Private Rocket / ମହାକାଶକୁ ଉଡ଼ିବ ଭାରତର ପ୍ରଥମ ଘରୋଇ ରକେଟ୍

Key Points
‘ବିକ୍ରମ-୧’ ରଚିବ ନୂଆ ଇତିହାସ
ମହାକାଶକୁ ଉଡ଼ିବ ଭାରତର ପ୍ରଥମ ଘରୋଇ ରକେଟ୍
ବେସରକାରୀ ମହାକାଶ ଯୁଗର ନୂଆ ଆରମ୍ଭ
ଭାରତର ମହାକାଶ ଯାତ୍ରାରେ ଆଜି ଯୋଡ଼ିବାକୁ ଯାଉଛି ଆଉ ଏକ ଐତିହାସିକ ଅଧ୍ୟାୟ । ସରକାରୀ ସଫଳତା ପରେ ଏବେ ବେସରକାରୀ କ୍ଷେତ୍ର ମଧ୍ୟ ମହାକାାଶକୁ ଛୁଇଁବାକୁ ପ୍ରସ୍ତୁତ । ସ୍କାଏରୁଟ୍ ଏରୋସ୍ପେସ୍ର ସ୍ୱଦେଶୀ କକ୍ଷୀୟ ରକେଟ୍ 'ବିକ୍ରମ-୧'ର ପ୍ରଥମ ଉଡ଼ାଣ କେବଳ ଏକ ଲଞ୍ଚ ନୁହେଁ, ବରଂ ଭାରତର ବେସରକାରୀ ମହାକାଶ ଶକ୍ତିର ନୂଆ ପରିଚୟ ।
ଆକାଶ ନୁହେଁ, ଏବେ ଲକ୍ଷ୍ୟ ମହାକାଶ... ଭାରତର ବେସରକାରୀ ମହାକାଶ ଶିଳ୍ପ ପାଇଁ ଆଜି ଏକ ଐତିହାସିକ ଦିନ। ସ୍କାଏରୁଟ୍ ଏରୋସ୍ପେସ୍ର ପ୍ରଥମ କକ୍ଷୀୟ ରକେଟ୍ 'ବିକ୍ରମ-୧' ଆଜି ପ୍ରଥମ ଥର ପାଇଁ ମହାକାଶ ଅଭିମୁଖେ ଉଡ଼ାଣ ଭରିବାକୁ ଯାଉଛି ।
ଆଜି ମହାକାଶ ଯିବ ଭାରତର ପ୍ରଥମ ଘରୋଇ ରକେଟ । ସ୍କାଏରୁଟ୍ ଏରୋସ୍ପେସ୍ ଦ୍ୱାରା ନିର୍ମିତ ଭାରତର ପ୍ରଥମ ବେସରକାରୀ କକ୍ଷୀୟ ରକେଟ୍ 'ବିକ୍ରମ-୧' ଯାହା ସାଟେଲାଇଟ୍ଗୁଡ଼ିକୁ ମହାକାଶ କକ୍ଷପଥରେ ସ୍ଥାପନ କରିବା ପାଇଁ ଡିଜାଇନ୍ କରାଯାଇଛି ।
ମିଶନ ଆଗମନ ହେଉଛି ସ୍କାଏରୁଟ୍ ଏରୋସ୍ପେସ୍ର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ । ଏହା କୌଣସି ଭାରତୀୟ ବେସରକାରୀ କମ୍ପାନୀ ଦ୍ୱାରା କକ୍ଷପଥରେ ପହଞ୍ଚିବା ପାଇଁ କରାଯାଇଥିବା ପ୍ରଥମ ପ୍ରୟାସ । ବିକ୍ରମ-୧ ହେଉଛି ଭାରତର ପ୍ରଥମ କକ୍ଷୀୟ ରକେଟ୍ ଯାହା ସମ୍ପୂର୍ଣ୍ଣ ରୂପେ କାର୍ବନ କମ୍ପୋଜିଟ୍ ଢାଞ୍ଚାରେ ନିର୍ମିତ ।
ଏହି ପଦାର୍ଥ ସାଧାରଣ ଷ୍ଟିଲ୍ ତୁଳନାରେ ହାଲୁକା ଏବଂ ଅଧିକ ଶକ୍ତିଶାଳୀ, ଯାହା ରକେଟ୍ର କାର୍ଯ୍ୟଦକ୍ଷତା ବଢ଼ାଇଥାଏ । ଏହି ରକେଟ୍ର 'ଅର୍ବିଟାଲ୍ ଆଡଜଷ୍ଟମେଣ୍ଟ ମଡ୍ୟୁଲ୍'ରେ ଏକ ସମ୍ପୂର୍ଣ୍ଣ ୩ଡି-ପ୍ରିଣ୍ଟେଡ୍ ଲିକ୍ୱିଡ୍ ଇଞ୍ଜିନ ବ୍ୟବହାର କରାଯାଇଛି, ଯାହା ଭାରତୀୟ ମହାକାଶ ଇତିହାସରେ ପ୍ରଥମ ।
ବିକ୍ରମ-୧ର ପ୍ରଥମ ପର୍ଯ୍ୟାୟ ହେଉଛି ଦେଶର ସବୁଠାରୁ ଲମ୍ବା ଏକକ-ଖଣ୍ଡିଆ କାର୍ବନ କମ୍ପୋଜିଟ୍ ରକେଟ୍ ଷ୍ଟେଜ୍, ଯାହା ସ୍ୱଦେଶୀ ଜ୍ଞାନକୌଶଳର ଏକ ବଡ଼ ଉଦାହରଣ । ଏହି ମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଏବଂ 'ବନ୍ଦେ ମାତରମ୍' ଲେଖାଥିବା ଏକ କାର୍ଡ ସହିତ ବିଶ୍ୱର ଶତାଧିକ ପ୍ରଶଂସକଙ୍କ ବାର୍ତ୍ତାକୁ ମହାକାଶକୁ ନେବ । ଆଜି ଦିନ ସାଢ଼େ ୧୧ଟାରେ ଏହାର ଲଂଚ ସମୟ ନିର୍ଦ୍ଧାରଣ କରାଯାଇଛି ।
📱 Get Argus News App
✨Related Topics
Explore more stories