Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

SCAM / Online Shoping SCAM ! ଅର୍ଡର କରିନଥିଲେ ବି ଘରେ ପହଞ୍ଚୁଛି ପାର୍ସଲ...

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Online Shoping SCAM ! ଅର୍ଡର କରିନଥିଲେ ବି ଘରେ ପହଞ୍ଚୁଛି ପାର୍ସଲ...

Key Points

CODରେ ହେଉଥିବା ସ୍କାମ ଉପରେ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ଇନ୍‌ଫ୍ଲୁଏନ୍‌ସର ଜଣକ ହେଲେ Tvisha Tuli ।

ମହାମାରୀ ପରେ ଇ-କମର୍ସ ଦୁନିଆରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଘରେ ଘରେ ଲୋକ ଏବେ ଅନ୍‌ଲାଇନ୍‌ ସପିଂ ଉପରେ ଖୁବ୍‌ ନିର୍ଭର କରୁଛନ୍ତି । ଏହାର ବ୍ୟବସାୟୀ ମଧ୍ୟ ଏଥିରେ ନାନା ପ୍ରକାର ସୁବିଧା ଦେବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏହି ବ୍ୟବସାୟ ଦିନକୁ ଦିନ ଯେତିକି ବୃଦ୍ଧି ପାଉଛି, ସେତିକି ସ୍କାମ ମଧ୍ୟ ସାମ୍ନାକୁ ଆସୁଛି । ଅନଲାଇନ୍‌ ସପିଂରେ ସବୁଠାରୁ ଅଧିକ ବ୍ୟବହାର ଯୋଗ୍ୟ ଅପସନ୍‌ ହେଲା COD ବା କ୍ୟାସ୍‌ ଅନ୍‌ ଡେଲିଭରୀ । ହେଲେ ଏହାରି ଭିତରେ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର ଏକ ବଡ଼ ଖୁଲାସା କରିଛନ୍ତି । ସେ ଏହି CODରେ ହେଉଥିବା ସ୍କାମ ଉପରେ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ଇନ୍‌ଫ୍ଲୁଏନ୍‌ସର ଜଣକ ହେଲେ Tvisha Tuli ।

କେମିତି ହୁଏ COD ସ୍କାମ ?

ଟୁଲି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ପୋଷ୍ଟ କରି ସାଧାରଣ ଲୋକଙ୍କୁ ଏହି କ୍ୟାସ୍‌ ଅନ୍ ଡେଲିଭରୀ ସ୍କାମ ବିଷୟରେ ସତର୍କ କରାଇଛନ୍ତି । ସେ କହିଛନ୍ତି ଅନେକଙ୍କ କ୍ଷେତ୍ରରେ ଏହି ସ୍କାମ ହେଉଛି । ହେଲେ କେହି ଜାଣିପାରୁ ନାହାନ୍ତି । ଏକ ରିଲ୍‌ରେ ଟୁଲି ବିସ୍ତୃତ ଭାବେ କହିଛନ୍ତି କେମିତି ସ୍କାମରମାନେ ବିଶ୍ୱସ୍ଥ କୋରିୟର ନେଟଓ୍ୱର୍କ ସହ ଯୋଡ଼ି ହୁଅନ୍ତି, ଆଉ ଲୋକଙ୍କୁ ନକଲି ପାର୍ସଲ ଦେଇ ଟଙ୍କା ନେଇଯାଆନ୍ତି । କୋରିୟର ନେଟଓ୍ୱର୍କ ଯେମିତି କି Delhivery, Blue Dart, Ecom Express, and Shadowfax ଇତ୍ୟାଦି ।

ଟୁଲି ନିଜର ଏକ ଅନୁଭୂତି କହିଛନ୍ତି, 'କିଛି ଦିନ ପୂର୍ବେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ନାଁରେ ଏକ ପାର୍ସଲ ଆସିଲା, କିନ୍ତୁ ସେ ପାର୍ସଲ କେହି ବି ମଗେଇନଥିଲେ । ତେଣୁ ପରିବାର କୌଣସି ସଦସ୍ୟ ସେହି ପାର୍ସଲକୁ ରିସିଭ କଲେ ନାହିଁ । ହେଲେ ଏହାର କିଛି ଦିନ ପରେ ପୁଣି ଜଣେ ଡେଲିଭରୀ ବୟ ଆସିଲେ ଆଉ ପାର୍ସଲ ଆସିଛି ବୋଲି କହିଲେ, ସେତେବେଳେ ପରିବାରର ଜଣେ ବ୍ୟକ୍ତି କିଛି ନବୁଝି ସେହି ପର୍ସଲଟିକୁ ରିସିଭ କରିଦେଲେ । ଯାହାର ଦାମ ଥିଲା ୭୦୦ ଟଙ୍କା । ହେଲେ ପରେ ବୁଝୁ ବୁଝୁ ସେହି ପାର୍ସଲ କେହି ଅର୍ଡର କରିନଥିଲେ । ତାହା ଫେକ୍‌ ପାର୍ସଲ ଥିଲା'।

'ଯେତେବେଳେ ଆମେ ସେହି ପ୍ୟାକେଜ୍‌ ଖୋଲିଲୁ ସେତେବେଳେ ଜାଣିଲୁ, ଉପରେ ଯାହା ଲେଖାଥିଲା ଭିତରେ ତାହା ନାହିଁ । ଚାଇନିଜ୍‌ରେ ଲେଖା ଥିବା କିଛି କାଗଜ ପତ୍ର କେବଳ ଥିଲା । ଏମିତିକି ସେହି ପ୍ରଡକ୍ଟ ଉପରେ ଥିବା କ୍ୟୁଆର କୋଡ୍‌ ସ୍କାନ କଲେ ମଧ୍ୟ ସେଥିରୁ କିଛି ମିଳିଲା ନାହିଁ । ଅଯଥାରେ ଆମେ ଟଙ୍କା ହରାଇଲୁ, ଆମେ ଠକାମୀର ଶିକାର ହେଲୁ ।

ଟୁଲି ଆହୁରି ମଧ୍ୟ କହିଛନ୍ତି, ଏହି ଠକ ମାନେ ସମ୍ପୂର୍ଣ୍ଣ ରୂପେ କିଛି ପରିବାର ଉପରେ ନଜର ରଖିଥାନ୍ତି । ଯେଉଁମାନେ ଅଧିକାଂଶ ସମୟରେ COD ମାଧ୍ୟମରେ ଅନ୍‌ଲାଇନ୍‌ରୁ ଜିନିଷ କିଣିଥାନ୍ତି । ଠକମାନଙ୍କ ପାଖରେ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ରହିଥାଏ । ତେଣୁ ସେମାନଙ୍କୁ ନାଁ ବଦଳାଇବାକୁ ସୁବିଧା ହୁଏ, ପରିବାର ବାହାରେ ରହୁଥିବା ଲୋକଙ୍କ ନାଁରେ ମଧ୍ୟ ସେମାନେ ପାର୍ସଲ ଆଣିବାକୁ ସାହସ କରିଥାନ୍ତି । ସେମାନେ ଡେଲିଭରୀ ପାର୍ଟନର ମଧ୍ୟ ବାରମ୍ବାର ବଦଳାଇଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SCAM | Influencer Exposes Alarming New Shopping Scam In India | Argus News