Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଭିନବର ଆଧ୍ୟାତ୍ମିକତା ନା ଅଭିନୟ?

National

ଅଭିନବର ଆଧ୍ୟାତ୍ମିକତା ନା ଅଭିନୟ?

Sudeshna Mishra
Browse all articles by Sudeshna Mishra
·1 year ago·3 min read
ଅଭିନବର ଆଧ୍ୟାତ୍ମିକତା ନା ଅଭିନୟ?

ଅର୍ଗସ ବ୍ୟୁରୋ: ବାଲ ସନ୍ତ ବା କୁନି ସନ୍ଥ ନାମରେ ଜଣାସୁଣା ଅଭିନବ ଅରୋଡ଼ା ଆଜିକାଲି ସୋସିଆଲ ମିଡ଼ିଆରେ ବେଶ ର୍ଚଚାର ବିଷୟ ସାଉଟିଛନ୍ତି। ନିକଟରେ ଏକ ଧାର୍ମିକ କାଯ୍ୟର୍କମ ସମୟରେ ସ୍ବାମୀ ରାମଭଦ୍ରାର୍ଚାଯ୍ୟ ତାଙ୍କର ବ୍ୟବହାରକୁ ନେଇ ଆପତ୍ତି ପ୍ରକାଶ କଲେ ଓ ତାଙ୍କୁ ମଂଚରୁ ା ତଳକୁ ଉହ୍ଲାଇବା ପାଇ କହିଲେ। ଏହି ଘଟଣା ଏକ ଭିଡ଼ିଓରେ କଏଦ ହେବା ପରେ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାୟରାଲ ହେବାରେ ଲାଗିଛି।ତେବେ କିଏ ଏହି କୁନି ସନ୍ଥ ଅଭିନବ ଅରୋଡ଼ା ଆଉ କାହିଁକି ସେ ଏତେ ର୍ଚଚା ସାଉଁଟିଛନ୍ତି ା

କିଏ ଏହି ବାଲ ସନ୍ଥ ବା କୁନି ସନ୍ଥ-ଅଭିନବ ଅରୋଡ଼ା

ଅଭିନବ ଅରୋଡ଼ା, ବୟସ ମାତ୍ର ୧୦ବର୍ଷ ଆଉ ଭଗବାନ ଶ୍ରୀ କୃଷ୍ଣଙ୍କ ସ୍ବୟମ୍ଭୁ ଭକ୍ତ, ସେ ନିଜକୁ ଶ୍ରୀ କୃଷ୍ଣଙ୍କ ବଡ଼ ଭାଇ ବଳରାମ ବୋଲି କୁହନ୍ତି ଓ ଶ୍ରୀ କୃଷ୍ଣଙ୍କୁ ଛୋଟ ଭାଇ ଭାବରେ ପୂଜା କରନ୍ତି। ଏହି କୁନି ସନ୍ଥ ବେଦ ଓ ଶାସ୍ତ୍ରର ଗଭୀର ଞ୍ଜାତା ଭାବେ ମଧ୍ୟ ଜଣାସୁଣା। କୁନି ସନ୍ଥ ନିଜକୁ କମ ବୟସରେ ହି ଆଧ୍ୟାତ୍ମିକ ବକ୍ତା ଭାବେ ସ୍ଥାପିତ କରିପାରିଛନ୍ତି।ସୋସିଆଲ ମିଡ଼ିଆରେ ଏହି କୁନି ସନ୍ଥଙ୍କ ଭିଡ଼ିଓ ବହୁତ ପପୁଲାର ହୁଏ ଆଉ ଇଷ୍ଟାଗ୍ରାମରେ ତାଙ୍କର ୯ଲକ୍ଷ ରୁ ଅଧିକ ଫଲୋଅର ଅଛନ୍ତି।

ଅଭିନବର ଆଧ୍ୟାତ୍ମିକତାରେ ଅଧିକ ରୂଚି

ଅଭିନବଙ୍କର ଆଧ୍ୟାତ୍ମିକତା ପ୍ରତି ରୁଚି ପିଲାବେଳୁ ହି ରହି ଆସିଛି। ସେ ଜଣାସୁଣା ଲେଖକ ଓ ଟେଡ଼ ସ୍ପିକର ତରୂଣ ରାଜ ଅରୋରାଙ୍କ ସୁପୁତ୍ର, ତାଙ୍କ ମା, ବାପାଙ୍କ କହିବା କଥା ସେ ପୂରା-ପୁରୀ ଭାବେ ଆଧ୍ୟାତ୍ମିକତା ଆଡ଼କୁ ବଢ଼ିଚାଲିଛନ୍ତି ଓ ଦିଲ୍ଲୀରେ ରହୁଥିବା ଅଭିନବ ପଂଚମ ଶ୍ରେଣୀରେ ପାଠ ପଢ଼ନ୍ତି ଓ ଅଧିକାଂଶ ସମୟ ଧାମିକ ବେଶଭୁଷା-ଧୋତି-କୁର୍ତାରେ ନଜର ଆସନ୍ତି।

ଦିନଚଯ୍ୟା-ଏକ ଅନୁଶାସିତ ଜୀବନ

ଅଭିନବଙ୍କ ଦୈନନ୍ଦିନ ଜୀବନ ସମ୍ପୁର୍ଣ ଭାବେ ଅନୁଶାସିତ। ସେ ପ୍ରତ୍ୟେକ ଦିନ ଭୋର ସାଢ଼େ ୩ଟାରେ ଉଠି ପଢ଼ନ୍ତି ଓ ବ୍ରହ୍ମ ମୁର୍ହୁତରେ ମାଳା ଜପ କରି ନିଜ ଦିନ ଆରମ୍ଭ କରନ୍ତି। ପ୍ରା:ତ ୪ଟା ବେଳକୁ ଠାକୁର ପୂଜା କରନ୍ତି ଓ ସକାଳ ୬:୩୦ରେ ଚଉଁରାରେ ତୂଳସୀ ପୂଜନ ପରେ ନିଜ ବାଲ ଗୋପାଲଙ୍କ ପାଇଁ ଭୋଗ ଲାଗି କରିଥାନ୍ତି। ସାଢ଼େ ୭ଟା ବେଳକୁ ସ୍କୁଲ ପାଇଁ ରେଡ଼ି ହୋଇ ବିଦ୍ୟାଳୟ ଶିକ୍ଷା ଗ୍ରହଣ ପାଇଁ ଚାଲିଯାଆନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ସୋସିଆଲ ମିଡ଼ିଆ ଷ୍ଟାର

ଅଭିନବ ଅରୋଡ଼ା ଜଣେ ୟୁଟ୍ୟୁବର ଓ ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ଭାବେ ମଧ୍ୟ ଜଣାଯାଆନ୍ତି। ସେ ପ୍ରା:ୟ ସମୟ ନିଜ ଧାର୍ମିକ ଓ ଆଧ୍ୟାତ୍ମିକ ବିଚାରକୁ ଫ୍ୟାନ୍ସଙ୍କ ସହ ଶେୟାର କରନ୍ତି ଯାହାକୁ ଲକ୍ଷ-ଲକ୍ଷ ଲୋକେ ପସନ୍ଦ ମଧ୍ୟ କରନ୍ତି। ତାଙ୍କ ବିଚାର ଓ ଭିଡ଼ିଓ ତାଙ୍କୁ ଏହି କୁନି ବୟସରେ ହି ତାଙ୍କୁ ଏକ ର୍ଚଚିତ ଚେହେରା ବନାଇପାରିଛି। ଏବେ ଆସନ୍ତୁ ଜାଣିବା, କଣ ସେହି କାଯ୍ୟର୍କମ କିମ୍ବା ସେଠାରେ କଣ ହେଲା ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଏତେ ହଇଚଇ ସୃଷ୍ଟି ହୋଇଛି।

ଏହି କଥା ସେବେକାର ଯେବେ ଗୋଟେ କାଯ୍ୟକ୍ରମ ସମୟରେ ଅଭିନବ ଅରୋଡ଼ା ମଂଚ ଉପରେ ଥିବା ବେଳେ ତାଳି ମାରୁଥାନ୍ତି ଓ ରାମ ନାମ ଜପ କରୁଥାନ୍ତି। ସେହି ସମୟରେ ସ୍ବାମୀ ରାମଭଦ୍ରାର୍ଚାଯ୍ୟ ତାଙ୍କର ଏହି ଆଚରଣକୁ ନେଇ କ୍ଷୋଭ ପ୍ରକାଶ କଲେ ଓ ତାଙ୍କୁ ମଂଚ ତଳକୁ ଯିବା ପାଇଁ କହିଲେ। ଆପଣ ବି ଦେଖନ୍ତୁ, ଏହି ଭିଡ଼ିଓ। ସ୍ବାମୀ ରାମଭଦ୍ରାର୍ଚାଯ୍ୟଙ୍କ ଏହି ଟିପ୍ଫଣି ପରେ ସେବକ ମାନେ ଅଭିନବଙ୍କୁ ମଂଚ ତଳକୁ ଉହ୍ଳାଇଦେଲେ। ଏହି ପୂରା ବିବାଦକୁ ନେଇ ଅଭିନବ ଅରୋଡ଼ା ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ଭିଡ଼ିଓ ବହୁତ ପୂରୂଣା, ଏହା ନିକଟ ତାରିଖର ନୁହେ ବରଂ ବର୍ଷେ-ଢ଼େଡ଼ ବର୍ଷ ତଳର ଓ ଏହି ସ୍ଥାନ ହେଉଛି, ବୃନ୍ଦାବନ। ଏହା ପରେ ସ୍ବାମୀ ରାମଭଦ୍ରାର୍ଚାଯ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ମଧ୍ୟ ଦେଲେ ଏବଂ କହିଲେ ଯେ ଅଭିନବ ଜଣେ ମୁର୍ଖ ପିଲା ଓ ସେ କୁହେ ଯେ ଭଗବନା ଶ୍ରୀ କୃଷ୍ଣ ତାଙ୍କ ସାଙ୍ଗରେ ପାଠ ପଢ଼ନ୍ତି।

ଅଭିନବଙ୍କ କହିବା କଥା ଯେ ସମସ୍ତଙ୍କୁ ନିଜ ବାପା-ମା ଓ ଗୁରୁଙ୍କ ଠାରୁ ଗାଳି ମିଳେ, ମୁଁ ସନାତନ ଧର୍ମର ପ୍ରଚାର କରିବାକୁ ଚାହୁଁଛି। ଜଗଦଗୁରୁ ରାମଭଦ୍ରାର୍ଚାଯ୍ୟ ଜୀ ମୋ ପାଇଁ ଭଗବାନ ସମାନ। ଅଭିନବର ବଢ଼ୁଥିବା ପପୁଲାରିଟି ଯେଉଠି ତାଙ୍କୁ ନୁଆ ପରିଚୟ ଦେଇଛି ସେଠି ସୋସିଆଲ ମିଡ଼ିଆରେ ଏବେ ବି ବହୁ ଲୋକ ତାଙ୍କ ଦାବିକୁ ନେଇ ସନ୍ଦେହ ସୃଷ୍ଟି କରୁଛନ୍ତି। 


 


 

 

Sponsored
Innovative spirituality or acting? | Argus News