Videos
|
National

ସାରା ବିଶ୍ୱ ଦେଖିଥାନ୍ତା ଅହମ୍ମଦାବାଦ ଘଟଣାର ରିପିଟ୍...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସାରା ବିଶ୍ୱ ଦେଖିଥାନ୍ତା ଅହମ୍ମଦାବାଦ ଘଟଣାର ରିପିଟ୍...

Key Points

ଅହମ୍ମଦାବାଦ ବିମାନ ଦୁର୍ଘଟଣା ଭୟ ଏବେ ବି ମନରୁ ଲିଭିନି ।

ଅଳ୍ପକେ ବର୍ତ୍ତିଗଲେ ଇଣ୍ଡିଗୋ ବିମାନ ଯାତ୍ରୀ ।

ଭାଗ୍ୟ ଭଲ କିଛି ହେଲାନି । ବଞ୍ଚିଗଲା ଶତାଧିକ ଜୀବନ । ନଚେତ୍‌ ସାରା ବିଶ୍ୱ ଦେଖିଥାନ୍ତା ଅହମ୍ମଦାବାଦ ଘଟଣାର ରିପିଟ୍ । ଆଜ୍ଞା ହଁ.. ଏକଥା ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିଲେ ବି ସତ । ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଭୟ ଏଯାଏଁ ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ଏକ ବଡ଼ ଦୁର୍ଘଟଣାର ସାମ୍ନା କରିଥାନ୍ତା ଆଉ ଏକ ଘରୋଇ ବିମାନ । କାରଣ ମଝି ଆକାଶରେ ବିମାନର ସରିଗଲା ଇନ୍ଧନ । ତେଣୁ ବାଧ୍ୟ ହୋଇ ଗତିପଥ ବଦଳାଇଲା ବିମାନ ।


ଅହମଦାବାଦ ବିମାନ ଦୁର୍ଘଟଣା ପରେ ବିମାନକୁ ନେଇ ଅଘଟଣ ପରେ ଅଘଟଣ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ଆସିଛି ଇଣ୍ଡିଗୋ ବିମାନର ଇନ୍ଧନ ସରିଯିବା ଖବର । ତେବେ ଆକାଶପଥ ଦେଇ ଚେନ୍ନାଇ ଯାଉଥିବା ଏକ ବିମାନରେ ଇନ୍ଧନ ଅଭାବରୁ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିନି ବିମାନ । ବିମାନର ଇନ୍ଧନ ଅଭାବ ଥିବା ଜାଣି ହଠାତ୍ ପାଇଲଟ୍ 'ଇନ୍ଧନ ମେଡେ' ଘୋଷଣା କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନର ଗତିପଥ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଥିଲା । ଗତ ଗୁରୁବାର ଦିନ ବିମାନବନ୍ଦରରେ ଭିଡ଼ ଯୋଗୁଁ ପାଇଲଟଙ୍କୁ ଚେନ୍ନାଇରେ ଅବତରଣ ପାଇଁ ଅନୁମତି ନମିଳିବାରୁ ଏହି ଘଟଣା ଘଟିଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।


ଇଣ୍ଡିଗୋ ହେଉ କି ଏୟାର ଇଣ୍ଡିଆ- ଗୋଟେ ପ୍ରକାର କହିବାକୁ ଗଲେ ବିମାନ ସେବାର ବେଳା ଖରାପ ଚାଲିଛି । କାରଣ କେତେବେଳେ ଦୁର୍ଘଟଣା ତ କେତେବେଳେ ବୋମା ଧମକ ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନର ଜରୁରୀ ଅବତରଣ ହେଉଛି ।


ଗତ ମଙ୍ଗଳବାର ଦିନ ମଧ୍ୟ ନାଗପୁରରେ ଇଣ୍ଡିଗୋର ବିମାନ ଜରୁରୀ ଅବତରଣ କରିଥିଲା । ବିମାନକୁ ବୋମା ଧମକ ମିଳିବା ପରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିଲା । କୋଚିରୁ ଦିଲ୍ଲୀ ଯାଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିଥିଲା ।