Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଛାନିଆ ହେଇ ତେଲ କିଣନ୍ତୁ ନାହିଁ, ପ୍ରଚୁର ତେଲ ଷ୍ଟକ୍ ଅଛି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଛାନିଆ ହେଇ ତେଲ କିଣନ୍ତୁ ନାହିଁ, ପ୍ରଚୁର ତେଲ ଷ୍ଟକ୍ ଅଛି

ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିବା ବେଳେ ଭାରତରେ ଇନ୍ଧନ ତେଲକୁ ନେଇ ଏକ ଗୁଜବ ପ୍ରକାଶ ପାଇଛି। ଦେଶରେ ତେଲ ସରିଯିବା ଆଶଙ୍କା କରି ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପ ଗୁଡିକରେ ବ୍ୟାପକ ଭିଡ ଦେଖିବାକୁ ମିଳୁଛି।


ଲୋକମାନେ ପ୍ରଚୁର ପରିମାଣର ତେଲ କିଣି ଘରେ ମହଜୁଦ ରଖୁଛନ୍ତି। ତେବେ ଆଇଓସିଏଲ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି, ଆଇଓସିଏଲ୍ ପାଖରେ ପ୍ରଚୁର ତେଲ ମହଯୁଦ ଅଛି। ଏବଂ ଏହାର ଯୋଗାଣ ଲାଇନଗୁଡ଼ିକ ସୁଗମ ପରିଚାଳିତ ହେଉଛି। ତେଣୁ ଲୋକମାନେ ଭୟଭୀତ ହୋଇ ତେଲ କିଣିବାର କୌଣସି ଆବଶ୍ୟକତା ନାହିଁ ବୋଲି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛି। ସମସ୍ତ ଆଉଟଲେଟରେ ଇନ୍ଧନ ଏବଂ ଏଲପିଜି ସହଜରେ ଉପଲବ୍ଧ ହେଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ଆଜି ପଞ୍ଜାଵ ଚଣ୍ଡିଗଡରେ ବାଜିଛି ପୁଣି ଯୁଦ୍ଧ ସାଇରନ୍। ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଘରର ବାଲକୋନି ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଯୁଦ୍ଧ ପାଇଁ ଆଇପିଏଲକୁ ମଧ୍ୟ ବାତିଲ କରାଯାଇଛି। ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Sponsored
Information from IOCL on fuel oil stocks in India | Argus News