Videos
|
National

ପୋଲକୁ ନେଇ ବିଶ୍ବରେ ଚର୍ଚ୍ଚା

Arpita Mohanty
Browse all articles by Arpita Mohanty
·2 years ago·1 min read
ପୋଲକୁ ନେଇ ବିଶ୍ବରେ ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ସମୁଦ୍ରରେ ତିଆରି ହୋଇଛି ବ୍ରିଜ୍‌ । ହଁ...ଠିକ୍‌ ଶୁଣିଲେ...ସମୁଦ୍ରରେ ତିଆରି ହୋଇଛି ବ୍ରିଜ୍‌ ।  ଭାରତରେ ସମୁଦ୍ର ଉପରେ ତିଆରି ହୋଇଥିବା ସବୁଠାରୁ ଲମ୍ବା ବ୍ରିଜ୍ । ଯାହାକୁ ନେଇ ବିଶ୍ଵରେ ଚର୍ଚ୍ଚା। ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ଯାହା ଅଟଳ ସେତୁ ନାମରେ ମଧ୍ୟ ଜଣାଶୁଣା। ସମୁଦ୍ର ଉପରେ ବନିଥିବା ଏହା ହେଉଛି ସବୁଠାରୁ ଲମ୍ବା ବ୍ରିଜ। ଏହି ବ୍ରିଜ୍ ସମୁଦାୟ ୨୧.୮ କିମି ଲମ୍ବା ଯାହାର ୧୬.୫୦ କିମି ସମୁଦ୍ର ଉପରେ ଏବଂ ୫.୫୦ କିମି ସ୍ଥଳଭାଗରେ ରହିଛି। ଏହି ପୋଲ ମୁମ୍ବାଇର ସେଓ୍ୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଉରାନ ତାଲୁକର ନହୱା ଶେୱା ପର୍ଯ୍ୟନ୍ତ ସଂଯୋଗ କରୁଛି।

ଏହି ବ୍ରଜ୍ ଦ୍ବାରା ଏକ ଘଣ୍ଟାର ରାସ୍ତା ମାତ୍ର ୧୬ ମିନିଟ୍ ରେ ପହଁଞ୍ଚିହେବ। ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟର ଭଳି ଧୀରେ ଧୀରେ ଗତି କରୁଥିବା କୌଣସି ଯାନବାହନ ଚଳାଚଳକୁ ନିଷେଧ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁଯାୟୀ ଏହାର ନାମ ‘ଅଟଳ ସେତୁ’ ରଖାଯାଇଛି। ଏହି ବ୍ରଜ୍ ତିଆରି କରିବାରେ ସମୁଦାୟ ୧୮,୦୦୦ କୋଟି ଖର୍ଚ୍ଚ ହୋଇଛି। ୨୦୨୪ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏହାର ଉଦଘାଟନ କରିଥିଲେ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India's longest bridge is viral on social media | Argus News