Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Ritu Das
Browse all articles by Ritu Das
·1 year ago·1 min read
ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ରବିବାର ରାତିରେ ମୁମ୍ବାଇରୁ ବାରାଣସୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ବିମାନଟି ଜରୁରୀକାଳୀନ ଅବତରଣ କରିବାମାତ୍ରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଥିଲା | ତେବେ ଅବତରଣ କରିବାର କାରଣକୁ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ଜଣେ ୮୯ ବର୍ଷୀୟା ମହିଳା ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଥିଲା। ଅବତରଣ କରିବା ପରେ, ଡାକ୍ତରୀ ଦଳ ତୁରନ୍ତ ଯାଞ୍ଚ ପାଇଁ ପହଞ୍ଚିଥିଲେ କିନ୍ତୁ ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା।


ଇଣ୍ଡିଗୋର ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ବାସିନ୍ଦା ସୁଶୀଳା ଦେବୀ ମୁମ୍ବାଇରୁ ବାରାଣସୀ ଯାଉଥିବା ବିମାନରେ ଚଢ଼ିଥିଲେ। ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ସୁଶୀଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା, ଯାହା ଫଳରେ ରାତି ପ୍ରାୟ ୧୦ଟା ବେଳେ ବିମାନକୁ ଚିକଲଥାନା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ବିମାନ ଅବତରଣ କରିବା ମାତ୍ରେ, ଡାକ୍ତରୀ ଦଳ ଶୀଘ୍ର ଯାଞ୍ଚ ପାଇଁ ପହଞ୍ଚିଲେ ଏବଂ ଜଣାପଡିଲା ଯେ ସୁଶୀଳା ଦେବୀଙ୍କ ମୃତ୍ୟୁ ହୋଇସାରିଛି। ଏହା ପରେ, ପୁଲିସକୁ ସୂଚନା ଦିଆଯାଇଥିଲା ଓ ଆବଶ୍ୟକୀୟ ଔପଚାରିକତା ସମାପ୍ତ କରିବା'ପରେ ବିମାନଟି ବାରାଣସୀ ଅଭିମୁଖେ ଯାତ୍ରା କରିଥିଲା। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ପୋଲିସ ଯାତ୍ରୀଙ୍କ ମୃତଦେହକୁ ଛତ୍ରପତି ସମ୍ଭାଜୀନଗରର ଏକ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indigo-flight-bound-for-varanasi-makes-emergency-landing | Argus News