ଅପରେସନ ସିନ୍ଦୁର ପରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ଉଡାଣ

Key Points
ସୁରକ୍ଷା କବଚ ବନିବ ପ୍ରତିରକ୍ଷା ଉପଗ୍ରହ
ଅପରେସନ ସିନ୍ଦୁର ପରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ଉଡାଣ
ସୁରକ୍ଷା କବଚ ବନିବ ପ୍ରତିରକ୍ଷା ଉପଗ୍ରହ । ଅପରେସନ ସିନ୍ଦୁର ପରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ବଡ଼ ଉଡାଣ ଭରିବାକୁ ଯାଉଛି । ସୀମା ସୁରକ୍ଷା ଓ ସର୍ଭେଲାନ୍ସ ପାଇଁ ଅପରେସନ ସିନ୍ଦୁର ଅଭିଯାନରେ ଖୁବଶୀଘ୍ର 52ଟି ପ୍ରତିରକ୍ଷା ସାଟେଲାଇଟକୁ ସ୍ଥାନିତ କରିବାକୁ ଯାଉଛି । ସ୍ପେସ ବେସଡ ସର୍ଭେଲାନ୍ସ ପ୍ରୋଗ୍ରାମକୁ ବୁଷ୍ଟ ଦେବାକୁ କେନ୍ଦ୍ର କ୍ୟାବିନେଟ ତୃତୀୟ ପର୍ଯ୍ୟାୟରେ 26 ହଜାର 968 କୋଟି ଟଙ୍କାର ଅନୁଦାନକୁ ବହୁ ପୂର୍ବରୁ ମଞ୍ଜୁରୀ ଦେଇସାରିଛି । 2029 ସୁଦ୍ଧା 52 ସାଟେଲାଇଟ ମଧ୍ୟରେ 21ଟି ଉପଗ୍ରହ ଇସ୍ରୋ ନିର୍ମାଣ ସହ ଲଞ୍ଚ କରିବ ।
ଆସନ୍ତାବର୍ଷ ଅପ୍ରିଲରେ ପ୍ରଥମ ସାଟେଲାଇଟ ଉତକ୍ଷେପଣ ଲକ୍ଷ୍ୟ ରଖାଯାଇଛି । ସାଟେଲାଇଟ ସହ ଭାରତ ଶକ୍ତିଶାଳୀ ବଙ୍କର ବଷ୍ଟର୍ସ ବମ ନିର୍ମାଣ ମଧ୍ୟ ଜାରି ରହିଛି । ଶତ୍ରୁ ପକ୍ଷର ବଙ୍କର ଧ୍ବଂସ୍ତ କରିବାକୁ ପ୍ରୟାସକୁ ଜୋରଦାର କରିଛି ଭାରତ । ଏହି ମିସାଇଲ ଦ୍ବାରା ଭୂପୃଷ୍ଠରୁ ଶହେ ମିଟର ଗଭୀର ଯାଏ ଟାର୍ଗେଟ୍ କରାଯିବା ସମ୍ଭବପର ହୋଇପାରିବ ।