Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଡ ଲେଉଟିଲା କରୋନା, ଚାଲିଗଲା ୫ଜଣଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କଡ ଲେଉଟିଲା କରୋନା, ଚାଲିଗଲା ୫ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ପୁଣି ବଢ଼ିଲା ଭୟ। ବାହାରକୁ ବାହାରିଲେ ପୁଣି ଥରେ ମୁହଁରେ ମାସ୍କ ପିନ୍ଧିକି ଯିବା ପଢ଼ିବ। ଦେଶରେ କଡ ଲେଉଟାଇଲା କରୋନା। ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡ-୧୯ ଭୂତାଣୁ। ୨୪ ଘଣ୍ଟା ଦେଶରେ ୩୩୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଗତ ୨୪ ଘଣ୍ଟାରେ କୋଭିଡ-୧୯ରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କେରଳରୁ ୪ ଜଣ ଅଛନ୍ତି। ସମସ୍ତ ଆକ୍ରାନ୍ତ କୋଭିଡ-୧୯ ସବ୍‌ ଭାରିଆଣ୍ଟ ଜେଏନ-୧ରେ ସଂକ୍ରମିତ ଥିଲେ। ଜଣେ ଉତ୍ତରପ୍ରଦେଶର ସଂକ୍ରମିତ ଆଖି ବୁଜିଛନ୍ତି।

ସେ କୋଭିଡ-୧୯ ସବ୍‌ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୮୨୮ ସକ୍ରିୟ ମାମଲା ରହିଛି। କୋଭିଡରେ ଏବେ ସୁଦ୍ଧା ମୋଟ୍‌ ୫ ଲକ୍ଷ ୩୩ ହଜାର ୩୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ହାରରେ ମୃତ୍ୟୁ ୧.୧୯ ପ୍ରତିଶତ ରହିଛି।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's Covid active caseload reaches over 1,800 | Argus News