ଆମେରିକା, ଫ୍ରାନ୍ସ ପରେ ସମର୍ଥନ ଜଣାଇଲା ୟୁନାଇଟେଡ୍ କିଙ୍ଗଡମ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ମିଳୁଛି ସମର୍ଥନ । ଆମେରିକା, ଫ୍ରାନ୍ସ ପରେ ସମର୍ଥନ ଜଣାଇଲା ୟୁନାଇଟେଡ୍ କିଙ୍ଗଡମ । ଜାତିସଂଘର ସାଧାରଣ ଅଧିବେଶନରେ ଉଦବୋଧନ ଦେଇ ୟୁନାଇଟେଡ୍ କିଙ୍ଗଡମର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କେର ଷ୍ଟାମର କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦରେ ଅଧିକ ଦେଶକୁ ସାମିଲ କରାଯିବାର ଆବଶ୍ୟକତା ରହିଛି ।
ଭାରତ, ବ୍ରାଜିଲ, ଜାପାନ, ଜର୍ମାନୀ ଓ ଆଫ୍ରିକୀୟ ଦେଶକୁ ପ୍ରତିନିଧିତ୍ବ ମିଳିବା ପାଇଁ ସେ ମତ ରଖିଛନ୍ତି । ବର୍ତ୍ତମାନ ସୁରକ୍ଷା ପରିଷଦରେ ୫ଟି ଦେଶ ଆମେରିକା, ରୁଷିଆ, ୟୁନାଇଟେଡ୍ କିଙ୍ଗଡମ୍, ଚୀନ ଓ ଫ୍ରାନ୍ସ ସ୍ଥାୟୀ ସଦସ୍ୟ ରହିଛନ୍ତି । ସେମାନଙ୍କର ଭିଟୋ କ୍ଷମତା ରହିଛି । ଏଥିସହ ୧୦ଜଣ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଦୁଇ ବର୍ଷ ପାଇଁ ପ୍ରତିନିଧିତ୍ବ କରିଥାନ୍ତି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବାକୁ ମତ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର