Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତର ସବୁଠୁ ଦାମୀ ଆଇସକ୍ରିମ 'ଅମ୍ବାନୀ ଆଇସକ୍ରିମ'

National

ଭାରତର ସବୁଠୁ ଦାମୀ ଆଇସକ୍ରିମ 'ଅମ୍ବାନୀ ଆଇସକ୍ରିମ'

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଭାରତର ସବୁଠୁ ଦାମୀ ଆଇସକ୍ରିମ 'ଅମ୍ବାନୀ ଆଇସକ୍ରିମ'

ଭାରତର ସବୁଠୁ ଦାମୀ ଆଇସକ୍ରିମ । ଯାହା ଇଣ୍ଟରନେଟରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି । ସୁନା ଲେପ ଦିଆଯାଇଥିବା ଏହି ଆଇସକ୍ରିମ ହାଇଦ୍ରାବାଦର " ହବର୍ ଆଣ୍ଡ ହୋଲି " ଆଇସକ୍ରିମ ସପ୍‌ରେ । ସୋସିଆଲ ମିଡିଆ ୟୁଜର୍ସମାନେ ଏହାକୁ 'ଅମ୍ବାନୀ ଆଇସକ୍ରିମ' ବୋଲି ନାଁ ଦେଇଛନ୍ତି । ଇନଷ୍ଟାଗ୍ରାମର ଫୁଡ ବ୍ଲଗର ଜଣେ ଏହି ଭିଡିଓ ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି । ଯେଉଁଥିରେ ସେ ଏହାକୁ ସବୁଠୁ ଦାମୀ ଆଇସକ୍ରିମ ବୋଲି ଲେଖିଛନ୍ତି । ଏବଂ କିଏ ଜଣେ ତାଙ୍କୁ ଏହି ଆଇସକ୍ରିମ ଖାଇବାକୁ ଦେଉ ବୋଲି ଅନୁରୋଧ ମଧ୍ୟ କରିଛନ୍ତି ।


ଏହି ଭିଡିଓରେ ଜଣେ କର୍ମଚାରୀ ଏହି ଆଇସକ୍ରିମ ତିଆରି କରୁଛନ୍ତି । ପ୍ରଥମେ ଏକ କୋନ୍‌ରେ ଚକୋଲେଟ ଚଙ୍କ୍ସ, ଲିକ୍ୟୁଇଡ୍ ଚକୋଲେଟ, ଆଲମଣ୍ଡ , ଏବଂ ଚକୋଲେଟ ଆଇସକ୍ରିମକୁ ଭର୍ତ୍ତି କରୁଛନ୍ତି । ପରେ ସେଥିରେ ଏକ ଆସ୍ତରଣର କ୍ରିମର ପ୍ରଲେପ ଦେଉଛନ୍ତି । କ୍ରିମର ପ୍ରଲେପ ଠିକ ଭାବରେ ଲାଗିବା ପରେ ସେଥିରେ ସୁନାର ଏକ ଆସ୍ତରଣ ଦିଆଯାଉଛି । ତା ପରେ ଏହା ଉପରେ ସ୍ବାଦିଷ୍ଟ ଟପିଙ୍ଗ୍ସ ଦିଆଯାଇ ଏହାକୁ ସଜାଯାଏ । ଏହି ପୋଷ୍ଟ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏପର୍ଯ୍ୟନ୍ତ ୧୦ ମିଲିୟନ ଲୋକ ଏହାକୁ ଦେଖି ସାରିଛନ୍ତି । ଭିଡିଓରେ ୩ ଲକ୍ଷ ଲୋକ ଲାଇକ କରିଛନ୍ତି । କିଛି ୟୁଜର୍ସ ଏଥିରେ କମେଣ୍ଟ ଦେଇଛନ୍ତି ଏହି ଆଇସକ୍ରିମ କିଣିବାକୁ ହେଲେ ଆମକୁ ଲୋନ ନେବାକୁ ପଡିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's most expensive ice cream is 'Ambani Ice Cream' | Argus News