Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଚୁର ଔଷଧ ମହଜୁଦ ରଖ: କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଚୁର ଔଷଧ ମହଜୁଦ ରଖ: କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ

ପ୍ରଚୁର ଔଷଧ ମହଜୁଦ ରଖ । ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିବା ପରେ ଔଷଧ ନିର୍ମାତା କଂପାନୀ ଓ ବିତରକଙ୍କୁ ଏପରି କଡା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା । ଜରୁରୀ ପରିସ୍ଥିତିରେ ଯେମିତି କେହି ସ୍ବାସ୍ଥ୍ୟସେବାରୁ ବଂଚିତ ହେବେନି । ଏଥିରେ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଚେତାବନୀ ବି ଦେଇଛନ୍ତି । ସମସ୍ତ ସ୍ବାସ୍ଥ୍ୟ ସେବାକୁ ନିୟନ୍ତ୍ରଣ କକ୍ଷରୁ ତଦାରଖ ଉପରେ ଗୁରୁତ୍ବାରୋପ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ।

ସମୀକ୍ଷା ବୈଠକରେ ଦେଶରେ ଥିବା ଡାକ୍ତରଖାନା ଓ ସ୍ବାସ୍ଥ୍ୟ ସୁବିଧା ସଂପର୍କରେ ଆଲୋଚନା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏହା ଛଡା ଜରୁରୀକାଳୀନ ପରିସ୍ଥିତିରେ କେମିତି ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସୁବିଧା ମିଳିବ ସେ ସଂପର୍କରେ ଆଲୋଚନା କରିଥିଲେ । ମିଶାଇଲ୍ ମାଡରେ ବିଧ୍ବସ୍ତ ହୋଇଛି ପାକିସ୍ତାନ ଆତଙ୍କୀ ଆଡ୍ଡା। ପାକ୍ ଅଧିକୃତ କାଶ୍ମୀରର ୯ ଟି ଠିକଣାରେ ଏୟାର ଷ୍ଟ୍ରାଇକ୍ କରି ବିଧ୍ବସ୍ତ କରିଛି ଆତଙ୍କୀ ଆଡ୍ଡା।


ସର୍ବଦଳୀୟ ବୈଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏବେବି ସରିନି ଅପରେସନ ସିନ୍ଦୂର। ଅପରେସନ ସିନ୍ଦୂରରେ ନିପାତ ହୋଇଛନ୍ତି ୧୦୦ ରୁ ଅଧିକ ଆତଙ୍କୀ। ଏବେବି ଗଣନା ଜାରି ରହିଛି। ଭାରତର ପ୍ରତିଶୋଧ ସିନ୍ଦୂର ପରେ ଏବେ ସୀମାରେ ଗୁଳି ବର୍ଷା କରୁଛି ପାକିସ୍ତାନ । ଆଉ ଯାହାର ମୁହଁ ତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ। ପହଲଗାମ ଘଟଣା ପରେ ବଦଲା ନେଇଛି ଭାରତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indo-pak-tension-nadda-reviews-health-infrastructure | Argus News