Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସପ୍ତମ ଥର ପାଇଁ ଆକ୍ସିଅମ୍-୪ ମିଶନ୍ ଲଞ୍ଚ୍ ପାଇଁ ତାରିଖ ଓ ସମୟ ଘୋଷଣା କରିଛି ନାସା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସପ୍ତମ ଥର ପାଇଁ ଆକ୍ସିଅମ୍-୪ ମିଶନ୍ ଲଞ୍ଚ୍ ପାଇଁ ତାରିଖ ଓ ସମୟ ଘୋଷଣା କରିଛି ନାସା

Key Points

ଆଜି ଅନ୍ତରୀକ୍ଷରେ ଇତିହାସ ରଚିବେ ଶୁଭାଂଶୁ ଶୁକ୍ଳା

ସପ୍ତମ ଥର ପାଇଁ ଆକ୍ସିଅମ୍-୪ ମିଶନ୍ ଲଞ୍ଚ୍ ପାଇଁ ତାରିଖ ଓ ସମୟ ଘୋଷଣା କରିଛି ନାସା

ଯାନ୍ତ୍ରିକ ଓ ପରିବେଶଗତ କାରଣରୁ ପୂର୍ବରୁ ୬ ଥର ମିଶନ ସ୍ଥଗିତ

ଆଜି ଅନ୍ତରୀକ୍ଷରେ ଇତିହାସ ରଚିବେ ଶୁଭାଂଶୁ ଶୁକ୍ଳା । ସପ୍ତମ ଥର ପାଇଁ ଆକ୍ସିଅମ୍-୪ ମିଶନ୍ ଲଞ୍ଚ୍ ପାଇଁ ତାରିଖ ଓ ସମୟ ଘୋଷଣା କରିଛି ନାସା । ଯାନ୍ତ୍ରିକ ଓ ପରିବେଶଗତ କାରଣରୁ ପୂର୍ବରୁ ୬ ଥର ମିଶନ ସ୍ଥଗିତ ହୋଇଥିଲା । ଆଜି ଭାରତୀୟ ସମୟ ମଧ୍ୟାନ୍ନ ୧୨ଟା ୧ ମିନିଟରେ ନାସା, ଆକ୍ସିଅମ୍‌ ସ୍ପେସ୍‌ ଏବଂ ସ୍ପେସ ଏକ୍ସର ମିଳିତ ମିଶନ୍‌ ଲଞ୍ଚ ହେବାକୁ ଯାଉଛି । ନାସାର ଫ୍ଲୋରିଡା ସ୍ଥିତ କେନେଡ଼ି ସ୍ପେସ୍ ସେଣ୍ଟରରୁ ଫାଲକନ୍‌ ୩୯ଏରୁ ମିଶନ ଲଞ୍ଚ ହେବ । ପୂର୍ବରୁ ଗତ ୧୯ ଓ ୨୨ ତାରିଖରେ ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରୁ ମିଶନ୍‌ ଲଞ୍ଚ ପାଇଁ ଘୋଷଣା ହୋଇଥିଲେ ବି ଶେଷ ମୁହୂର୍ତ୍ତରେ ମିଶନକୁ ସ୍ଥଗିରତ କରାଯାଇଥିଲା । ଆଜି ମିଶନ୍‌ ଲଞ୍ଚ ହେବା ପରେ ୨୬ ଜୁନ୍‌ ଭାରତୀୟ ସମୟ ଅପରାହ୍ନ ୪ଟା୩୦ରେ ଡକିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ସମ୍ଭାବନା ରହିଛି । 


ପ୍ରଥମେ ଆକ୍ସିଅମ୍‌-୪ ମିଶନ ଉତ୍‌କ୍ଷେପଣ ପାଇଁ ମେ ୨୯ ତାରିଖ ଧାର୍ଯ୍ୟ ହୋଇଥିଲା । ମିଶନ୍‌ରେ ସାମିଲ ୪ ମହାକାଶଚାରୀ ବର୍ତ୍ତମାନ ଫ୍ଲୋରିଡାରେ ଅଛନ୍ତି। ଭାରତର ଶୁଭାଂଶୁ ଶୁକ୍ଳାଙ୍କ ସହ ଏହି ମିଶନରେ ପୋଲାଣ୍ଡ ଓ ହେଙ୍ଗେରୀ ମହାକାଶ ଯାତ୍ରୀ ସାମିଲ ଅଛନ୍ତି । ଇସ୍ରୋ ପକ୍ଷରୁ ପାଇଲଟ୍ ଭୂମିକା ତୁଲାଇବେ ଶୁଭାଂଶୁ ଶୁକ୍ଳା । ମିଶନ୍‌ର ଅବଧି ୧୪ ଦିନ ରହିଛି । ଏଥିରେ ମହାକାଶ ଯାତ୍ରୀ ସ୍ପେସ୍‌ ଷ୍ଟେସନ୍‌ରେ ରହି ବୈଜ୍ଞାନିକ ପ୍ରୟୋଗର ଅନୁସନ୍ଧାନରେ ଭାଗ ନେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indias-shubhanshu-shukla-to-launch-on-space-voyage-today | Argus News