Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indian Navy: ଶତ୍ରୁ ଶିବିରରେ ଆତଙ୍କ ! INS ଉଦୟଗିରି ଓ ହିମଗିରି କରିବ ପାକିସ୍ତାନ ହେମାଳ

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Indian Navy: ଶତ୍ରୁ ଶିବିରରେ ଆତଙ୍କ ! INS ଉଦୟଗିରି ଓ ହିମଗିରି କରିବ ପାକିସ୍ତାନ ହେମାଳ

Key Points

ଶତ୍ରୁକୁ ସାଗରରେ ସମାଧି ଦେବାକୁ ନୌସେନା ପ୍ରସ୍ତୁତ ।

୨ ଗାଇଡେଡ ମିସାଇଲ ଷ୍ଟିଲ୍ଥ ଫ୍ରିଗେଟ ନୌସେନାରେ ସାମିଲ କଲେ ପ୍ରତିରକ୍ଷା ମନ୍ତ୍ରୀ ।

ଯୁଦ୍ଧପୋତରୁ ଏକକାଳୀନ ହେବ ୩୦୦ ବ୍ରହ୍ମୋସ ମିସାଇଲ ଲଞ୍ଚିଂ !

ଶତ୍ରୁକୁ ଜଳପଥରୁ ଟାର୍ଗେଟ କରିବାକୁ ଭାରତୀୟ ନୌସେନାର ଆଧୁନିକୀକରଣ। ନୌସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ଉଦୟଗିରି ଓ ଆଇଏନଏସ ହିମଗିରି । ଏହି ଯୁଦ୍ଧ ଜାହାଜରୁ ମହାଶକ୍ତି ବ୍ରହ୍ମୋସ ମିସାଇଲ ଲଞ୍ଚିଂ କ୍ଷମତା ଭାରତୀୟ ନୌସେନାର ପରାକ୍ରମକୁ ଶତଗୁଣିତ କରିଛି । ଏକକାଳୀନ ୮ଟି ଲେଖାଏଁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଫାୟାର କରାଯାଇପାରିବ । ଯାହାର ଫାୟାରିଂ ରେଞ୍ଜ ଘଣ୍ଟାପ୍ରତି ୧୦ ରୁ ୧୫ ହଜାର କିଲୋମିଟର ରହିବ ।

ଜଳ-ସ୍ଥଳ-ଆକାଶ ... ସବୁଠି ତ୍ରିରଙ୍ଗାର ଜୟଜୟକାର । ସବୁଠି ଶତ୍ରୁକୁ ମୁହଁତୋଡ ଜବାବ ଦେବାକୁ ସମର୍ଥ ଭାରତୀୟ ସେନା । ବ୍ରହ୍ମୋସର ପ୍ରହାରରୁ ବର୍ତ୍ତିପାରିବେନି ଆତଙ୍କବାଦୀ । ଭାରତୀୟ ନୌସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ଉଦୟଗିରି ଓ ଆଇଏନଏସ ହିମଗିରି । ଅପରେସନ ସିନ୍ଦୁର ପରେ ଦ୍ରୁତଗତିରେ ଯୁଦ୍ଧ ଜାହାଜର ଆଧୁନିକୀକରଣର ବଡ଼ ପ୍ରମାଣ ହୋଇଛି ୨ ନୂଆ ଯୁଦ୍ଧ ଜାହାଦ । ଯୁଦ୍ଧ ଜାହାଜରୁ ମହାଶକ୍ତି ବ୍ରହ୍ମୋସ ମିସାଇଲ ଲଞ୍ଚିଂ କ୍ଷମତା ଭାରତୀୟ ନୌସେନାର ପରାକ୍ରମକୁ ଶତଗୁଣିତ କରିଛି ।

ଆଜିର ଦିନକୁ ଐତିହାସିକ କହିବା ସହ ଶତ୍ରୁକୁ ଚେତାବନୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଶକ୍ତି ବୃଦ୍ଧି କାହା ଉପରେ ଆକ୍ରମଣ ପାଇଁ ନୁହେଁ ବରଂ ଆତ୍ମରକ୍ଷା ସହ ଶତ୍ରୁକୁ ଜବାବ ଦେବାକୁ ଆମେ ସବୁ ସ୍ତରରେ ସମର୍ଥ ବୋଲି କହିଛନ୍ତି ରାଜନାଥ । ବିଶାଖାପାଟଣାରେ ଲଞ୍ଚିଂ କାର୍ଯ୍ୟକ୍ରମ ପୂର୍ବରୁ ନୌସେନା ପକ୍ଷରୁ ଅଭିବାଦନ ଗ୍ରହଣ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ।

