Flight Cancelled / ସାରା ଭାରତରେ 200 ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ ହେବାର କାରଣ କ’ଣ? DGCA ପକ୍ଷରୁ ତଦନ୍ତ ଆରମ୍ଭ
·7 months ago·3 min read

Key Points
ଗୁରୁବାର ୨୦୦ ବିମାନ ଏବଂ ଗୁରୁବାର ୧୮୦ ବିମାନ ବାତିଲ ହେବା ଫଳରେ ପୁରା ଦେଶରେ ଏୟାରପୋର୍ଟ ଗୁଡ଼ିକରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି।
ବିମାନ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ବିମାନ ଉଡାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଦୁଇ ଦିନରେ ୩୦୦ ରୁ ଅଧିକ ବିମାନ ବାତିଲ ହୋଇସାରିଲାଣି। ଗୁରୁବାର ୨୦୦ ବିମାନ ଏବଂ ଗୁରୁବାର ୧୮୦ ବିମାନ ବାତିଲ ହେବା ଫଳରେ ପୁରା ଦେଶରେ ଏୟାରପୋର୍ଟ ଗୁଡ଼ିକରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ନୂଆ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ ଯୋଗୁଁ କ୍ରିଉ ସଦସ୍ୟଙ୍କ ଅଭାବ, ସିଷ୍ଟମରେ ସ୍ଲୋଡାଉନ୍ ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି। ବିମାନ କମ୍ପାନୀ ଏହି ଅଘଟଣ ପାଇଁ କ୍ଷମା ପ୍ରାର୍ଥନା କରିଛି। ଶୁକ୍ରବାର ପର୍ଯ୍ୟନ୍ତ ଆହୁରି ବାତିଲ ପାଇଁ ପ୍ରସ୍ତୁତ ରହିବାକୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି।
ଇଣ୍ଡିଗୋର ଏହି ସମସ୍ୟା ଯୋଗୁଁ ଯାତ୍ରୀମାନେ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ସେମାନଙ୍କ ବିମାନ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନଙ୍କ ବିମାନ ବାତିଲ କରାଯାଇଥିଲା। ଗୁରୁବାର ହାଇଦ୍ରାବାଦ ଏବଂ ଦିଲ୍ଲୀ ବିମାନବନ୍ଦରରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଲୋକମାନେ ଏବେ ବିମାନ କମ୍ପାନୀର ତ୍ରୁଟି ଉପରେ ସୋସିଆଲ ମିଡିଆରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ଇଣ୍ଡିଗୋ ବ୍ୟତୀତ ଅନ୍ୟ ଏୟାରଲାଇନ୍ସ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ଏହି କାରଣରୁ ବିମାନ ଭଡା ମଧ୍ୟ ବଡିଯାଇଛି। ଦିଲ୍ଲୀରୁ ମୁମ୍ବାଇ ବିମାନ ଭଡା ୨୦ ହଜାର ଟଙ୍କା ପାର କରିଛି। ଏହି ଘଟଣା ପରେ ବେସାମରିକା ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ) ଏୟାର ଲାଇନ୍ସକୁ ଜବାବ ମାଗିଛି। ଡିଜିସିଏ କହିଛି, ଏତେ ସଂଖ୍ୟକ ବିମାନ କାହିଁକି କ୍ୟାନସେଲ କରାଯାଇଛି ? ଏହା ସହ ଆଗକୁ ବିମାନ କ୍ୟାନସେଲ୍ ଓ ବିଳମ୍ବ ନହେବାକୁ ନେଇ ଏକ ଯୋଜନା ପ୍ରସ୍ତୁତ କରିବାକୁ କହିଛି।
ଇଣ୍ଡିଗୋ ବିମାନ ବନ୍ଦ ଯୋଗୁଁ ଦେଶର ପ୍ରାୟ ପ୍ରତ୍ୟେକ ବିମାନବନ୍ଦର ପ୍ରଭାବିତ ହେଉଛି। ଦିଲ୍ଲୀ, ବେଙ୍ଗାଲୁରୁ, ଇନ୍ଦୋର, ଅହମ୍ମଦାବାଦ, ହାଇଦ୍ରାବାଦ, ବାରାଣସୀ ଏବଂ ସୁରଟ ବିମାନବନ୍ଦରରେ ଯାତ୍ରୀମାନେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ବିମାନ କମ୍ପାନୀ ଇଣ୍ଡିଗୋର ସେୟାରରେ ଗୁରୁବାର ହ୍ରାସ ଦେଖିବାକୁ ମିଳିଛି। ଇଣ୍ଟରଗ୍ଲୋବାଲ ଆଭିଏସନ୍ ସେୟାରର ପ୍ରାରମ୍ଭିକ କାରବାର ୩.୩୧% ହ୍ରାସ ପାଇ ୫୪୦୭.୩୦ ଟଙ୍କାରେ ଆସିଯାଇଛି। ସେଭଳି ଗତ ଥର ୫୫୯୨.୫୦ ଟଙ୍କାରେ ବନ୍ଦ ହୋଇଛି। କମ୍ପାନୀର ମୋଟ ୦.୨୧ ଲକ୍ଷ ସେୟାରର ଲେଣ-ଦେଣ ହୋଇଛି ଓ ମୋଟ ୧୩.୦୭ କୋଟି ଟଙ୍କାର କାରବାର ହୋଇଛି। କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେସନ୍ ହ୍ରାସ ପାଇ ୨.୧୪ ଲକ୍ଷ କୋଟି ହୋଇ ଯାଇଛି।
ଏହାସହ ପଢ଼ନ୍ତୁ: ତୃତୀୟ ଦିନରେ ବି ଉଡ଼ି ପାରୁନି ଇଣ୍ଡିଗୋ ବିମାନ; ଭୁବନେଶ୍ଵରରେ ବି ପ୍ରଭାବ, ଯାତ୍ରୀ ହନ୍ତସନ୍ତ
ନଭେମ୍ବର ମାସରେ ୧,୨୩୨ଟି ବାତିଲ
ଡିଜିସିଏ ଅନୁଯାୟୀ, ନଭେମ୍ବର ମାସରେ ମୋଟ ୧,୨୩୨ ଟି ବିମାନ ବାତିଲ କରାଯାଇଥିଲା। ତେଣୁ ଡିଜିସିଏ କମ୍ପାନିର କାର୍ଯ୍ୟଦକ୍ଷତା ଯାଞ୍ଚ୍ କରିଥିଲା।
ବାତିଲର କାରଣ:
କ୍ରୁ/FDTL ସୀମା: ୭୫୫
ATC ସିଷ୍ଟମ ବିଫଳତା: ୯୨
ବିମାନବନ୍ଦର/ଆକାଶମାର୍ଗ ପ୍ରତିବନ୍ଧକ: ୨୫୮
ବିଳମ୍ବର ପ୍ରମୁଖ କାରଣ
ATC: ୧୬%
କାର୍ଯ୍ୟ – କର୍ମଚାରୀ ଦଳ: ୬%
ବିମାନବନ୍ଦର ସୁବିଧା ସମସ୍ୟା: ୩%
ଅନ୍ୟାନ୍ୟ: ୮%
ଡିଜିସିଏ ବର୍ତ୍ତମାନ ପରିସ୍ଥିତିର ତଦନ୍ତ କରୁଛି ଏବଂ ଯାତ୍ରୀମାନଙ୍କ ଅସୁବିଧାକୁ କମ କରିବା ପାଇଁ ବାତିଲକରଣ ଏବଂ ବିଳମ୍ବକୁ ହ୍ରାସ କରିବା ପାଇଁ ବିମାନ କମ୍ପାନି ସହିତ ମିଶି ପଦକ୍ଷେପଗୁଡ଼ିକର ମୂଲ୍ୟାଙ୍କନ କରୁଛି। ଇଣ୍ଡିଗୋକୁ ଡିଜିସିଏ, ମୁଖ୍ୟାଳୟକୁ ରିପୋର୍ଟ କରିବାକୁ କୁହାଯାଇଛି, ଯାହା ଦ୍ୱାରା ବର୍ତ୍ତମାନର ପରିସ୍ଥିତିର ତଥ୍ୟ ଉପସ୍ଥାପନ କରାଯାଇପାରିବ ଏବଂ ବିଳମ୍ବ ଏବଂ ବାତିଲକରଣକୁ ହ୍ରାସ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇପାରିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ଇଣ୍ଡିଗୋ ସଫେଇ ଦେଲା
ଗୋଟିଏ ପରେ ଗୋଟିଏ ବିମାନ ବାତିଲ ହେବା ଯୋଗୁ ଦେଶବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା, ତେଣୁ ବୁଧବାର ଦିନ ବିମାନ କମ୍ପାନି ଏହାର ଯାତ୍ରୀମାନଙ୍କ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି। ଦେଶର ସର୍ବବୃହତ ବିମାନ କମ୍ପାନି ଏକ ବିବୃତିରେ କହିଛି ଯେ, କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ଆଗାମୀ ୪୮ ଘଣ୍ଟା ପାଇଁ କାର୍ଯ୍ୟସୂଚୀରେ "କ୍ୟାଲିବ୍ରେଟେଡ୍ ଆଡଜଷ୍ଟମେଣ୍ଟ" ଆରମ୍ଭ କରାଯାଇଛି। ଅପ୍ରତ୍ୟାଶିତ ପରିଚାଳନାଗତ ସମସ୍ୟାରୁ ଯୋଗୁ ବିମାନ ଉଡ଼ାଣ ବାତିଲ ହୋଇଥିବା କମ୍ପାନି କହିଛି।
ଏକ ବିବୃତିରେ, ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି, ଆମେ ସ୍ୱୀକାର କରୁଛୁ, ଗତ ଦୁଇ ଦିନ ଧରି ସମଗ୍ର ନେଟୱାର୍କରେ ଇଣ୍ଡିଗୋର କାର୍ଯ୍ୟରେ ବ୍ୟାପକ ବାଧା ସୃଷ୍ଟି ହୋଇଛି। କମ୍ପାନି ଗ୍ରାହକମାନଙ୍କର ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories