ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷାରେ MBA ପାଠ୍ୟକ୍ରମ ଆରମ୍ଭ

Key Points
ଓଡ଼ିଆ ଭାଷାରେ MBA ପାଠ୍ୟକ୍ରମ ଆରମ୍ଭ
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଐତିହାସିକ ପଦକ୍ଷେପ
ଓଡ଼ିଆରେ ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ ପାଠ୍ୟକ୍ରମ
ନୂଆଦିଲ୍ଲୀର IGNOU ମୁଖ୍ୟାଳୟରେ ନୂତନ କାର୍ଯ୍ୟକ୍ରମର ଉଦ୍ଘାଟନ
ଓଡ଼ିଆରେ ପଢ଼ି ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ
ଶିକ୍ଷାରେ ଭାଷା ଦ୍ୱାରା ହେଉଥିବା ବାଧାକୁ ଏହା ଦୂର କରିବ
ଓଡ଼ିଆ ଭାଷାରେ MBA ପାଠ୍ୟକ୍ରମ ଆରମ୍ଭ । ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଐତିହାସିକ ପଦକ୍ଷେପ । ଓଡ଼ିଆ ମାଧ୍ୟମରେ ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ ବା MBA ପାଠ୍ୟକ୍ରମ ଆରମ୍ଭ କରିଛି IGNOU । ଆଜି ନୂଆଦିଲ୍ଲୀର IGNOU ମୁଖ୍ୟାଳୟରେ ଏହି ନୂତନ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଯାଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରଣାଳୟ ଆର୍ଥିକ ପରାମର୍ଶଦାତା ମୃତ୍ୟୁଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସମନ୍ୱୟରେ ଏହି ପାଠ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀମାନେ ଏହି ପାଠ୍ୟକ୍ରମକୁ ଓଡ଼ିଆରେ ପଢ଼ି ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ । ଏହି ପଦକ୍ଷେପ ଶିକ୍ଷାରେ ଭାଷା ଦ୍ୱାରା ହେଉଥିବା ବାଧାକୁ ଏହା ଦୂର କରିବ ।