Indigo Airlines / ଇଣ୍ଡିଗୋକୁ ଲାଗିଲା ଶକ୍ତ ଝଟ୍କା, ସଂସ୍ଥା ଅବସ୍ଥା ଶୋଚନୀୟ !

Key Points
ଇଣ୍ଡିଗୋକୁ ୨୨.୨୦ କୋଟି ତଣ୍ଡ । ଗତ ଡିସେମ୍ବରରେ ଇଣ୍ଡିଗୋ ବିମାନ ସେବା ବ୍ୟାହତ ଘଟଣାରେ ଆକ୍ସନ୍ । ଇଣ୍ଡିଗୋକୁ ୨୨ କୋଟି ୨୦ ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି । ଜରିମାନା ନିର୍ଦ୍ଦେଶ ଦେଲା ସିଭିଲ୍ ଆଭିଏସନ୍ ମନ୍ତ୍ରାଳୟ । ବିମାନ ସେବା ବ୍ୟାହତ ଯୋଗୁଁ ଯାତ୍ରୀ ହୋଇଥିଲେ ହନ୍ତସନ୍ତ । ସେବା ବ୍ୟାହତ ନେଇ DGCAର ୪ ଜଣିଆ କମିଟି କରିଥିଲା ତଦନ୍ତ ।
ଗତ ବର୍ଷ ଡିସେମ୍ବରରେ ସାରା ଦେଶରେ ବ୍ୟାପକ ଉଡ଼ାଣ ବାତିଲ ଏବଂ ବିଳମ୍ବ ହେବା ଘଟଣାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଇଣ୍ଡିଗୋ ଏୟାରଲାଇନ୍ସ ବିରୁଦ୍ଧରେ ଏପର୍ଯ୍ୟନ୍ତ ସବୁଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତ ପରେ DGCA ଇଣ୍ଡିଗୋ ଉପରେ ମୋଟ ୨୨.୨୦ କୋଟି ଜରିମାନା ଲଗାଇଛି। ଏହା ସହିତ କମ୍ପାନୀର ଶୀର୍ଷ ଅଧିକାରୀମାନଙ୍କୁ ୫୦ କୋଟି ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ। ଯାତ୍ରୀ କ୍ଷତିପୂରଣ ଏବଂ କମ୍ପାନୀର ସମଗ୍ର ବ୍ୟବସ୍ଥାରେ ଉନ୍ନତି ପାଇଁ ମଧ୍ୟ କଠୋର ନିର୍ଦ୍ଦେଶ ଜାରି କରାଯାଇଛି।
DGCA ରିପୋର୍ଟ ଅନୁଯାୟୀ, ଡିସେମ୍ବର ୩ ରୁ ୫ ମଧ୍ୟରେ ଇଣ୍ଡିଗୋ ବିମାନ ବାତିଲ କରାଯାଇଥିଲା ଏବଂ ୧୮୫୨ ଉଡ଼ାଣ ବିଳମ୍ବ ହୋଇଥିଲା, ଯାହା ଫଳରେ ବିଭିନ୍ନ ବିମାନବନ୍ଦରରେ ତିନି ଲକ୍ଷରୁ ଅଧିକ ଯାତ୍ରୀ ଫସି ରହିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଗଠିତ ଏକ ଚାରି ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ନେଟୱାର୍କ ଯୋଜନା, କ୍ରୁ ରୋଷ୍ଟର, ସଫ୍ଟୱେର୍ ସିଷ୍ଟମ ଏବଂ ପରିଚାଳନା ଗଠନର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲା।
ତଦନ୍ତରୁ କ’ଣ ବାହାରିଲା ?
ତଦନ୍ତରୁ ଜଣାପଡିଛି ଯେ ଇଣ୍ଡିଗୋ ନୂତନ ଫ୍ଲାଇଟ୍ ଡ୍ୟୁଟି ସମୟ ସୀମା (FDTL) ନିୟମାବଳୀକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିନାହିଁ। ପର୍ଯ୍ୟାପ୍ତ ବିଶ୍ରାମ ସମୟକୁ ରୋକିବା, କମ ମାର୍ଜିନ୍ ବଜାୟ ରଖିବା, ବିମାନ ଏବଂ କର୍ମଚାରୀଙ୍କୁ ଆବଶ୍ୟକତାଠୁ ଅଧିକ ବ୍ୟବହାର କରାଗଲା। ଏଥିରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଥିଲା। ପ୍ରଭାବରେ ବ୍ୟାପକ ଉଡ଼ାଣ ବାତିଲ ହେବା ସହ ବିଳମ୍ବର କାରଣ ହୋଇଥିଲା।
ଡିଜିସିଏ ଇଣ୍ଟରଗ୍ଲୋବ ଏଭିଏସନର ଶୀର୍ଷ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସାମଗ୍ରିକ କାର୍ଯ୍ୟ ଏବଂ ସଙ୍କଟ ପରିଚାଳନାରେ ଅବହେଳା ପାଇଁ ସିଇଓଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ଶୀତକାଳୀନ ସମୟସୂଚୀ ଏବଂ ସଂଶୋଧିତ FDTL ନିୟମାବଳୀର ପ୍ରଭାବକୁ ସଠିକ୍ ଭାବରେ ମୂଲ୍ୟାଙ୍କନ କରିବାରେ ବିଫଳ ହେବା ପାଇଁ ଆକାଉଣ୍ଟେବଲ୍ ମ୍ୟାନେଜର (COO)ଙ୍କୁ ଚେତାବନୀ ଦିଆଯାଇଛି।
ଡିଜିସିଏ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି ଯେ ଆଭ୍ୟନ୍ତରୀଣ ତଦନ୍ତରେ ଯେଉଁ ଅଧିକାରୀଙ୍କ ଭୂମିକା ଜଣା ପଡ଼ିଛି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ରିପୋର୍ଟ ଦାଖଲ କରାଯାଉ। ଉଲ୍ଲଂଘନ ପାଇଁ, ଡିଜିସିଏ ୬୮ ଦିନ ପାଇଁ ପ୍ରତିଦିନ ୩୦ ଲକ୍ଷ ଜରିମାନା ଲଗାଇଛି, ଯାହା ମୋଟ ୨୦.୪୦ କୋଟି ରହିଛି। ଏହା ସହିତ, ସିଷ୍ଟମ ସମ୍ବନ୍ଧୀୟ ତ୍ରୁଟି ଏକ କୋଟି ୮୦ ଲକ୍ଷ ଏକକାଳୀନ ଜରିମାନା ଲାଗୁ କରାଯାଇଛି। ଏସବୁକୁ ମିଶାଇଲେ ଡିଜିସିଏ ଇଣ୍ଡିଗୋ ଉପରେ ମୋଟ୍ ୨୨ କୋଟି ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।
📱 Get Argus News App
✨Related Topics
Explore more stories