Indore Couple Missing ; ବିବାହ ପୂର୍ବରୁ ସ୍ଵାମୀଙ୍କୁ ମାରିବାକୁ ଚାଲିିଥିଲା ପ୍ଲାନ, ଜାଣନ୍ତୁ ପୁରା ଘଟଣା...

Key Points
ପ୍ରକୃତରେ କେମିତି ପତ୍ନୀ ସୋନମ ନିଜ ସ୍ଵାମୀଙ୍କୁ ମାରିବାକୁ ରଚିଥିଲେ ଷଡଯନ୍ତ୍ର ? କାହିଁକି ବିବାହର ମାତ୍ର ଅଳ୍ପ କିଛିଦିନ ମଧ୍ୟରେ ହିଁ ସ୍ଵାମୀଙ୍କୁ କରିଥିଲେ ହତ୍ୟା ?
ବିବାହକୁ ପୁରିଥିଲା ମାତ୍ର ୧୧ ଦିନ । ନବଦମ୍ପତ୍ତି, ନୂଆ ସ୍ଵପ୍ନ , ନୂଆ ଉତ୍ସାହ । ମନରେ ନୂଆ କରି ସଂସାର ଗଢିବା ଖୁସିରେ ନିଜ ଜୀବନସାଥୀଙ୍କ ସହ ହନିମୁନ ଯିବାର ଯାତ୍ରା ଆରମ୍ଭ କରିଥିଲେ । ବେଶ ଖୁସିରେ ଚାଲିଥିବା ଏଇ କିଛିଦିନର ନୂଆ ସଂମ୍ପର୍କକୁ ସାରା ଜୀବନ ଆହୁରି ମଜବୁତ କରିବା ଆଶାରେ ପତି ବେଶ ଖୁସିର ସହ ପତ୍ନୀଙ୍କୁ ନେଇ ପହଞ୍ଚିଥିଲେ ହନିମୁନ ପ୍ଲେସ ମେଘାଳୟରେ । ହେଲେ ସେ ଜାଣିନଥିଲେ, ଏ ଉତ୍ସାହ ଏ ଆଶା ଏ ସ୍ଵପ୍ନ ସବୁ କେବଳ ସେ ଏକା ଦେଖିଥିଲେ । ପତ୍ନୀଙ୍କର ପ୍ରି ପ୍ଲାନିଂ ମିଶନ ଯେ ଥିଲା ତାଙ୍କୁ ହତ୍ୟା କରିବା ଏ କଥା ଥିଲା ତାଙ୍କର କଳ୍ପନା ପରିସରର ବାହାରେ । ଆଉ ଏ ସବୁ ଷଡଯନ୍ତ୍ର ରଚିଥିଲେ ପରିବାର ସାମ୍ନାରେ ନିଜକୁ ଭଲ ସାବ୍ୟସ୍ତ କରୁଥିବା ତାଙ୍କର ପତ୍ନୀ ।
ପତ୍ନୀ ବି ଜହ୍ଲାଦ ପାଲଟି ପାରେ । ଗୋଟେ ପଟେ ଆମେ ଏମିତି କିଛି ନାରୀଙ୍କୁ ଦେଖିଛନ୍ତି, ଯେଉଁମାନେ ନିଜର ଶଙ୍ଖା ସିନ୍ଦୁରର ରକ୍ଷା କରିବା ପାଇଁ ଯମ ପାଖରୁ ମଧ୍ୟ ନିଜ ସ୍ଵାମୀଙ୍କୁ ଛଡାଇ ଆଣିବାର ଦୃଢ ପ୍ରତିଜ୍ଞା କରିଥାନ୍ତି, କିନ୍ତୁ ଅନ୍ୟ ପଟେ କିଛି ଏମିତି ନାରୀ ଯେଉଁମାନେ ଜହ୍ଲାଦ ସାଜି ସ୍ଵାମୀଙ୍କୁ ଷଡଯନ୍ତ୍ର ରଚି ହତ୍ୟା କରିବାକୁ ପଛାଇ ନଥାନ୍ତି । ଆମେ କହୁଛୁ ଇନ୍ଦୋରର ଚର୍ଚ୍ଚିତ ରାଜା ରଘୁବଂଶୀଙ୍କ ହତ୍ୟା ଘଟଣାର କଥା । ଆଜି ଅପରାଧର ପର୍ଦ୍ଦାଫାଶରେ ଆମେ ଜାଣିବା, ପ୍ରକୃତରେ କେମିତି ପତ୍ନୀ ସୋନମ ନିଜ ସ୍ଵାମୀଙ୍କୁ ମାରିବାକୁ ରଚିଥିଲେ ଷଡଯନ୍ତ୍ର ? କାହିଁକି ବିବାହର ମାତ୍ର ଅଳ୍ପ କିଛିଦିନ ମଧ୍ୟରେ ହିଁ ସ୍ଵାମୀଙ୍କୁ କରିଥିଲେ ହତ୍ୟା ?
୧୧ ମେ ୨୦୨୫ରେ ହିଁ ଇନ୍ଦୋରରେ ରାଜା ରଘୁବଂଶୀ ସୋନମଙ୍କୁ ବିବାହ କରିଥିଲେ । ବିବାହ କରିବାର ମାତ୍ର ୧୧ ଦିନ ପରେ , ୨୦ ମେ ରେ ସେମାନେ ମେଘାଳୟ ହନିମୁନ ଯିବାକୁ ବାହାରି ଥିଲେ । ଆଉ ହନିମୁନ ଯିବାର ପ୍ଲାନ ଏବଂ ଟିକେଟ ସବୁ ପ୍ରି ପ୍ଲାନିଂ ସୋନମ ହିଁ କରାଇଥିଲେ । ଯାହା ରାଜା ତାଙ୍କ ମାଆଙ୍କୁ ଜଣାଇଥିଲେ । କିନ୍ତୁ ଫେରିବାର କୌଣସି ଟିକେଟ ହୋଇନଥିଲା ।
୨୧ ମେ ରେ ରାଜା ଏବଂ ପତ୍ନୀ ସୋନମ ସିଲଙ୍ଗରେ ପହଞ୍ଚି ବାଲାଜି ଗେଷ୍ଟ ହାଉସ ନାମକ ହୋଟେଲରେ ଚେକଇନ କରାଇ ରହିଥିଲେ । ୨୨ ମେ ରେ ମାବଲଖିଆତରେ ପହଞ୍ଚି ସେଠାରେ ନିଜର ଭଡା ସ୍କୁଟିକୁ ପାର୍କ କରି ଲିଭିଙ୍ଗ ରୁଟ୍ ବ୍ରିଜ୍କୁ ଯିବାପାଇଁ ୩୦୦୦ ଫୁଟ୍ ଉପରକୁ ଚଢିଥିଲା । ତାଙ୍କ ସହ ଥିଲେ ୩ ଜଣ ଯୁବକ । ସେଠାରେ ଥିବା ଲୋକାଲ ଗାର୍ଡ ଜଣକ ତାଙ୍କୁ ଉପରକୁ ନେବାପାଇଁ ସାହାଯ୍ୟ କରିବାକୁ କହିଥିବା ବେଳେ ତାଙ୍କୁ ସୋନମ ମନା କରି ଦେଇଥିଲେ । ଏକଥା ସେହି ଲୋକାଲ ଗାର୍ଡ ନିଜେ ପୋଲିସଙ୍କୁ ଜଣାଇଥିଲେ । ୨୩ ମେ ରେ ସେମାନେ ଚେକଆଉଟ କରିଥିଲେ । ସେହିଦିନ ହିଁ ସେମାନେ ଶେଷଥର ପାଇଁ ସିସିଟିଭି ଫୁଟେଜ୍ରେ ନଜର ଆସିଥିଲେ ।
ସମ୍ପୂର୍ଣ୍ଣ କାହାଣୀ ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡିଓରେ କ୍ଲିକ କରନ୍ତୁ ।.....