2024ରୁ 2031 6.7 ପ୍ରତିଶତ ହାରରେ ଦୌଡ଼ିବ ଭାରତର GDP

ଅର୍ଗସ ବ୍ୟୁରୋ: ବିକାଶମୂଖୀ ଭାରତୀୟ ଅର୍ଥନୀତି । 2024ରୁ 2031 ପର୍ଯ୍ୟନ୍ତ 6.7 ପ୍ରତିଶତ ହାରରେ ଦୌଡ଼ିବ GDP । 2031 ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତି ପାଇଁ କୌଣସି ବାଧା ନଥିବା ରିପୋର୍ଟ ପ୍ରକାଶ କରିଛି କ୍ରେଡିଟ ରେଟିଂ ଏଜେନ୍ସି କ୍ରିସିଲ । ରେଟିଂ ଏଜେନ୍ସିର ଆକଳନ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ଜିଡିପି 6.4 ପ୍ରତିଶତ ରହିପାରେ । କ୍ରିସିଲ ରିପୋର୍ଟ ଅନୁସାରେ ମୋଦି ସରକାରଙ୍କ ଆର୍ଥିକ ନୀତି ଜିଡିପିକୁ ବଳ ଯୋଗାଉଛି ।
ଘରୋଇ କ୍ଷେତ୍ରରେ ଭରପୁର ସହଯୋଗ, କ୍ୟାପିଟାଲ ଏକ୍ସପେଣ୍ଡିଚର ବୃଦ୍ଧି ଓ ରାଜ୍ୟକୁ ବିନା ସୁଧରେ ଋଣ ପ୍ରଦାନ କରି ଘରୋଇ ନିବେଶକୁ ପ୍ରୋତ୍ସାହିତ କରାଯାଉଥିବାରୁ ଏହା ଦେଶର ଅର୍ଥନୀତିକୁ ସୁଦୃଢ଼ କରୁଥିବା ରିପୋର୍ଟରେ କୁହାଯାଇଛି । ଚଳିତ ଆର୍ଥିକ ବର୍ଷରେ ଭାରତ 7.3 ପ୍ରତିଶତ ଅଭିବୃଦ୍ଧି ସହ ଆଗକୁ ବଢୁଥିବାବେଳେ ଆସନ୍ତାବର୍ଷ ଏହା ସାମାନ୍ୟ ହ୍ରାସ ପାଇ 6.4 ପ୍ରତିଶତରେ ପହଞ୍ଚିପାରେ ।
ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁ ବିଶ୍ବରେ ଦେଖାଦେଇଥିବା ଆର୍ଥିକ ସଂକଟର ପ୍ରଭାବ ଯୋଗୁ ଭାରତୀୟ ଅର୍ଥନୀତି ସାମାନ୍ୟ ପ୍ରଭାବିତ ହୋଇପାରେ । ଆହ୍ୱାନ ସତ୍ତ୍ୱେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇପାରେ ବୋଲି ସେବି ପଞ୍ଜିକୃତ କ୍ରେଡିଟ ରେଟିଂ ଏଜେନ୍ସି କ୍ରିସିଲ କହିଛି ।
📱 Get Argus News App
✨ଆହୁରି ପଢନ୍ତୁ ଭାରତ ଖବର...