Inter Caste Marriage / ଅନ୍ତର୍ଜାତି ବିବାହ କଲେ ସରକାର ଦେଉଛନ୍ତି ୫ ଲକ୍ଷ ପର୍ଯ୍ୟନ୍ତ ସହାୟତା, ଜାଣନ୍ତୁ କେମିତି କରିବେ ଆବେଦନ ?
·46 mins ago·2 min read

Key Points
କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଶି ଅନ୍ତର୍ଜାତି ବିବାହ କରୁଥିବା ନବ ବିବାହିତ ଦମ୍ପତିଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି । ଏହି ଯୋଜନାରେ ନବ ବିବାହିତ ଦମ୍ପତିଙ୍କୁ ୫୦ ହଜାର ଟଙ୍କାରୁ ନେଇ ୫ ଲକ୍ଷ ପର୍ଯ୍ୟନ୍ତ ଅର୍ଥ ରାଶି ସହାୟତା ମିଳୁଛି ।
ନୂଆଦିଲ୍ଲୀ: ସମାଜରୁ ଜାତିଗତ ଭେଦଭାବ ଦୂର ଓ ସାମାଜିକ ଏକତାକୁ ପ୍ରୋତ୍ସାହନ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଶି ଅନ୍ତର୍ଜାତି ବିବାହ (Inter Caste Marriage) କରୁଥିବା ନବ ବିବାହିତ ଦମ୍ପତିଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ।
ଏହି ଯୋଜନାରେ ନବ ବିବାହିତ ଦମ୍ପତିଙ୍କୁ ୫୦ ହଜାର ଟଙ୍କାରୁ ନେଇ ୫ ଲକ୍ଷ ପର୍ଯ୍ୟନ୍ତ ଅର୍ଥ ରାଶି ସହାୟତା ମିଳୁଛି । ଏହି ଯୋଜନାର ଲାଭ ଉଠାଇବା ପାଇଁ କ'ଣ ରହିଛି ସର୍ତ୍ତ ? କେତେ ଟଙ୍କା ମିଳିଥାଏ ଓ ଆବେଦନ କିଭଳି କରିବେ ଆସନ୍ତୁ ଜାଣିବା ।
କାହାକୁ ମିଳିବ ଲାଭ ?
ଏହି ସରକାରୀ ଯୋଜନାର ଲାଭ ପାଇବା ଲାଗି କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ । ସର୍ତ୍ତ ଗୁଡ଼ିକ ହେଲା-
ଜାତି ସର୍ତ୍ତ: ବିବାହ କରିବାକୁ ଯାଉଥିବ ଯୋଡ଼ି ମଧ୍ୟରୁ ଜଣେ ଅନୁସୂଚିତ ଜାତି (SC)ର ହୋଇଥିବା ଆବଶ୍ୟକ ଏବଂ ଅନ୍ୟ ଜଣେ ସାଧାରଣ କିମ୍ବା ଓବିସି ବର୍ଗର ହୋଇଥିବା ଆବଶ୍ୟକ ।
ପ୍ରଥମ ଥର ବିବାହ ଜରୁରୀ: ପତି ଓ ପତ୍ନୀ ଉଭୟ ପ୍ରଥମ ଥର ବିବାହ (First Marriage) କରୁଥିବା ଆବଶ୍ୟକ । ଉଭୟଙ୍କ ମଧ୍ୟରୁ କେହି ଦ୍ଵିତୀୟ ଥର ବିବାହ କରୁଥିଲେ ଲାଭ ମିଳିବ ନାହିଁ ।
ଆଇନତଃ ବିବାହ ପଞ୍ଜୀକରଣ: ବିବାହ ସମ୍ପୂର୍ଣ୍ଣ ଭାବେ ଆଇନତଃ ପଞ୍ଜିକୃତ ହେବା ଆବଶ୍ୟକ । ବିବାହ ସାର୍ଟିଫିକେଟ୍ ହିନ୍ଦୁ ବିବାହ ଆଇନ୍ ୧୯୫୫ ଅଥବା ସ୍ଵତନ୍ତ୍ର ବିବାହ ଆଇନ୍ ଅନୁଯାୟୀ ଜାରି ହୋଇଥିବା ବାଧ୍ୟତାମୂଳକ ଅଟେ ।
ଏଥିସହ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 24ତମ କିସ୍ତି କେବେ ? ଜାଣନ୍ତୁ କେଉଁମାନଙ୍କୁ ମିଳିବନି ଟଙ୍କା...
ଆବେଦନ ସମୟ ସୀମା
ଯଦି ଆପଣ ଅନ୍ୟ ଜାତିରେ ବିବାହ କରିଛନ୍ତି । ତାହେଲେ ଆପଣ ବିବାହର ଗୋଟିଏ ବର୍ଷ ମଧ୍ୟରେ ଯୋଜନାରେ ଆବେଦନ କରିବାକୁ ପଡ଼ିବ । ବିବାହର ବର୍ଷକ ପରେ ଆବେଦନ ଗ୍ରହଣ କରାଯିବ ନାହିଁ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା
ଡ. ଆମ୍ବେଦକର ସାମାଜିକ ଏକୀକରଣ ଯୋଜନା କେନ୍ଦ୍ର ସରକାର ଲାଗୁ କରିଛନ୍ତି । ଯେଉଁଥିରେ ନବବିବାହିତ ଦମ୍ପତିଙ୍କୁ ଅର୍ଥ ରାଶି ପ୍ରଦାନ କରାଯାଇଥାଏ । ଉତ୍ତରପ୍ରଦେସ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡ଼ିଶା ଆଦି ରାଜ୍ୟ ମଧ୍ୟ ଅନ୍ତର୍ଜାତି ବିବାହ ଯୋଜନା ଲାଗୁ କରିଛନ୍ତି । ଭିନ୍ନ ଭିନ୍ନ ରାଜ୍ୟର ନିୟମ ଅନୁସାରେ, ଆର୍ଥିକ ସହାୟତା ୫୦ ହଜାରରୁ ନେଇ ୫ ଲକ୍ଷ ପର୍ଯ୍ୟନ୍ତ ମିଳୁଛି ।
କେମିତି କରିବେ ଆବେଦନ ?
ଆବେଦନ କରିବା ପାଇଁ ଆପଣ ଜିଲ୍ଲା ମଙ୍ଗଳ ବିଭାଗ ସହ ସମ୍ପର୍କ କରିପାରିବେ ଅଥବା ସେହି ବିଭାଗର ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ବିବାହ ପ୍ରମାଣପତ୍ର, ଜାତିଗତ ପ୍ରମାଣ ପତ୍ର, ଆଧାର କାର୍ଡ ଓ ପ୍ରଥମ ବିବାହ ପ୍ରମାଣ ପତ୍ର ଦାଖଲ କରିବାକୁ ପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories