Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପକ୍ଷୀ ମାଡ଼ ହେବାରୁ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Ritu Das
Browse all articles by Ritu Das
·1 year ago·1 min read
ପକ୍ଷୀ ମାଡ଼ ହେବାରୁ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Key Points

ପକ୍ଷୀ ମାଡ଼ ହେବାରୁ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ବିହାର-ପାଟଣାରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଇଣ୍ଡିଗୋ ବିମାନ କଲା ଜରୁରୀ ଅବତରଣ

ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି

ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ । ବିହାର-ପାଟଣାରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଇଣ୍ଡିଗୋ ବିମାନ କଲା ଜରୁରୀ ଅବତରଣ । ମଝି ଆକାଶରେ ପକ୍ଷୀ ସହ ମାଡ଼ ହେବାରୁ ବିମାନର ଜରୁରୀ ଅବତରଣ କରାଗଲା । ଇଣ୍ଡିଗୋର ବିମାନ ନଂ ୬୫୦୦୯ ସହ ପକ୍ଷୀ ମାଡ଼ ହେବାରୁ ପାଟଣା ଜୟପ୍ରକାଶ ନାରାୟଣ ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଛି। ତେବେ ବିମାନରେ ୧୬୯ ଜଣ ଯାତ୍ରୀ ଥିଲେ । ବିମାନ ଉଠୁ ଉଠୁ ପକ୍ଷୀ ମାଡ ହେବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଥିଲା । ଯାତ୍ରୀମାନେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି ।


ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠାଇବାକୁ ବ୍ୟବସ୍ଥା କରାଯାଉଛି । ସେପଟେ ଆଉ ଦିନ କେଇଟା ପରେ ମାନେ ଆଉ ମାତ୍ର ୩ ଦିନ ପରେ ଅହମଦାବାଦ ବିମାନ ଦୁର୍ଘଟଣାକୁ ମାସେ ପୂରିବ । ଜୁନ ୧୨ ତାରିଖରେ ଅହମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ଏୟାର ଇଣ୍ଡିଆ ବିମାନରେ ଥିବା ୧୪୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା କେବଳ ଜଣେ ହିଁ ଯାତ୍ରୀ ବର୍ତ୍ତି ଯାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indigo-flight-makes-emergency-landing-due-to-bird-strike | Argus News