Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆହୁରି ଶକ୍ତିଶାଳି ହେଲା INS, ସାମିଲ ହେଲା ତମାଲ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆହୁରି ଶକ୍ତିଶାଳି ହେଲା INS, ସାମିଲ ହେଲା ତମାଲ

Key Points

ଆଇଏନଏସ ତମାଲର ନାଁ ଭାରତୀୟ ପୌରାଣିକ କଥାରୁ ନିଆଯାଇଛି ।
ଦେବତାଙ୍କ ରାଜା ଇନ୍ଦ୍ରଙ୍କ ପ୍ରମୁଖ ଅସ୍ତ୍ରର ନାଁ ତମାଲ ।

କମାଲ କରିବ ତମାଲ । ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ଆଜି ନୌସେନାରେ ସାମିଲ ହୋଇଛି ଶତ୍ରୁ ପାଇଁ କାଳ ଆଇଏସଏସ ତମାଲ । ତମାଲରେ ନିୟୋଜିତ ହୋଇଛନ୍ତି ୨୫୦ରୁ ଅଧିକ ଯବାନ । ଋଷର କାନିନିନଗ୍ରାଦରେ ଆୟୋଜିତ ଭବ୍ୟ ସମାରୋହରେ ଅତ୍ୟାଧୁନିକ ଷ୍ଟିଲ୍ଥ ଗ୍ରାଇଡେଡ ମିସାଇଲ ଫ୍ରିଗେଟ ଆଇଏନଏସ ତମାଲକୁ ଭାରତୀୟ ନୌସେନାରେ ଔପଚାରିକ ଭାବେ ସାମିଲ କରାଯାଇଛି ।

କାର୍ଯ୍ୟକ୍ରମରେ ନୌସେନାର ୱେଷ୍ଟର୍ଣ୍ଣ କମାଣ୍ଡ ଫ୍ଲାଇଂ ଅଫିସର କମାଣ୍ଡିଂ ଇନ ଚିଫ୍ ଭାଇସ ଆଡମିରାଲ ସଂଜୟ ଜେ. ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତମାଲ ଲଞ୍ଚିଂ କାର୍ଯ୍ୟକ୍ରମରେ ଭାରତ ଓ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକାରୀ ମଧ୍ୟ ସାମିଲ ଥିଲେ । ଆଇଏନଏସ ତମାଲର ନାଁ ଭାରତୀୟ ପୌରାଣିକ କଥାରୁ ନିଆଯାଇଛି । ଦେବତାଙ୍କ ରାଜା ଇନ୍ଦ୍ରଙ୍କ ପ୍ରମୁଖ ଅସ୍ତ୍ରର ନାଁ ତମାଲ । ଯାହା ଭାରତୀୟ ନୌସେନାର ନୂଆ ସୋପାନରେ ପହଞ୍ଚାଇଛି । ୧୨୫ ମିଟର ଲମ୍ବ ଓ ୩ ହଜାର ୯ ଶହ ଟନ ଓଜନର ଏହି ଫ୍ରିଗେଟ ପଶ୍ଚିମ ନୌସେନା ଅଧିନ ଆରବ ଓ ପଶ୍ଚିମ ଭାରତ ମହାସାଗରରେ ମୁତୟନ କରାଯିବ ।

ଏକ ଧାରୁଆ ଅସ୍ତ୍ର ଭଳି ତମାଲକୁ ପ୍ରସ୍ତୁତ କରାଯାଇଛି । ସଠିକ୍ ଆକ୍ରାମଣ କ୍ଷମତା ଓ ତୀବ୍ର ଗତି ଏହି ଯୁଦ୍ଧପୋତକୁ ଅନ୍ୟ ଯୁଦ୍ଧପୋତଠାରୁ ଭିନ୍ନ ପରିଚୟ ଦେଇଛି । ତମାଲ ଘଣ୍ଟାପ୍ରତି ୫୫କି.ମି ବେଗରେ ଗତି କରିପାରିବ । ଗୋଟିଏ ସମୟରେ କୌଣସି ମିସନରେ ବାହାରି ଏହା ୩ହଜାର କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଶତ୍ରୁର ପିଛା କରି କରି ବିନାଶ କରିପାରିବ ଏହି ଯୁଦ୍ଧ ପୋତ । ସବୁଠୁ ବଡ କଥା ହେଉଛି ସୁପର ସୋନିକ୍ ବ୍ରହ୍ମୋସ ମିଜାଇଲ ନିକ୍ଷେପ କରାଯିବାର କ୍ଷମତା ଏହି ଯୁଦ୍ଧପୋତ ପାଖରେ ରହିଛି ।

ପାଣି ତଳେ ବିପଦର ମୁକାବିଲା ପାଇଁ ତମାଲରେ ଅତ୍ୟାଧୁନିକ ଆଣ୍ଟି-ସବମରିନ୍ ରକେଟ୍ ଓ ଟରପେଡୋ ସିଷ୍ଟମ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶତ୍ରୁ ରାଡାରରୁ ବଞ୍ଚିବା ପାଇଁ ଏଥିରେ ଉନ୍ନତମାନର ଟେକନୋଲୋଜିକୁ ବ୍ୟବହାର କରାଯାଇଛି । ଶତ୍ରୁ ରାଡାରରେ ନଆସି ଶତ୍ରୁ ଉପରେ ଭରପୁର ଆକ୍ରମଣ କରିପାରିବ ଏହି ଯୁଦ୍ଧପୋତ । ଏହି ଯୁଦ୍ଧପୋତରେ ସ୍ଥିତି ନିରୀକ୍ଷଣ ଓ ଯୁଦ୍ଧ ମିଶନ ପାଇଁ ଲଢୁଆ ହେଲିକପ୍ଟର ମୁତୟନ ହୋଇ ରହିବ । ସ୍ଥିତିକୁ ନିରିକ୍ଷଣ କରିବା ସହ ଆବଶ୍ୟକ ପଡିଲେ ଶତ୍ରୁ ଉପରେ ଆକ୍ରମଣ ବି କରିପାରିବ ଏହି ହେଲିକପ୍ଟର । ତାମାଲ ଶୀଘ୍ର ନୌସେନାରେ ସାମିଲ ହେଲେ ଭାରତୀୟ ନୌସେନାର କ୍ଷମତା ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନୌସେନାର ରଣନୀତି ବୃଦ୍ଧି ପାଇବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
INS becomes more powerful, Due to Tamal Joins | Argus News