Videos
|
National

 ରଙ୍ଗ ବଦଳାଇଥାଏ ଦୁନିଆର ଏକମାତ୍ର ସାପ  

Manini Pattanayak
Browse all articles by Manini Pattanayak
·2 years ago·1 min read
 ରଙ୍ଗ ବଦଳାଇଥାଏ ଦୁନିଆର ଏକମାତ୍ର ସାପ  

ନୂଆଦିଲ୍ଲୀ:  ବିଶ୍ୱରର ସବୁଠାରୁ ୧୦ ବିଷଧର ସାପ ମାନଙ୍କ ମଧ୍ୟରୁ ୯ ଟି ସାପ  ଅଷ୍ଟ୍ରେଲିଆରେ ମିଳିଥାଏ। ଏଥିରୁ ସବୁଠାରୁ  ବିଷଧର ହେଉଛି ଇନଲ୍ୟାଣ୍ଡ ତାଇପେନ୍‌ ସାପ। ଏହାର ବିଷ ୧୦୦ ଜଣଙ୍କୁ ମୃତ୍ୟୁ ମୁଖରେ ପଡାଇବାକୁ ଯଥେଷ୍ଟ।  ଏହାର ଏକ ବିଶେଷ  ଗୁଣ ହେଉଛି   ଏହା ରଙ୍ଗ ପରିବର୍ତ୍ତନ ବରିବା ସାପମାନଙ୍କ ମଧ୍ୟରେ କେବଳ ଏକା ।   ନ୍ୟାସନାଲ  ଜିଓଗ୍ରାଫିକ ଅନୁସାରେ ସାରା ବିଶ୍ୱରେ  ସାପମାନେ ୩ ହଜାର ପ୍ରଜାତିର ଅଛନ୍ତି। ଏଥିରୁ ପାଖାପାଖି ୬୦୦ ବିଷଧର ଥାଆନ୍ତି।  ଏଥିରୁ ମଧ୍ୟ  ୭ ପ୍ରତିଶତ ଏତେ ବିଷଧର ଯେ, ଯେକୌଣସି ବ୍ୟକ୍ତିଙ୍କୁ କାମୁଡିବ ତାର ମୃତ୍ୟୁ ସୁନିଶ୍ଚିତ। ତେବେ ଆମେ ଯେଉଁ  ରଙ୍ଗ ବଦଳୁଥିବା  ସାପ ବିଷୟରେ ଆଲୋଚନା କରୁଛେ ତାର ନାମ ଇନଲ୍ୟାଣ୍ଡ ତାଇପେନ । ଏହା ମଧ୍ୟମ ଆକାରର କିନ୍ତୁ ଦୁନିଆର  ସବୁଠାରୁ ବିଷଧର ସାପ।।

ଏହାର ରଙ୍ଗ ପରିବର୍ତ୍ତନ ହୋଇ ହାଲକା ବାଦାମି ରୁ ଗାଢ ବାଦାମୀ ଏବଂ ହଳଦିଆ ପର୍ଯ୍ୟନ୍ତ ହୋଇପାରେ।  ଏହି ସାପର ରଙ୍ଗ ଋତୁ ପରିବର୍ତ୍ତନ ଅନୁସାରେ  ପରିବର୍ତ୍ତିତ ହୋଇଥାଏ।  ଶୀତ ଦିନରେ ରଙ୍ଗର ଗାଢ ହେବା ସହ  ଗରମ ଦିନେ ଏହାର ରଙ୍ଗ ହଲକା ରହିଥାଏ। କୁହାଯାଉଛି ଯେ ପୃଥିବୀରେ ଯେତେ ବି ସାପ  ଅଛନ୍ତି ଏ ସବୁଠାରୁ ଅଧିକ ବିଷଧର।  ଏଥିରୁ ବାହାରୁ ଥିବା  ବିଷକୁ ବୈଜ୍ଞାନିକମାନେ ନାଁ ଦେଇଛନ୍ତି  ଏଲଡି୫୦ । ଏହାର ବିଷ ଏକାସାଙ୍ଗେ ଅନେକ ଲୋକଙ୍କ ମାରି ଦେଇଥାଏ।   ଏଥିପାଇଁ  ଏହି ଭୟଙ୍କର ସାପକୁ  କାଟାଗୋରୀରେ ରଖାଯାଇଛି। ଏହା ବହୁତ ଲାଜକୁଳା।  ଉକସାଇବା ମାତ୍ରକେ ଆକ୍ରମଣ କରିଥାଏ। ଏହା କୋବ୍ରାଠାରୁ ମଧ୍ୟ ଅତିଭୟଙ୍କର ସାପ ।

ଅଧିକ ପଢନ୍ତୁ ଭାରତ  ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
inland taipan world most venomous snake which changes color by weathers | Argus News