Inspiration: କୋଚିଂ ନେବାକୁ ରେଲଓ୍ୱେ ଷ୍ଟେସନ ଆସୁଛନ୍ତି ୫୦୦ ଛାତ୍ର, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ...

Key Points
ସକାଳୁ ଦୁଇ ଘଣ୍ଟା ସନ୍ଧ୍ୟାରେ ଦୁଇ ଘଣ୍ଟା ।
ସିନିୟର ଛାତ୍ରମାନେ ଜୁନିଅର ମାନଙ୍କୁ ଗାଇଡ୍ କରନ୍ତି ।
ଡାଉଟ୍ କ୍ଲିୟର କରନ୍ତି ।
ସକାଳୁ ଦୁଇ ଘଣ୍ଟା ସନ୍ଧ୍ୟାରେ ଦୁଇ ଘଣ୍ଟା । ରେଲ୍ଓ୍ୱେ ଷ୍ଟେସନ ପାଲଟିଯାଏ କୋଚିଂ ସେଣ୍ଟର । ଗୋଟିଏ ପ୍ଲାଟ୍ଫର୍ମ ନୁହେଁ ଦୁଇଟି ପ୍ଲାଟ୍ଫମର୍ମ, ୧ ନମ୍ବର ଏବଂ ୨ ନମ୍ବରରେ ପିଲାମାନେ ବସି ପାଠ ପଢ଼ନ୍ତି । ଏଠି ଯେଉଁ ପିଲାମାନେ ପାଠ ପଢ଼ନ୍ତି, ସେମାନେ ଆଗକୁ ଦେଶର ଭବିଷ୍ୟତ ଲେଖିବେ ବୋଲି ସବୁଠି ଚର୍ଚ୍ଚା । କାରଣ ଏହି ପିଲାମାନେ ଏହି ପ୍ଲାଟ୍ଫର୍ମରେ ବସି ନେଇଥାନ୍ତି ସିଭିଲ ସର୍ଭିସ କୋଚିଂ । ଏଥିରେ Indian Administrative Service, State Civil Service, ଅନେକ ବ୍ୟାଙ୍କିଂ ପରୀକ୍ଷା, IIT ଓ IIMs ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଆଶାୟୀ ସାମିଲ ଅଛନ୍ତି ।
ଏହି ସିଲ୍ସିଲା ୨୦୦୨-୦୩ ମସିହାରେ ଆରମ୍ଭ ହେଲା । ସେତେବେଳେ ମାତ୍ର ହାତ ଗଣତି ଅଳ୍ପ କିଛି ପିଲା ସାସାରମ ରେଳ ଷ୍ଟେସନ୍କୁ ଆସି ପାଠ ପଢ଼ନ୍ତି । ଧିରେ ଧିରେ ଏହି ସଂଖ୍ୟା ବଢ଼ିବାକୁ ଲାଗିଲା । ଏମିତିକି ଏହା ଏକ ଅନୁଷ୍ଠନର ରୂପ ନେଲା । ଏବେ ଏହି ସଂଖ୍ୟା ଢ଼େର ଅଧିକରେ ପହଞ୍ଚି ସାରିଛି । ସବୁଠାରୁ ବଡ଼ କଥା ହେଲା ଏଠାରେ କେହି ଶିକ୍ଷକ ନାହାନ୍ତି । ସିନିୟର ଛାତ୍ରମାନେ ଜୁନିଅର ମାନଙ୍କୁ ଗାଇଡ୍ କରନ୍ତି । ଡାଉଟ୍ କ୍ଲିୟର କରନ୍ତି । ଏହି ସିନିୟର ଛାତ୍ରଙ୍କ ମଧ୍ୟରେ କିଛି ଏମିତି ଅଛନ୍ତି ଯେଉଁମାନେ ପରୀକ୍ଷାରେ ପାସ୍ କରି ଖୁବ୍ ଭଲ ଭଲ ଉଚ୍ଚ ପଦ ପଦବୀରେ ରହିସାରିଛନ୍ତି । ଆଉ କିଛି ଛାତ୍ର ଅଛନ୍ତି ଯେଉଁମାନେ ଏବେ ବି ଚେଷ୍ଟା ଜାରି ରଖିଛନ୍ତି ।
