Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ଅଛନ୍ତି ୫ହଜାରରୁ ଅଧିକ ପାକିସ୍ତାନୀ ନାଗରିକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦିଲ୍ଲୀରେ ଅଛନ୍ତି ୫ହଜାରରୁ ଅଧିକ ପାକିସ୍ତାନୀ ନାଗରିକ

ଦିଲ୍ଲୀରେ ଅଛନ୍ତି ୫ହଜାରରୁ ଅଧିକ ପାକିସ୍ତାନୀ ନାଗରିକ । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଛି । ଦିଲ୍ଲୀରେ ରହୁଥିବା ପାକିସ୍ତାନ ନାଗରିକମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି । ସେମାନଙ୍କୁ ଚିହ୍ନଟ କରି ପାକିସ୍ତାନକୁ ତୁରନ୍ତ ବିଦା କରିବାକୁ କୁହାଯାଇଛି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ମୋଦି ସରକାର କଠୋର ପଦକ୍ଷେପ ନେଇଛନ୍ତି । ଭାରତରେ ରହୁଥିବା ପାକିସ୍ତାନ ନାଗରିକ ମାନଙ୍କ ଭିସା ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀର ମଞ୍ଜୁ କା ତିଲା ଅଂଚଳରେ ୯୦୦ ଓ ସିଗନେଚର ବ୍ରିଜ୍ ଅଂଚଳରେ ୭ଶହରୁ ଅଧିକ ପାକିସ୍ତାନୀ ନାଗିରକ ଥିବା ସୂଚନା ମିଳିଛି ।


ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି । ଏହି ସମୟରେ, ସମ୍ପ୍ରତି ଭାରତୀୟ ନୌସେନା ଯୁଦ୍ଧଜାହାଜ ଅନେକ ସଫଳ ଆଣ୍ଟି ସିପ୍ ମିଶାଇଲ୍ ନିକ୍ଷେପ କରିଛି । ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ୨୬ ଜଣ ଲୋକ ପ୍ରାଣ ହରାଇଥିଲେ, ଯାହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ବର୍ତ୍ତମାନ ଭାରତ ଏହାର ଯବାବ ଦେଉଛି। ଖୋଜି ଖୋଜି ଆତଙ୍କୀର ଘର ଭାଙ୍ଗିଛନ୍ତି ସେନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
intelligence-bureau-flags-5000-pakistani-nationals-staying-in-delhi | Argus News