Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ 

Manini Pattanayak
Browse all articles by Manini Pattanayak
·1 year ago
କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ 

ନୂଆଦିଲ୍ଲୀ:  କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ। ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୯୫ ରନର ଟାର୍ଗେଟକୁ ଭାରତ ୩ ୱିକେଟ ହରାଇ ହାସଲ କରି ନେଇଛି। ପୂର୍ବରୁ ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ବାଂଲାଦେଶ ଦ୍ବିତୀୟ ଇଂନିସରେ ମାତ୍ର ୧୪୬ ରନରେ ଅଲଆଉଟ ହୋଇଛି।

ଫଳରେ କାନପୁର ଟେଷ୍ଟରେ ଭାରତ ଆଗରେ ରହିଥିଲା ୯୫ ରନର ବିଜୟ ଲକ୍ଷ୍ୟ। ଭାରତ ପକ୍ଷରୁ ଅଶ୍ବିନୀ, ଜାଡେଜା, ବୁମରା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆକାଶଦୀପ ଗୋଟିଏ ୱିକେଟ ନେଇଛନ୍ତି। ବାଂଲାଦେଶ ପ୍ରଥମ ଇଂନିସରେ ୨୩୩ ରନ କରିଥିବା ବେଳେ ଟିମ ଇଣ୍ଡିଆ ୨୮୫ ରନ କରି ଇଂନିସ ଘୋଷଣା କରିଥିଲା। କାନପୁର ଟେଷ୍ଟରେ ବର୍ଷା ପାଇଁ ଦୁଇ ଦିନର ଖେଳ ବାତିଲ ହୋଇଥିଲା। 

ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IND beat BAN by 7-wickets to win series 2-0 in Kanpur | Argus News