Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦୀପାବଳି, ଛଟ ପୂଜା ପୂର୍ବରୁ ଗଡିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଏକ୍ସପ୍ରେସ

Smruti Parija
Browse all articles by Smruti Parija
·10 months ago·1 min read
ଦୀପାବଳି, ଛଟ ପୂଜା ପୂର୍ବରୁ ଗଡିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଏକ୍ସପ୍ରେସ

Key Points

ବନ୍ଦେ ଭାରତ ସ୍ଲିପର୍ ଏକ୍ସପ୍ରେସରେ ମିଳିବ ବିମାନ ଭଳି ସୁବିଧା

ଦିଲ୍ଲୀ-ପାଟନା ମାତ୍ର 11 ଘଣ୍ଟାରେ ପହଞ୍ଚିବେ, ଆଗରୁ ଲାଗୁଥିଲା 23 ଘଣ୍ଟା

ଦୀପାବଳି, ଛଟ ପୂଜା ପୂର୍ବରୁ ବନ୍ଦେ ଭାରତ ସ୍ଲିପର୍ ଏକ୍ସପ୍ରେସ

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବନ୍ଦେ ଭାରତ ସ୍ଲିପର୍ ଏକ୍ସପ୍ରେସ୍ । ଯାହା ଦିଲ୍ଲୀରୁ ପାଟନାକୁ ଗଡିବ । ପରେ ଏହା ବିହାରର ଦରଭଙ୍ଗା କିମ୍ବା ସୀତାମାଢ଼ି ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ଆରମ୍ଭରେ ଏହି ସେବା ଆରମ୍ଭ ହେବାର ଆଶା କରାଯାଉଛି । ଆଗକୁ ଦୀପାବଳି, ଛଠ ପୂଜା ଥିବାବେଳେ ସାଧାରଣ ଜନତା ବେଶ ଉପକୃତ ହେବେ । ବିହାର ନିର୍ବାଚନ ପୂର୍ବରୁ ଏହା ଆରମ୍ଭ ହେବାର ଆଶା କରାଯାଉଛି ।


ଏହି ଟ୍ରେନରେ ରହିବ ଅତ୍ୟାଧୁନିକ ସୁବିଧା । ଘଣ୍ଟା ପ୍ରତି 180 କି.ମି ବେଗରେ ଗତି କରିବ । ଏହାର ଉଭୟ ପାର୍ଶ୍ୱରେ ଡ୍ରାଇଭର କ୍ୟାବିନ୍ ରହିଛି । ସେହିପରି CCTV ନିରୀକ୍ଷଣ, ଦୁର୍ଘଟଣା-ପ୍ରତିରୋଧୀ କୋଚ୍ ଏବଂ ଯାତ୍ରୀ ସୂଚନା ପାଇଁ LED ସ୍କ୍ରିନ୍ ଅନ୍ତର୍ଭୁକ୍ତ । ଏବଂ ଫାୟାର ସେଫଟି ସୁବିଧା ମଧ୍ୟ ଉପଲବ୍ଧ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାତ୍ରୀମାନେ ଏଥିରେ ଉନ୍ନତ ଅତ୍ୟାଧୁନିକ ସୁବିଧା ପାଇବେ । ବିମାନ ଭଳି ସୁବିଧା ରହିଥିବାବେଳେ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ । ରାଜଧାନୀ ଏକ୍ସପ୍ରେସରେ ୨୩ ଘଣ୍ଟାରୁ ଅଧିକ ସମୟ ନେଉଥିବା ଦିଲ୍ଲୀ-ପାଟନା ଯାତ୍ରା ମାତ୍ର ୧୧.୫ ଘଣ୍ଟା ହେବ ବୋଲି ଆକଳନ କରାଯାଇଛି ।


ଗତ ମାସରେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର୍ ସେବା ଆରମ୍ଭ କରିବାର ଘୋଷଣା କରିଥିଲେ । ଭାରତୀୟ ରେଳପଥ ଭିଡ଼ କମ କରିବା ଏବଂ ଏହି ଅଞ୍ଚଳର ଯାତ୍ରୀମାନଙ୍କ ପାଇଁ ଏକ ଦ୍ରୁତ, ଅଧିକ ସୁବିଧାଜନକ ବିକଳ୍ପ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

Sponsored