Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲା, ୭୯୦ ପୃଷ୍ଠାର ଚାର୍ଜସିଟ୍

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲା, ୭୯୦ ପୃଷ୍ଠାର ଚାର୍ଜସିଟ୍

Key Points

୭୯୦ ପୃଷ୍ଠାର ଚାର୍ଜସିଟ୍
ମେଘାଳୟ ହନିମୁନ ମର୍ଡର ମିଷ୍ଟ୍ରି
ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲା 

ମେଘାଳୟ ହନିମୁନ୍ ମର୍ଡର କେସରେ ୭୯୦ ପୃଷ୍ଠାର ଚାର୍ଜସିଟ୍ । ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ଘଟଣାରେ ମେଘାଳୟ ପୋଲିସର ଏସଆଇଟି ଦାଖଲ କରିଛି ଚାର୍ଜସିଟ୍ । ରାଜାଙ୍କ ସ୍ତ୍ରୀ ସୋନମ ରଘୁବଂଶୀ ଓ ତାଙ୍କ ପ୍ରେମିକ ରାଜ ଖୁସଓ୍ବାହ ଅତି ଜଘନ୍ୟ ଭାବେ ମେ ୨୩ ତାରିଖରେ ହତ୍ୟା କରିଥିଲେ । ରାଜା ରଘୁବଂଶୀ ଓ ତାଙ୍କ ସ୍ତ୍ରୀ ସୋନମ ମେଘାଳୟ ହନିମୁନ ଟ୍ରିପରେ ଯାଇଥିବା ବେଳେ ରାଜାଙ୍କୁ ହତ୍ୟା କରିବାକୁ ବଡ ଧରଣର ଷଡଯନ୍ତ୍ର ହୋଇଥିଲା । ହତ୍ୟା ଅଭିଯୋଗରେ ସୋନମ ରଘୁବଂଶୀ ଓ ତା ପ୍ରେମିକ ରାଜ ଖୁସଓ୍ବାହଙ୍କ ସହ ଆଉ ତିନିଜଣଙ୍କୁ ଗିରଫ କରାଯାଇଛି ।


ରାଜାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପ୍ରଥମେ ପାହାଡରୁ ଖସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ପରେ ପୋଲିସର ଛାନଭିନ୍ ବେଳେ ଚାଞ୍ଜଳ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ରାଜା ରଘୁବଂଶୀଙ୍କୁ ତାଙ୍କ ସ୍ତ୍ରୀ ଓ ପ୍ରେମିକ ମିଶି ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indore Businessman Raja Raghubanshi Murder Case: 790-Page Chargesheet Filed | Argus News | Argus News