Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତର ସାଂସ୍କୃତିକ କ୍ଷେତ୍ର ଏବଂ ସମାଜ ପାଇଁ ଆଜି ଏକ ଐତିହାସିକ ଦିନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାରତର ସାଂସ୍କୃତିକ କ୍ଷେତ୍ର ଏବଂ ସମାଜ ପାଇଁ ଆଜି ଏକ ଐତିହାସିକ ଦିନ

ଗୁରୁଗ୍ରାମରେ ଆଜି ଭାରତର ପ୍ରଥମ ବିଶ୍ୱ ଶାନ୍ତି କେନ୍ଦ୍ରର ହେବ ଶୁଭାରମ୍ଭ । ଭାରତର ସାଂସ୍କୃତିକ କ୍ଷେତ୍ର ଏବଂ ସମାଜ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ । ଗୁରୁଗ୍ରାମ ସେକ୍ଟର ୩୯ ରେ ଏହି କେନ୍ଦ୍ରର ପ୍ରତିଷ୍ଠା କରାଯାଇଛି । ଜୈନ ଆଚାର୍ଯ୍ୟ ଲୋକେଶ ମୁନିଙ୍କ ନେତୃତ୍ୱରେ ଏବଂ ଅହିସ୍ମା ବିଶ୍ବ ଭାରତୀଙ୍କ ଉଦ୍ୟମରେ ଏହି କେନ୍ଦ୍ର ନିର୍ମାଣ ହୋଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ହରିୟଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପଞ୍ଜାବ ରାଜ୍ୟପାଳ ଗୁଲାବ ଚନ୍ଦ୍ର କାଟାରିଆ, ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ପ୍ରମୁଖ ଉପସ୍ଥିତ ରହିବେ।


ଏହା ସହିତ ସନ୍ଥ ସମ୍ମିଳନୀର ମଧ୍ୟ ଆୟୋଜନ ହେଉଛି ଯେଉଁଥିରେ ଶ୍ରୀ ଶ୍ରୀ ରବି ଶଙ୍କର, ଯୋଗ ଗୁରୁ ରାମଦେବ ପ୍ରମୁଖ ଯୋଗ ଦେବେ। ଏହି କେନ୍ଦ୍ର ସାଂସ୍କୃତିକ, ଶାନ୍ତି, ମୁକ୍ତି, ଏକତାର କେନ୍ଦ୍ରସ୍ଥଳୀ ଭାବେ କାର୍ଯ୍ୟ କରିବ। ଏହି କେନ୍ଦ୍ର ଭାରତର ବିଶ୍ୱ ଶାନ୍ତି ବାର୍ତ୍ତାକୁ ଦ୍ଵିଗୁଣିତ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's First World Peace Centre to Be Inaugurated Today | Argus News