Videos
|
National

ମିଳିତ ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ଭାରତର କଡା ଜବାବ

Banajyotshna Ray
Browse all articles by Banajyotshna Ray
·2 years ago
ମିଳିତ ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ଭାରତର କଡା ଜବାବ

ଅର୍ଗସ ବ୍ୟୁରୋ:  ମିଳିତ ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ଭାରତର କଡା ଜବାବ। ବାରମ୍ବାର ସମାଲୋଚିତ ହେବା ପରେ ମଧ୍ୟ ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ନେଇ ମିଥ୍ୟା ତଥ୍ୟ ଦେବା ବନ୍ଦ କରୁନି ପାକିସ୍ତାନ। ପୁଣିଥରେ ଜାତିସଂଘରେ ଜମ୍ମୁ-କଶ୍ମୀର ଉପରେ ଭିତ୍ତିହୀନ ମନ୍ତବ୍ୟ ଦେଇଛନ୍ତି  ପାକିସ୍ତାନ ପ୍ରତିନିଧୀ । ଏହାକୁ ବିରୋଧ କରି ଜାତିସଂଘରେ ପର୍ମାନେଣ୍ଟ ମିଶନ ପ୍ରତିନିଧୀ ପ୍ରତୀକ ମାଥୁର କଡା ଜବାବ ଦେଇଛନ୍ତି। ପାକିସ୍ତାନ ପ୍ରତିନିଧୀ ମୁନିର ଆକ୍ରମ ଙ୍କ ଏହି ମନ୍ତବ୍ୟକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଏବଂ ଭିତ୍ତିହୀନ ବୋଲି ବର୍ଣ୍ଣନା କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ଶିଶୁ ତଥା ସଶସ୍ତ୍ର ବିବାଦ ଉପରେ ଖୋଲା ବିତର୍କ ବେଳେ , ଜମ୍ମୁ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ଏହାକୁ ନେଇ କୈାଣସି ଭୁଲ୍ ମନ୍ତବ୍ୟକୁ ଭାରତ ଗ୍ରହଣ କରିବ ନାହିଁ ବୋଲି କହିଥିଲେ ଜାତିସଂଘରେ ଭାରତ ପ୍ରତିନିଧୀ ପ୍ରତୀକ ମାଥୁର।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India's strong response to Pakistan at the United Nations once again | Argus News