Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indresh Upadhyaya / ତ୍ୟାଗ ଓ ବୈରାଗ୍ୟର କଥା କହୁଥିବା ବ୍ୟକ୍ତି ଏମିତି କେମିତି କରିପାରନ୍ତି ?

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·3 min read
ତ୍ୟାଗ ଓ ବୈରାଗ୍ୟର କଥା କହୁଥିବା ବ୍ୟକ୍ତି ଏମିତି କେମିତି କରିପାରନ୍ତି ?
Indresh Upadhyay

Key Points

ସମସ୍ତଙ୍କର କହିବା କଥା, ସେ ଜଣେ ଆଧ୍ୟତ୍ମିକ ଗୁରୁ ।
ତାଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ ?

ଚର୍ଚ୍ଚିତ ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ତାଙ୍କୁ କିଏ ବା ନଜାଣେ । ସୋସିଆଲ ମିଡିଆରେ ତାଙ୍କ ଭିଡିଓ ସବୁ ଖୁବ୍‌ ଭାଇରାଲ । ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ତାଙ୍କର ଅନେକ ଭିଡିଓ ଭାଇରାଲ ହେଉଛି । ଯେଉଁଥିପାଇଁ ସାରା ଦେଶରେ ତାଙ୍କ ପ୍ରଶଂସକ ଭର୍ତ୍ତି ହୋଇ ରହିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ସବୁଠୁ ଅଧିକ ବୋଲି କୁହାଯାଏ । ଅନ୍ୟପଟେ ତ୍ୟାଗ ବା ବୈରାଗ୍ୟ ଉପରେ ତାଙ୍କର ଅଧିକାଂଶ ଭିଡିଓ ରହିଛି । ଆଉ ଏହା ହିଁ ତାଙ୍କର ପରିଚୟ ।

ନିକଟରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି । ସେ ଜଣେ ପୂର୍ବତନ ଡିଏସ୍‌ପିଙ୍କ ଝିଅକୁ ବିବାହ କରିଛନ୍ତି । ଉଭୟଙ୍କର ଫଟୋ ଓ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ବିବାହ ସମୟରେ ଉଭୟ ଖୁବ୍ ଖୁସିଥିବା ମଧ୍ୟ ଦେଖାଯାଇଛି । ଉଭୟଙ୍କ ବିବାହକୁ ପ୍ରଶଂସକମାନେ ଖୁବ୍ ପ୍ରୋତ୍ସାହିତ କରିଛନ୍ତି । ହେଲେ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ବଡ଼ ବ୍ୟତିକ୍ରମ । ପ୍ରବଚକଙ୍କୁ ଗୋଟିଏ ପଟେ ତାଙ୍କ ପ୍ରଶଂସକମାନେ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ସୋସିଆଲ ମିଡିଆରେ ତାଙ୍କର ଖୁବ୍‌ ସମାଲୋଚକ ମଧ୍ୟ ସୃଷ୍ଟି ହୋଇଛନ୍ତି । ତାଙ୍କ ବିବାହକୁ ନେଇ ଅନେକ ଟ୍ରୋଲ କରିଛନ୍ତି ।

ସମସ୍ତଙ୍କର କହିବା କଥା, ସେ ଜଣେ ଆଧ୍ୟତ୍ମିକ ଗୁରୁ । ତାଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ ? ଆଧ୍ୟତ୍ମିକ ଗୁରୁ ହୋଇ ଏତେ ଜାକଜମକରେ କେମିତି ବିବାହ କରୁଛନ୍ତି । ତାଜ୍‌ ଆମେର ଭଳି ହୋଟେଲରେ ବିବାହ କରୁଛନ୍ତି । ଦାମୀ ପୋଷାକ ପିନ୍ଧୁଛନ୍ତି । ତାଙ୍କର ଏଭଳି ବିବାହ ଫଟୋ ଭାଇରାଲ ହେବା ପରେ ଆଧ୍ୟାତ୍ମିକ ଗୁରୁଙ୍କ ଲାଇଫ୍‌ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟ କିଛି ୟୁଜର କମେଣ୍ଟ କରୁଛନ୍ତି, ଯିଏ ବୈରାଗ୍ୟ ଓ ତ୍ୟାଗ କଥା ଅନ୍ୟକୁ ଶୁଣାଉଛନ୍ତି, ତାଙ୍କ ଏଭଳି ବିଳାଶପୂର୍ଣ୍ଣ ବିବାହ ଆଦୌ ଗ୍ରହଣୀୟ ନୁହେଁ ।

ଦମ୍ପତିଙ୍କ ବିବାହ ତିରୁପତି ମନ୍ଦିର ସହ ଜଡ଼ିତ ବୈଦିକ ରୀତିନୀତିରେ ସମାପନ ହୋଇଛି । ବିବାହ ମଣ୍ଡପକୁ ଖୁବ୍‌ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଥିଲା, ସାଜସଜ୍ଜାରେ ଅନେକ ଫୁଲ ବ୍ୟବହାର ହୋଇଥିଲା । ପ୍ରାୟ ତିନି ଘଣ୍ଟା ଧରି ରୀତିନୀତି ଅନୁସାରେ ବିବାହ ଚାଲିଥିଲା । ସାରା ଭାରତରୁ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱମାନେ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ଜୟପୁର ଆସିଥିଲେ । ବହୁ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ମେହେନ୍ଦି, ହଳଦୀ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ବରଯାତ୍ରୀ ନାଚ ମଧ୍ୟ ସାମିଲ ଥିଲା । ଏଥିପାଇଁ ଖୁବ୍‌ ଭବ୍ୟ ଅଆୟୋଜନ କରାଯାଇଥିଲା ।

ବିବାହର ଭିଡ଼ିଓ ଗୁଡ଼ିକ ଭାଇରାଲ ହେବା ମାତ୍ରେ ଲୋକଙ୍କ ପ୍ରତିକ୍ରିୟା ଆସିଲା । X ରେ ଜଣେ ଉପଭୋକ୍ତା ଇନ୍ଦ୍ରେଶଙ୍କ ବରମାଳ ପକା ଭିଡିଓ ସେୟାର କରିଥିଲେ । ଆଉ ସବୁଠାରୁ ମଜାଦାର କଥା ହେଉଛି, ଏହି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ତାଙ୍କର ନିଜସ୍ୱ ପ୍ରବଚନ ଚାଲିଥିଲା, ଯେଉଁଥିରେ ସେ ଏହି ବରମାଳା ନୀତିକୁ ସମାଲୋଚନା କରୁଛନ୍ତି ।

ଅନ୍ୟ ଜଣେ ଦର୍ଶକ ତାଙ୍କ ଶିକ୍ଷା ଏବଂ ବିଳାସପୂର୍ଣ୍ଣ ବିବାହ ମଧ୍ୟରେ ପାର୍ଥକ୍ୟ ଉପରେ ପ୍ରଶ୍ନ ଉଠାଇ କହିଲେ, 'ଏଭଳି ପ୍ରବଚକମାନେ ଆମକୁ କୁହନ୍ତି ଯେ ଗାଡ଼ି, ଟଙ୍କା, ସମ୍ପତ୍ତି ଏବଂ ଜିନିଷ ସବୁ ଅଦରକାରୀ, କିନ୍ତୁ ଯଦି ଆପଣ ଦେଖିବେ ସେମାନେ ନିଜେ କିଭଳି ବିଳାସପୂର୍ଣ୍ଣ ଜୀବନ ଜାପନ କରୁଛନ୍ତି, ତେବେ ଆପଣ ଆଉ କେବେ ବି ସେମାନଙ୍କ କଥା ଶୁଣିବାକୁ ଆଗ୍ରହ କରିବେ ନାହିଁ।'

ଉପଭୋକ୍ତା ଆହୁରି କହିଛନ୍ତି ଯେ ଏହି ଆଧ୍ୟାତ୍ମିକ ପ୍ରବଚକ ଏକ ସରଳ ବିବାହ କରିବାକୁ ମଧ୍ୟ ବାଛି ପାରିଥାନ୍ତେ। ଆଉ କିଛି ୟୁଜର କହିଛନ୍ତି, 'ତାଙ୍କ ପରିବାର ନିଶ୍ଚିତ ଭାବରେ ତାଙ୍କ ଉପରେ ଏକ ଚାପ ସୃଷ୍ଟି କରିଥିବା ଗ୍ରାଣ୍ଡ ଓ୍ୱେରେ ବିବାହ ଆୟୋଜନ କରିବାକୁ । କାରଣ ସେ ତାଙ୍କ ଘରେ ଏକମାତ୍ର ପୁଅ' ।

ଆଉ ଜଣେ ୟୁଜର ପଚାରିଛନ୍ତି, କ'ଣ ସତରେ ଇନ୍ଦ୍ରେଶଙ୍କ ପତ୍ନୀ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିଛନ୍ତି ? ଆଉ କିଛି ୟୁଜର କହିଛନ୍ତି ଯେ ଲୋକମାନେ ସେମାନଙ୍କର ପ୍ରିୟ ସେଲିବ୍ରିଟିଙ୍କ ଭୁଲକୁ ଅଣଦେଖା କରିଦେଉଛନ୍ତି କିନ୍ତୁ ସେମାନେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କୁ ବେଶି ସମାଲୋଚନା କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Indresh Upadhyaya | Indresh Upadhyay In Big Marriage Controversy | Argus News