ଆଇଏନଏସ ଉଦୟଗିରି ଓ ଆଇଏନଏସ ହିମଗିରି ସାମିଲ ହେବାସହ ଭାରତୀୟ ନୌସେନାରେ ଗାଇଡେଡ ମିସାଇଲ ଷ୍ଟିଲ୍ଥ ଫ୍ରଟେଟ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଖୁବଶୀଘ୍ର ନୌସେନାରେ ଗାଇଡେଡ ମିସାଇଲ ଷ୍ଟିଲ୍ଥ ଫ୍ରଟେଟ ସଂଖ୍ୟା ୨୦କୁ ବଦ୍ଧି ପାଇବାକୁ ଯାଉଛି । ଏହାସହ ନୌସେନାରେ ସାମିଲ ଥିବା ୧୩ ଡେଷ୍ଟ୍ରୟର୍ସରେ ୧୬ ବ୍ରହ୍ମୋସ ଲଞ୍ଚର ରହିଛି । ୨୦୩୦ ସୁଦ୍ଧା ନୌସେନା ଏକକାଳୀନ ୩୦୦ ବ୍ରହ୍ମୋସ ମିସାଇଲ ଲଞ୍ଚିଂ ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ନେଭି ଚିଫ୍ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ।

ନୌସେନାରେ ସାମିଲ ନୂଆ ଯୁଦ୍ଧ ଜାହାଜ ଉଦୟଗିରି ଓ ହିମଗିରିରେ ରହିଛି ଅତ୍ୟାଧୁନିକ ରଣକୌଳଶ ବ୍ୟବସ୍ଥା। ଜାହାଜରେ ସ୍ବତନ୍ତ୍ର ସେନ୍‌ସର ସୁଟ୍ ସହ ରହିଛି ମିସାଇଲ ଲଞ୍ଚପ୍ୟାଡ । ଉଭୟ ଯୁଦ୍ଧ ଜାହାଜରୁ ଏକକାଳୀନ ୮ଟି ଲେଖାଏଁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଫାୟାର କରାଯାଇପାରିବ । ଯାହାର ଫାୟାରିଂ ରେଞ୍ଜ ଘଣ୍ଟାପ୍ରତି ୧୦ ରୁ ୧୫ ହଜାର କିଲୋମିଟର । INS ହିମଗିରି ନିର୍ମାଣ କରିଛି ଗାର୍ଡେନ ସିପ୍ ବିଲ୍ଡର୍ସ ଆଣ୍ଡ ଇଂଜିନିୟର୍ସ ।

ସେହିପରି ମାଜାଗନ ଡକ୍ ସିପ୍ ବଲ୍ଡର୍ସ ଲିମିଟେଡ ଦ୍ବାରା ନିର୍ମିତ ହୋଇଛି INS ଉଦୟଗିରି । ଉଭୟ ୱାରସିପ୍‌ରେ ରହିଛି ହାଲୁକା ବୁଡ଼ାଜାହାଜ-ବିଧ୍ବଂସୀ ଟର୍ପିଡୋ, ସ୍ୱଦେଶୀ ଇଣ୍ଡିଜେନସ ରକେଟ୍ ଲଞ୍ଚର, ଏମ୍‌ଏଫ୍‌-ଷ୍ଟାର୍‌ ମଲ୍ଟି ମିସନ ରାଡାର, ବାୟୁବାହିତ ପ୍ରାରମ୍ଭିକ ଚେତାବନୀ ରାଡାର, ଭୂପୃଷ୍ଠ ନିରୀକ୍ଷଣ ରାଡାର ସହ ହମସା-ଏନ୍‌ଜି ସୋନାର ବ୍ୟବସ୍ଥା । ଅତ୍ୟାଧୁନିକ କମ୍ବାଟ ମ୍ୟାନେଜମେଣ୍ଟ ସିଷ୍ଟମ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ଉଭୟ ଉଦୟଗିରି ଓ ହିମଗିରି ୱାରସିପରେ ରହିଛି । ଯାହା ଭାରତୀୟ ନୌସେନା ପାଇଁ ହୋଇଛି ଗେମ୍ ଚେଞ୍ଜର । ସମୁଦ୍ରରୁ ଭାରତୀୟ ନୌସେନାର ହୁଙ୍କାର ଶତ୍ରୁର ନିଦ ହଜାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
INS Udaygiri, INS Himgiri commissioned in Visakhapatnam, Rajnath Singh says ‘no future ship will be built abroad’ | Argus News