ପ୍ରବଳ ଝଡ଼ ତୋଫାନରେ ଫସିଲା ଇଣ୍ଡିଗୋ ଏୟାରଲାଇନ୍ସ ବିମାନ: ଆତଙ୍କିତ ୨୨୭ ଯାତ୍ରୀ

Key Points
ତୋଫାନରେ ଫସିଲା ଇଣ୍ଡିଗୋ ଏୟାରଲାଇନ୍ସ ବିମାନ
୨୨୭ ଯାତ୍ରୀ ଭୟଭୀତ
ଶ୍ରୀନଗର ବିମାନବନ୍ଦରରେ ଏମର୍ଜେନ୍ସି ଲ୍ୟାଣ୍ଡିଙ୍ଗ
ତୋଫାନରେ ଫସିଗଲା ବିମାନ। ଖୁବଜୋରରେ ପବନ ସହ ବର୍ଷା ସାଙ୍ଗରେ ଆକାଶରୁ ଖସିଲା ବଡ଼ ବଡ଼ କୁଆପଥର। ସେପଟେ ହେଉଥିଲା ଘନଘନ ବିଜୁଳି ମାଡ଼। ଭାଙ୍ଗିଗଲା ବିମାନର ଆଗ ଭାଗ। ଆକାଶରେ ଦୋଳି ଖେଳିବାକୁ ଲାଗିଲା ବିମାନ। ଅଟକିଗଲା ଯାତ୍ରୀଙ୍କ ନିଶ୍ବାସ। ନିଶ୍ଚିତ ମୃତ୍ୟୁକୁ ଆନୁଭବ କରି ଯାତ୍ରୀମାନେ ଆତଙ୍କରେ ଚିତ୍କାର କରିବାକୁ ଲାଗିଲେ। ସେମାନେ ଧରିନେଇଥିଲେ ସବୁ କିଛି ଶେଷ ହେବାକୁ ଯାଉଛି। କିଏ କିଏ ଜୋରରେ ଭବଗାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଫ୍ଲାଇଟରେ ଥିବା ଯାତ୍ରୀଙ୍କର ଇଏ ଥିଲା ଭୟାନକ ଅନୁଭୂତି। ବିମାନରେ ଥିଲେ ୨୨୭ ଯାତ୍ରୀ।
I had a narrow escape while flying from Delhi to Srinagar. Flight number #6E2142. Hats off to the captain for the safe landing.@IndiGo6E pic.twitter.com/tNEKwGOT4q
📱 Get Argus News App
✨କିନ୍ତୁ ପାଇଲଟଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଗଲା ବିମାନ। ଶ୍ରୀନଗର ବିମାନ ବନ୍ଦରରେ କରାଯାଇଥିଲା ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ। ବିମାନରୁ ବାହାରକୁ ଆସିବା ପରେ ବିମାନର ଆଗାଭାଗର ଅବସ୍ଥା ଦେଖି ଯାତ୍ରୀଙ୍କ ହୋସ୍ ଉଡିଯାଇଥିଲା। ଏହି ବିମାନରେ ତୃଣମୃଳ କଂଗ୍ରେସର ଏକ ପ୍ରତିନିଧି ଦଳ ବି ଯାତ୍ରା କରୁଥିଲା। ଯେଉଁଥିଲେ ଅନେକ ସାଂସଦ ବି ଥିଲେ। ସମସ୍ତେ ପାଇଲଟଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।