ଆପଣଙ୍କ ମନରେ ପ୍ରଶ୍ନରେ ଆସୁଥିବ ଏହି ଷ୍ଟେସନରେ କାହିଁକି ପିଲାମାନେ ପାଠ ପଢ଼ୁଛନ୍ତି । ତେବେ ଏହାର ସରଳ ଉତ୍ତର ହେଲା, ଏଠାରେ ୨୪ ଘଣ୍ଟା ବିଜୁଳିର ବ୍ୟବସ୍ଥା ରହିଛି । ଏଠାରେ ବିଦ୍ୟୁତ କାଟ ହୁଏ ନାହିଁ । ଏଠାକୁ ପାଠ ପଢ଼ିବାକୁ ଆସୁଥିବା ଅଧିକାଂଶ ପିଲାଙ୍କ ଗାଁରେ ବିଦ୍ୟୁତ ସଂଯୋଗ ନାହିଁ, କିମ୍ବା ଅଧାରୁ ଅଧିକ ସମୟ ବିଦ୍ୟୁତ କାଟ ହେଉଛି । ସେହି ଜିଲ୍ଲା ଗୁଡ଼ିକରେ କମ୍ୟୁନିଷ୍ଟ ବିଦ୍ରୋହର ପ୍ରବାହ ମଧ୍ୟ ରହିଛି । ଏହି ପିଲାମାନଙ୍କ ମଧ୍ୟରେ ବିହାର ରୋହତାସର ଅନେକ ଛାତ୍ରଛାତ୍ରୀ ରହିଛନ୍ତି। ଏମାନଙ୍କ ଏକମାତ୍ର ଲକ୍ଷ୍ୟ ରହିଛି ସରକାରୀ ଚାକିରି କରିବା ।
ଆପଣମାନେ ଜାଣିକି ଖୁସି ହେବେ, ଏହି ଷ୍ଟେସନର ପରିଚୟ ମଧ୍ୟ ଜନସାଧାରଣରେ ବଦଳିଯାଇଛି । ଏଠାରେ ଯିଏ ପାଠ ପଢ଼ନ୍ତି ସେମାନେ ଜୀବନରେ ଭଲ ପଦବୀରେ ରୁହନ୍ତି । ତେଣୁ ଧିରେ ଧିରେ ଏହି ଷ୍ଟେସନ କୋଚିଂ ସେଣ୍ଟର ପ୍ରତି ଅନେକ ଛାତ୍ରଛାତ୍ରୀଙ୍କ ଆସ୍ଥା ବଢ଼ି ଚାଲିଛି । ଏମିତିକି ଏହି ଛାତ୍ରଛାତ୍ରୀଙ୍କୁ ଷ୍ଟେସନରେ ସବୁ ଦିନିଆ ଏଣ୍ଟ୍ରି କରିବା ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି । ପାଖାପାଖି ୫୦୦ ଜଣଙ୍କୁ ଦିଆଯାଇଛି ଏଣ୍ଟ୍ରି ପାସ୍ ।
କିଛି ଛାତ୍ର ଅଛନ୍ତି ଯେଉଁମାନେ ଘରକୁ ମଧ୍ୟ ଯାଆନ୍ତି ନାହିଁ । ସେହି ଷ୍ଟେସନରେ ହିଁ ଶୋଇପଡ଼ନ୍ତି । ସେଠାରେ କେବଳ ସେମାନେ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି ତାହା ନୁହେଁ, ସେମାନେ ଇଣ୍ଟରଭ୍ୟୁ ପାଇଁ ଏଠାରେ ସିନିୟର ମାନଙ୍କଠାରୁ କୋଚିଂ ନିଅନ୍ତି ।