦ୍ଦ
ସିନ୍ଧୁ ଜଳ ସନ୍ଧି ବାତିଲ କରି ପାକିସ୍ତାନକୁ ଦୃଢ଼ ଜବାବ
ଦିଲ୍ଲୀରେ ପାକିସ୍ତାନ ହାଇକମିଶନରୁ ସୁରକ୍ଷା ପ୍ରତ୍ୟାହାର
କାର୍ଯ୍ୟାନୁଷ୍ଠାନ ପରେ କୁମ୍ଭୀର କାନ୍ଦଣା କାନ୍ଦୁଛି ପାକିସ୍ତାନ

ପହଲଗାମରେ ପର୍ଯ୍ୟଟକଙ୍କୁ ଆକ୍ରମଣର ପ୍ରତିଶୋଧ । ପାକିସ୍ତାନ ବିରୋଧରେ ଲମ୍ବି ଚାଲିଛି ଆକ୍ସନର ଲମ୍ବା ତାଲିକା । ବୁଧବାର ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ CSS ବୈଠକରେ କଡ଼ା ପଦକ୍ଷେପ ପାକିସ୍ତାନର
ନିଦ ହଜେଇ ଦେଇଛି । ପାକିସ୍ତାନ ବିରୋଧରେ ମୋଦି ସରକାରଙ୍କ କୁଟନୈତିକ ସ୍ତରୀୟ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାବେଳେ କୁମ୍ଭୀର କାନ୍ଦଣା ଆରମ୍ଭ କରିଛି ପାକିସ୍ତାନ । ଏଥର କିଛି ବଡ଼ ହେବ ବୋଲି ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆତଙ୍କବାଦୀଙ୍କ ସହ କାଶ୍ମୀର ଉପତ୍ୟାକାରେ ସକ୍ରିୟ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଚିହ୍ନଟ ପାଇଁ ନୂଆ ରଣନୀତି ଆପଣାଇଛି ଭାରତ । କୁଟନୀତିଜ୍ଞଙ୍କ ସହ ବୈଠକ ପରେ ଆଜି ରାଷ୍ଟ୍ରପତି ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିବାରୁ କୌଣସି ବଡ଼ ଆକ୍ସନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ସଂକେତ ମିଳୁଛି ।

ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଆଜିଠାରୁ ଦିଲ୍ଲୀରେ ପାକ୍ ହାଇକମିଶନ ବାହାରୁ ସୁରକ୍ଷା ପ୍ରହ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର । ଏପରିକି ଭାରତରେ ପାକିସ୍ତାନ ସରକାରଙ୍କ ‘ଏକ୍ସ’ ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଛି । ପାକିସ୍ତାନ ହାଇକମିଶନର ସମସ୍ତ ପ୍ରତିରକ୍ଷା, ନୌସେନା ଏବଂ ବାୟୁ ସେନା ପରାମର୍ଶଦାତାଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି ଭାରତ ସରକାର । ଗୋଟିଏ ସପ୍ତାହ ମଧ୍ୟରେ ଦେଶ ଛାଡିବାକୁ ଜାରି ହୋଇଛି ନିର୍ଦ୍ଦେଶ । ବୁଧବାର ସିସିଏସ ବୈଠକରେ ନିଆଯାଇଥିବା ସବୁଠାରୁ ବଡ଼ ପଦକ୍ଷେପ ମଧ୍ୟରେ ରହିଛି -

1 ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ
2 ଅଟାରୀ-ୱାଘା ଚେକ୍ ପୋଷ୍ଟ ବନ୍ଦ
3 ଭାରତରେ ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ
4 ପାକିସ୍ତାନୀ ନାଗରିକ 48 ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ
5 ସାର୍କ ଭିସା ଥିବା ପାକିସ୍ତାନୀଙ୍କୁ ସ୍ବଦେଶ ଫେରିଯିବାକୁ ନିର୍ଦ୍ଦେଶ

ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା ପରେ ଭାରତ ସରକାରଙ୍କ ଆକ୍ସନ ପାକିସ୍ତାନର ନିଦ ହଜାଇଛି । ଏଥର ବାଲାକୋଟ, ଉରୀ ଶୈଳୀରେ ଆକ୍ରମଣ ନା ଆତଙ୍କୀ ଲଞ୍ଚ ପ୍ୟାଡ଼ ଉପରେ ହେବ ଡ୍ରୋନ ଆକ୍ରମଣ। ପିଓକେରେ ଟିଆରଏଫ ଅପରେଟରଙ୍କୁ ଟାର୍ଗେଟ୍ କରିବେ କି ସରକାର। ନା ହେବ ହାଇବ୍ରିଡ ୱାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's big action against Pakistan | Argus News