Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ-ଶ୍ରୀଲଙ୍କା ମିତ୍ରତାରେ ନୂଆ ଦିଶା, ହେଲା ବଡ଼ ଚୁକ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଭାରତ-ଶ୍ରୀଲଙ୍କା ମିତ୍ରତାରେ ନୂଆ ଦିଶା, ହେଲା ବଡ଼ ଚୁକ୍ତି

ଭାରତ ଶ୍ରୀଲଙ୍କା ମିତ୍ରତାରେ ନୂଆ ଦିଶା । ମିତ୍ର ବିଭୂଷଣ ପୁରସ୍କାରରେ ସମ୍ମାନିତ ହେଲେ ମୋଦି । ଶ୍ରୀଲଙ୍କା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀଲଙ୍କା ମିତ୍ର ବିଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଶ୍ରୀଲଙ୍କା ଏବଂ ଭାରତର ଦୃଢ଼ ସମ୍ପର୍କ ସ୍ବୀକୃତି ସ୍ବରୂପ ମୋଦିଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ସମ୍ମାନ ସମସ୍ତ ଭାରତୀୟଙ୍କୁ ବଡ଼ ସମ୍ମାନ ବୋଲି କହିଛନ୍ତି ମୋଦି । ଏହା ପୂର୍ବରୁ ଦୁଇ ରାଷ୍ଟ୍ର ନେତାଙ୍କ ଉପସ୍ଥିତିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ MoU ସ୍ବାକ୍ଷର ହେୋଇଛି ।

କଲମ୍ବୋରେ ମୋଦି ମୋଦି ନାରା । ଶ୍ରୀଲଙ୍କାର ତିନି ଦିନିଆ ଗସ୍ତରେ କଲମ୍ବୋରେ ପହଞ୍ଚିବା ପରେ ଭାରତୀୟ ସମୁଦାୟ ଏବଂ ଶ୍ରୀଲଙ୍କାର ମନ୍ତ୍ରୀ ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲମ୍ବୋରେ ଭବ୍ୟ ସ୍ୱାଗତ କରାଯାଇଛି । ମୋଦିଙ୍କୁ ସ୍ୱାଧୀନତା ଚୌକରେ ଗାର୍ଡ ଅଫ୍ ଅନର ଏବଂ ତୋପ ସଲାମୀ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ କଲମ୍ବୋରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଥିଲେ।

ଦୁଇ ରାଷ୍ଟ୍ର ନେତାଙ୍କ ଉପସ୍ଥିତିରେ ଭାରତ ଏବଂ ଶ୍ରୀଲଙ୍କା ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷର ହେୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଦିଶାନାୟକ ଏହି ଚୁକ୍ତିନାମାଗୁଡ଼ିକୁ ଉଭୟ ଦେଶ ପାଇଁ ଲାଭଦାୟକ ଏବଂ ଏହା ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ସମ୍ପର୍କକୁ ନୂତନ ଶକ୍ତି ଦେବ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପାରମ୍ପରିକ ସମ୍ପର୍କ ଆହୁରି ମଜବୁତ ହେଉଛି ଏବଂ ଏହି ଚୁକ୍ତିନାମାଗୁଡ଼ିକ ସମ୍ପର୍କକୁ ଆହୁରି ନିବିଡ଼ କରିବ ଏବଂ ବିକାଶ ପ୍ରକଳ୍ପ, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ ବୋଲି ଏହି ଅବସରରେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ଶ୍ରୀଲଙ୍କା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀଲଙ୍କା ମିତ୍ର ବିଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଶ୍ରୀଲଙ୍କା ଏବଂ ଭାରତର ଦୃଢ ସମ୍ପର୍କ ସ୍ୱୀକୃତି ସ୍ୱରୂପ ମୋଦିଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନ ସମସ୍ତ ଭାରତୀୟଙ୍କୁ ବଡ଼ ସମ୍ମାନ ବୋଲି ଏହି ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହି ଗସ୍ତ ଅବସରରେ ଭାରତ ସହାୟତାରେ ନିର୍ମିତ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଐତିହାସିକ ସହର ଅନୁରାଧାପୁର ଗସ୍ତ କରିବେ, ଯେଉଁଠାରେ ସେ ମହାବୋଧି ମନ୍ଦିରରେ ପ୍ରାର୍ଥନା କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India’s Modi visits Sri Lanka to shore up defence and energy ties | Argus News