Modi On Trump Tariff: 'ଚାଷୀଙ୍କ ସ୍ୱାର୍ଥ ସହିତ ସାଲିସ୍ କରିବ ନାହିଁ ଭାରତ'

Key Points
ଆଜିଠାରୁ ୨୫%, ଆସନ୍ତା ୨୭ରୁ ଆଉ ୨୫% ଟାରିଫ ବୃଦ୍ଧି ଘୋଷଣା
'ଭାରତ ଉପରେ ୫୦% ଟାରିଫ ଲାଗିଲେ ଦେବାକୁ ପଡ଼ିବ ବହୁମୂଲ୍ୟ'
ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିବ ଭାରତ ଉପରେ ଟାରିଫ ବୃଦ୍ଧି, ଚେତାଇ ଦେଲେ ଟପ୍ ଆମେରିକାନ ଇକୋନୋମିଷ୍ଟ
ଆମେରିକା ଉପରେ ଜବାବୀ ଟାରିଫ ଲଗାଇବାକୁ ବିଭିନ୍ନ ମହଲରେ ଉଠିଲା ଦାବି
ଭାରତ ଉପରେ ଆଜିଠାରୁ ଲାଗୁ ହେଲା ୨୫ ପ୍ରତିଶତ ଟାରିଫ, ୨୭ରୁ ଲାଗିବ ଆଉ ୨୫ ପ୍ରତିଶତ । ଟ୍ରମ୍ପଙ୍କୁ ମୋଦିଙ୍କ ମୁହଁତୋଡ ଜବାବ, 'ଚାଷୀଙ୍କ ସ୍ୱାର୍ଥ ସହିତ ସାଲିସ୍ କରିବ ନାହିଁ ଭାରତ' । ଟପ୍ ଆମେରିକାନ ଇକୋନୋମିଷ୍ଟଙ୍କ ଚେତାବନୀ, ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିବ ଭାରତ ଉପରେ ଟାରିଫ ବୃଦ୍ଧି। ଆମେରିକା ଉପରେ ଜବାବୀ ଟାରିଫ ଲଗାଇବାକୁ ବିଭିନ୍ନ ମହଲରେ ଦାବି ।
ଟ୍ରମ୍ପଙ୍କୁ ମୋଦିଙ୍କ ସିଧା ସନ୍ଦେଶ । ୫୦ ପ୍ରତିଶତ ଟାରିଫ ଲାଗିଲେ ବି ନଇଁବ ନାହିଁ ଭାରତ । ରୁଷିଆ ସହ ବାଣିଜ୍ୟ ସମ୍ପର୍କକୁ ନେଇ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଘୋଷଣାକୁ ଅଯୌକ୍ତିକ କହିବା ସହ ଏଥିପାଇଁ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି କହିଛନ୍ତି ପିଏମ ମୋଦି । ଟ୍ରମ୍ପଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେରେ ଆଜିଠାରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ ହୋଇଥିବାବେଳେ ଆସନ୍ତା ୨୭ରୁ ଆଉ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲାଗୁ ପାଇଁ ଘୋଷଣା କରିଛନ୍ତି ଟ୍ରମ୍ପ ।
ଭାରତ ଉପରେ ଟାରିଫ ବୃଦ୍ଧି ହେଲେ ବି ଦେଶର ଚାଷୀଙ୍କ ସ୍ୱାର୍ଥ ସହିତ ସାଲିସ୍ କରାଯିବ ନାହିଁ ବୋଲି ସିଧା ଉତ୍ତର ଦେଇଛନ୍ତି ମୋଦି । ନୂଆଦିଲ୍ଲୀରେ ବିଶିଷ୍ଟ କୃଷି ବୈଜ୍ଞାନିକ ଏମ.ଏସ. ସ୍ବାମୀନାଥନ ଆନ୍ତର୍ଜାତିକ ଶତାବ୍ଦୀ ସମାରୋହରେ ଯୋଗଦେଇ ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ ସାଲିସ୍ କରିବେ ନାହିଁ ବୋଲି କହିଛନ୍ତି । ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବାକୁ ଟ୍ରମ୍ପଙ୍କ ଧମକ ମହଙ୍ଗା ପଡ଼ିବ ବୋଲି ଚେତାଇ ଦେଇଛନ୍ତି ।
ଆମେରିକୀୟ ଅର୍ଥନୀତିଜ୍ଞ ପେଟର ସ୍କିଫ୍ । ଟାରିଫ ବୃଦ୍ଧି ବୈଦେଶିକ ବାଣିଜ୍ୟକୁ ଗଭୀର ଭାବେ ପ୍ରଭାବିତ କରିବା ସହ ଆମେରିକୀୟ ଗ୍ରାହକ କେବଳ କାଗଜ ବାଘ ହୋଇ ରହିଯିବେ ବୋଲି କହିଛନ୍ତି ଗ୍ଲୋବାଲ ଷ୍ଟ୍ରାଟେଜିଷ୍ଟ ପେଟର ସ୍କିଫ୍ ।
ରୁଷିଆରୁ ତୈଳ ଆମଦାନୀକୁ ନେଇ ଭାରତକୁ ବାରମ୍ବାର ଧମକ ଦେଉଥିଲେ ବି ଖୋଦ ଆମେରିକା ମଧ୍ୟ ରୁଷିଆରୁ ତୈଳ ଆମଦାନୀ କରୁଛି । ଚୀନ ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ର ମଧ୍ୟ ରୁଷିଆରୁ ତୈଳ ଆମଦାନୀ ଜାରି ରଖିଛନ୍ତି । ଏପରି ସ୍ଥିତିରେ ଭାରତ-ରୁଷିଆ ବାଣିଜ୍ୟ ସମ୍ପର୍କକୁ ନେଇ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ବଡ଼ ପ୍ରଶ୍ନ ଉଠାଇଛି । ଦୁଇ ଦେଶ ମଧ୍ୟରେ ରାଜନୈତିକ, ସାମାଜିକ ସମ୍ପର୍କ ମଧ୍ୟ ତିକ୍ତ ହେବ ବୋଲି କହିଛନ୍ତି ବିଶେଷଜ୍ଞ । ଆମେରିକା ଉପରେ ଜବାବୀ ଟାରିଫ ଲଗାଇବାକୁ ଦାବି କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର ।
ବ୍ରାଜିଲ, ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଥିବାବେଳେ ପାକିସ୍ତାନ, ବାଂଲାଦେଶ, ଇରାନ ଉପରେ ଟ୍ରମ୍ପ ଅପେକ୍ଷାକୃତ କମ ଟାରିଫ ଲଗାଇଛନ୍ତି । ଟାରିଫ ବୃଦ୍ଧି ଫଳରେ ଭାରତରୁ ଆମେରିକାକୁ ଯାଉଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ ହେବ। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଅନାବଶ୍ୟକ, ଆକାରଣ ଓ ଅନ୍ୟାୟ ବୋଲି ଦର୍ଶାଯାଇଛି।