Videos
|
National

Instagram New Rules / ଇନଷ୍ଟାଗ୍ରାମରେ ଲାଗିବ ଏଆଇର ନଜର, ଏଣିକି କମ୍ ଦେଖାଯିବ ଏହି ସବୁ ପୋଷ୍ଟ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଇନଷ୍ଟାଗ୍ରାମରେ ଲାଗିବ ଏଆଇର ନଜର, ଏଣିକି କମ୍ ଦେଖାଯିବ ଏହି ସବୁ ପୋଷ୍ଟ
meta

Key Points

ଭାରତରେ କଣ୍ଟେଣ୍ଟ ରେକମେଣ୍ଡସନ୍ ସିଷ୍ଟମରେ ପରିବର୍ତ୍ତନ
AI ଦ୍ଵାରା ଫିଲ୍ଟର ହେବ ସବୁ କଣ୍ଟେଣ୍ଟ
AI ସିଷ୍ଟମକୁ ଆହୁରି ଉନ୍ନତ କରାଯିବ ବୋଲି ମେଟା କହିଛି

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ମଙ୍ଗଳବାର ଭାରତରେ ନିଜର କଣ୍ଟେଣ୍ଟ ରେକମେଣ୍ଡେସନ୍ ସିଷ୍ଟମ(ବିଷୟବସ୍ତୁ ସୁପାରିସ ବ୍ୟବସ୍ଥା)ରେ ପରିବର୍ତ୍ତନ କରିଥିବା କହିଛି । ତେଣୁ ଏବେ ୟୁଜରମାନଙ୍କୁ ଇନଷ୍ଟାଗ୍ରାମରେ ଅଶ୍ଳୀଳ, ହିଂସକ ପୋଷ୍ଟ କମ୍ ଦେଖିବାକୁ ମିଳିବ । ଏଥିଲାଗି କମ୍ପାନି କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ନୂଆ ଏବଂ ଉନ୍ନତ ମଡେଲ୍କୁ ବ୍ୟବହାର କରିଛି । ଏହି ମଡେଲ ଆପତ୍ତିଜନକ କଣ୍ଟେଣ୍ଟକୁ ଚିହ୍ନଟ କରି ୟୁଜରମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ତାକୁ ରେକମେଣ୍ଡେସନ୍ ବା ସୁପାରିସରୁ ହଟାଇଦେବ।

ନୂଆ ସିଷ୍ଟମ ଅନୁସାରେ ଏବେ ଏଆଇ ମଡେଲଗୁଡି଼କ ୟୁଜରମାନଙ୍କ ଅଭିଯୋଗ ବିନା ଆପତ୍ତିଜନକ ପୋଷ୍ଟର ଯାଞ୍ଚ କରିବେ । ଏହି ପରିବର୍ତ୍ତନ ଇନଷ୍ଟାଗ୍ରାମର ରିଲ୍ସ, ଏକ୍ସପ୍ଲୋର ଏବଂ ଫିଡ୍ ସେକ୍ସନରେ ଲାଗୁ ହେବ । ଏହାଦ୍ୱାରା ୟୁଜରମାନେ ନିଜେ ଫଲୋ କରୁନଥିବା କିନ୍ତୁ ଇନଷ୍ଟାଗ୍ରାମର ଆଲଗୋରିଦମ୍ ସେମାନଙ୍କୁ ଦେଖାଉଥିବା ପୋଷ୍ଟ ଉପରେ ପ୍ରଭାବ ପଡି଼ବ । ସେହିପରି ଇନ୍ଷ୍ଟାଗ୍ରାମରେ ୟୁଜରମାନେ ନଟ୍ ଇଣ୍ଟରେଷ୍ଟେଡ୍ (ଆଗ୍ରହୀ ନୁହେଁ) ବିକଳ୍ପ ଦ୍ୱାରା ପସନ୍ଦ ଆସୁନଥିବା ପୋଷ୍ଟ ସଂଖ୍ୟା ହ୍ରାସ କରିପାରିବେ ।

ପଢନ୍ତୁ ଏହି ଖବର: ୩ ବର୍ଷ ମଧ୍ୟରେ ବିଶ୍ୱକୁ କବ୍‌ଜା କରିବ AI! ମାନବଜାତି ପାଇଁ ଆସୁଛି ବଡ଼ ବିପଦ

ସେନ୍ସିଟିଭ୍ କଣ୍ଟେଣ୍ଟ କଣ୍ଟ୍ରୋଲ ଦ୍ୱାରା ସମ୍ବେଦନଶୀଳ ବିଷୟବସ୍ତୁକୁ ସୀମିତ ରଖିପାରିବେ । ହିଡନ୍ ୱାର୍ଡସ ଫିଚର ଦ୍ୱାରା ଆପତ୍ତିଜନକ ଶବ୍ଦ, କମେଣ୍ଟକୁ ଫିଲ୍ଟର କରିହେବ । ଇନ୍ଷ୍ଟାଗ୍ରାମ ପକ୍ଷରୁ କିଶୋରଙ୍କ ଲାଗି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ଇନଷ୍ଟାଗ୍ରାମ ଟିନ୍ ଆକାଉଣ୍ଟସ ପ୍ରଚଳନ କରିଛି । ଏଥିରେ ୧୩ ପ୍ଲସ୍ କଣ୍ଟେଣ୍ଟ ସେଟିଙ୍ଗ ଅନୁସାରେ ୟୁଜରଙ୍କ ବୟସ ହିସାବରେ ପୋଷ୍ଟଗୁଡିକ ପ୍ରଦର୍ଶିତ ହୋଇଥାଏ ଏବଂ ଅତିରିକ୍ତ ସୁରକ୍ଷା ନିୟମ ଲାଗୁ କରାଯାଏ । ଏଥିସହ ୟୁଜରମାନଙ୍କ ପ୍ରତିକ୍ରିୟା ଆଧାରରେ ନିଜର ଏଆଇ ସିଷ୍ଟମକୁ ନିରନ୍ତର ଉନ୍ନତ କରିବ ବୋଲି ମେଟା କହିଛି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: