Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତର ସବୁଠୁ ଛୋଟ ଟ୍ରେନ: ଏହି ଟ୍ରେନରେ ରହିଛି ମାତ୍ର ୩ଟି ବଗି

Ritu Das
Browse all articles by Ritu Das
·1 year ago·2 min read
ଭାରତର ସବୁଠୁ ଛୋଟ ଟ୍ରେନ: ଏହି ଟ୍ରେନରେ ରହିଛି ମାତ୍ର ୩ଟି ବଗି

ଅର୍ଗସ ବ୍ୟୁରୋ: ଭାରତର ସବୁଠାରୁ ଛୋଟ ଟ୍ରେନ। ଆପଣଙ୍କୁ କଥାଟା ଶୁଣିଲା ପରେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ଏକଦମ ସତ। ଟ୍ରେନରେ ଯାତ୍ରା କରିବାର ଅଲଗା ମଜା ଥାଏ । ଦୂର ଜାଗା ହେଉ କି ପାଖ ଜାଗା ହେଉ ସବୁ ସ୍ଥାନକୁ ଯାତ୍ରା କରିବା ପାଇଁ ଆମେ ଅଧିକାଂଶ ସମୟରେ ଟ୍ରେନରେ ଯାତ୍ରା କରିଥାଉ। କାରଣ ଟ୍ରେନରେ ଯାତ୍ରା କରିବାବେଳେ ଅନେକ ସ୍ମୃତି ସାଇତି ହୋଇଯାଏ। ସାଙ୍ଗ ସାଥୀମାନଙ୍କ ସହିତ ମିଶିକି ଟ୍ରେନ ଜର୍ଣ୍ଣି କଲେ ସମୟ କେତେବଳେ ଯେ କଟିଯାଏ କିଛି ବି ଜାଣି ହୁଏନି। ଆମେ ପ୍ରତ୍ୟେକ ଦିନ ନିଜର ନିତ୍ୟ କାମ ପାଇଁ  ହିଁ ଟ୍ରେନରେ ଯାତ୍ରା କରିଥାଉ । ଟ୍ରେନରେ ଯାତ୍ରା କରିବା ଅଲଗା ମଜା ଥାଏ। କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶର ଏପରି ଏକ ଜାଗା ଅଛି ଯେଉଁଠି ସବୁଠି ଛୋଟ ଟ୍ରେନ ଯାତାୟତ କରେ । ଯାହାକୁ ଦେଶର ଛୋଟ ଟ୍ରେନ ଭାବେ ମଧ୍ୟ ଉପାଧି ମିଳିଛି। ଚାଲନ୍ତୁ ଜାଣିବା ଏହି କୁନି ଟ୍ରେନ ବିଷୟରେ। 

ଏହି ଟ୍ରେନ ମହାରଷ୍ଟ୍ରର ନାଗପୁର ଠାରେ ଯାତାୟତ କରେ। ଏଭଳି ଟ୍ରେନରେ  ରହିଛି କେବଳ ୩ଟି ବଗି। ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ ରେଳ ଧାରଣାରେ ଛିଡା ହେଲେ ଟ୍ରେନଟି ଗୋଟିଏ ବଗି ରହିଥିବା ଭଳି ଦେଖାଯାଏ । ଏହା ପ୍ରତିଦିନ ସକାଳେ ସନ୍ଧ୍ୟାରେ ଯାତାୟତ କରେ। ଏହା ପ୍ରତିଦିନ କୋଜି ଟର୍ମିନାସ ଏବଂ ଏର୍ଣ୍ଣାକୁଲମ ଠାରୁ ଚଳାଚଳ କରେ। ସବୁଠାରୁ ଶସ୍ତା ରେଳ ଯାତ୍ରା ହେଉଛି ଏହି ଟ୍ରେନରେ ଯାତ୍ରା କରିବା। ଏହି ଟ୍ରେନରେ ରୁଟ ହେଉଛି କେବଳ ୯ କିଲୋମିଟର ଯାତ୍ରା କେବଳ ୪୦ ମିନିଟରେ କରିଥାଏ  ।

ଏହି ଟ୍ରେନରେ ସବୁ ବର୍ଗର ଲୋକ ଯାତ୍ରା କରିପାରିବେ  । ଏହା ଦେଶର ସବୁଠାରୁ ଛୋଟ ରେଳ ,ଏହି ଟ୍ରେନଟି ଯାତାୟତ କରିବା ବେଳେ କେବଳ ଗୋଟିଏ ଷ୍ଟେସନରେ ବ୍ରେକ ନେଇଥାଏ , ଯଦି ଆମେ ଦେଖିବା ତେବେ ଏହି ଟ୍ରେନରେ ୩୦୦ ଯାତ୍ରୀ ଯିବା ଆସିବା କରିବା ପାଇଁ ସୁବିଧା ରହିଛି , କିଛି ଲୋକ ଟ୍ରେନର ଆର୍କଷଣ ଦେଖି ଏହି ଛୋଟ ଟ୍ରେନରେ ଯାତ୍ରା କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।  ଏହି ଟ୍ରେନରେ ୩ କିଲୋମିଟର ଯାତ୍ରା କରିବା ପାଇଁ  ଟିକେଟର ଦର ମଧ୍ୟ ଅଧିକ ରହିଥାଏ। ଏହି ଟ୍ରେନରେ କେବଳ ମହିଳା କର୍ମଚାରୀ କାମ କରିଥାନ୍ତି। ସେଥିରେ ମୋଟ ୨୨ଜଣ ମହିଳା କାମ କରିଥାନ୍ତି। ସେଥିରେ ଷ୍ଟେସନ ମାଷ୍ଟରଙ୍କ ସମତେ ମହିଳା ସଫେଇ କର୍ମଚାରୀ ମଧ୍ୟ ଏହି ଟ୍ରେନରେ କାମ କରିଥାନ୍ତି। ଏହି ଟ୍ରେନଟି ମୁଖ୍ୟତଃ  ନାଗପୁର ମଧ୍ୟ-ପଶ୍ଚିମ ଦକ୍ଷିଣ ପଶ୍ଚିମ ଦେଇ ପ୍ରତିଦିନ ଯାତାୟତ କରେ। ଆପଣ ମୁମ୍ବାଇ କି ନାଗପୁର ଯଦି ଯାଉଛନ୍ତି ଏହି ଛୋଟ ଟ୍ରେନରେ ନିଶ୍ଚିତ ଭାବେ ଯାତ୍ରା କରି ଏହାର ମଜା ନିଅନ୍ତୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
India's smallest | Argus News