Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାଂଲାଦେଶ ଉପରେ ଭାରତ କ୍ଷୁବ୍ଧ, ସରକାରଙ୍କୁ ମନେ ପକାଇଲା ଦାୟିତ୍ୱ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ବାଂଲାଦେଶ ଉପରେ ଭାରତ କ୍ଷୁବ୍ଧ, ସରକାରଙ୍କୁ ମନେ ପକାଇଲା ଦାୟିତ୍ୱ

ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ହତ୍ୟାର ଦୃଢ଼ ନିନ୍ଦା କଲା ଭାରତ । ପ୍ରଥମେ ଚକ୍ରାନ୍ତ କରି ଅପହରଣ ପରେ ବାଂଲାଦେଶରେ ବିଶିଷ୍ଟ ହିନ୍ଦୁ ସମାଜ ନେତା ଭବେଶ ଚନ୍ଦ୍ର ରାୟଙ୍କୁ ନିର୍ମମ ହତ୍ୟା କରାଯାଇଛି । ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାରର ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ବ୍ୟବସ୍ଥାଗତ ଅତ୍ୟାଚାରର ଢାଞ୍ଚା କହି ତୀବ୍ର ସମାଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ।

ଏହାପୂର୍ବରୁ ସଂଖ୍ୟାଲଘୁଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଦୃଢ଼ ନିନ୍ଦା କରିଛନ୍ତି ଜୟସ୍ବାଲ । ମୃତକ ୫୮ ବର୍ଷୀୟ ଭବେଶ ବାଂଲାଦେଶରେ ହିନ୍ଦୁ ସଂଗଠନ ଚଳାଉଥିଲେ । ଗୁରୁବାର ଅପରାହ୍ନରେ ୪ ଜଣ ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ ତାଙ୍କ ଚେତାଶୂନ୍ୟ ଶରୀରକୁ ତାଙ୍କ ଘର ଆଗରେ ଫିଙ୍ଗିଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ ନିକଟ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଭାରତ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ କୌଣସି ବାହାନା ଏବଂ ଭେଦଭାବ ବିନା ସମସ୍ତ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ। ଭାରତ ବାଂଲାଦେଶ ସରକାରଙ୍କୁ ମନେ ପକାଇ ଦେଇଛି ଯେ ସମସ୍ତ ନାଗରିକଙ୍କୁ ସମାନ ସୁରକ୍ଷା ପ୍ରଦାନ କରିବା ଏହାର ସାମ୍ବିଧାନିକ ଏବଂ ନୈତିକ ଦାୟିତ୍ୱ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's Stern Message To Bangladesh After Hindu Leader's Killin | Argus News