Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଘଣ୍ଟାପ୍ରତି ବେଗ ୧୧୦ କି.ମି

National

ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଘଣ୍ଟାପ୍ରତି ବେଗ ୧୧୦ କି.ମି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଘଣ୍ଟାପ୍ରତି ବେଗ ୧୧୦ କି.ମି

ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍। ହରିୟାଣା ଜିନ୍ଦ-ସୋନିପତ ରୁଟରେ ଏହି ଟ୍ରେନ୍ ଚାଲିବ । ଏହି ଟ୍ରେନର ସର୍ବାଧିକ ଘଣ୍ଟାପ୍ରତି ବେଗ ୧୧୦ କିମି ରହିବ । ୨,୬୩୮ ଯାତ୍ରୀ କ୍ଷମତା ସହିତ ଏହି ଟ୍ରେନର ଡିଜାଇନ୍ କରାଯାଇଛି । ଏଥିରେ ରହିଛି ୧,୨୦୦ HP ଇଞ୍ଜିନ୍ । ଏହା ବିଶ୍ୱର ସର୍ବୋଚ୍ଚ କ୍ଷମତା ବିଶିଷ୍ଟ ହାଇଡ୍ରୋଜେନ୍-ଚାଳିତ ଟ୍ରେନ୍ । ଏହି ହାଇଡ୍ରୋଜନେ ଟ୍ରେନ୍ କେବଳ ଜଳୀୟ ବାଷ୍ପ ନିର୍ଗତ କରେ, ଯାହା ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ । ଶବ୍ଦ ପ୍ରଦୂଷଣ ହ୍ରାସ କରିବା ସହିତ ପରିବେଶ ଅନୁକୂଳତା ବୃଦ୍ଧି କରିବ। ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା ବେଳେ ଏହାର ସମାଧାନ ପାଇଁ ସମଗ୍ର ବିଶ୍ବ ଚେଷ୍ଟା ଜାରି ରଖିଛି ।

ଏହାର ଏକ ଅଂଶ ଭାବରେ ଦେଶରେ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଏହି ହାଇଡ୍ରୋଜେନ ଟ୍ରେନ ଚଲାଇବାକୁ ଗୁରୁତ୍ବାରୋପ କରାଯାଉଛି । ଭାରତୀୟ ରେଲଓ୍ବେ ବିଭାଗର ନୂଆ ଭେଟି । ଦେଶରେ ଗଡିବ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଯାତ୍ରୀବାହୀ ହାଇଡ୍ରୋଜେନ ଦ୍ବାରା ପରିଚାଳିତ ଟ୍ରେନ (India First hydrogen passenger Train ) । ଜଳବାୟୁ ପରିବର୍ତ୍ତନ ଓ ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଭାରତୀୟ ରେଳବାଇ ଏହି ନୂତନ ପଦକ୍ଷେପ ଗ୍ରହଣ କରିଛି । ପ୍ରଦୂଷଣ କରୁଥିବା ଡିଜେଲ ଇଞ୍ଜିନ ସ୍ଥାନରେ ଏହି ହାଇଡ୍ରୋଜେନ ଟ୍ରେନ ଯାତାୟତ କରିବ । ତେବେ ଦୈନିକ ଚଳାଚଳ କରୁଥିବା ଟ୍ରେନଠାରୁ ଏହା ସାମାନ୍ୟ ଛୋଟ ରହିବ ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ହାଇଡ୍ରୋଜେନ ଟ୍ରେନର ଉପକାରିତା:


ହାଇଡ୍ରୋଜେନ ଟ୍ରେନ ପରିବେଶ ପାଇଁ ଅତ୍ୟନ୍ତ ଉତ୍କୃଷ୍ଟ । ଏଗୁଡ଼ିକରୁ କାର୍ବନ ନିର୍ଗତ ହୁଏ ନାହିଁ(zero carbon emissions) । ଏଟି ଟ୍ରେନରୁ ଜଳ ଏବଂ ବାୟୁ ନିର୍ଗତ ହୋଇଥାଏ । ଯେଉଁ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ନାହିଁ ସେଠାରେ ଏହି ଟ୍ରେନ ବରଦାନ ସଦୃଶ । ଅନ୍ୟ ଟ୍ରେନ ଅପେକ୍ଷା ଏହି ଟ୍ରେନରେ ଶବ୍ଦର ମାତ୍ରା କମ ରହିବ । 20 ମିନିଟ୍ ମଧ୍ୟରେ ଏଥିରେ ଇନ୍ଧନ ଭର୍ତ୍ତି କରାଯାଇପାରିବ ।

ହାଇଡ୍ରୋଜେନ ଟ୍ରେନର ବିଶେଷତା:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୋରାଡିଆ ଦ୍ୱୀପ ଟ୍ରେନ୍ ଗୁଡିକ ହାଇଡ୍ରୋଜେନ୍ ଇନ୍ଧନ-ସେଲ୍ ଟେକ୍ନୋଲୋଜିରେ ଚାଲିଥାଏ । ଏଥିରୁ ପରିବେଶକୁ କ୍ଷତି ପହଞ୍ଚାଉଥିବା ଭଳି କୌଣସି କ୍ଷତିକାରକ ନିର୍ଗତ ହୁଏ ନାହିଁ । ଏହା ବାର୍ଷିକ ପ୍ରାୟ 16 ଲକ୍ଷ ଲିଟର ଡିଜେଲ ସଞ୍ଚୟ କରିବ । ଫଳସ୍ୱରୂପ ପ୍ରତିବର୍ଷ 4 ହଜାର ଟନ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ଉପରେ ରୋକ ଲାଗିବ । ଥରେ ଇନ୍ଧନ ଭରିବା ପରେ ଏହି ଟ୍ରେନ୍ଗୁଡିକ ଏକ ହଜାର କିମି ଯାତ୍ରା କରିବ । ହାଇଡ୍ରୋଜେନ୍ ଟ୍ରେନ୍ ପ୍ରତି ଘଣ୍ଟାରେ ସର୍ବାଧିକ 140 କିମି ଅତିକ୍ରମ କରିପାରିବ ।

Sponsored
indias-first-hydrogen-powered-train-capable-of-reaching-110-kmh-is-set-to-begin-operations-on-the-jind-sonipat-route-in-haryana-news | Argus News