Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଜି ହେଉଛି ‘ଅନ୍ତର୍ଜାତୀୟ ବାମହାତୀ ଦିବସ’

National

ଆଜି ହେଉଛି ‘ଅନ୍ତର୍ଜାତୀୟ ବାମହାତୀ ଦିବସ’

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ହେଉଛି  ‘ଅନ୍ତର୍ଜାତୀୟ ବାମହାତୀ ଦିବସ’

ଅର୍ଗସ ବ୍ୟୁରୋ:  ଆଜି ହେଉଛି ‘ଇଣ୍ଟର୍ ନ୍ୟାସ୍‌ନାଲ୍ ଲେଫ୍ଟ-ହ୍ୟାଣ୍ଡର୍ସ ଡେ’, ଅର୍ଥାତ ‘ଅନ୍ତର୍ଜାତୀୟ ବାମହାତୀ ଦିବସ’। ବାମହାତୀ, ଅର୍ଥାତ ସବୁ ପ୍ରଧାନ କାର୍ଯ୍ୟକୁ ବାମ ହାତରେ କରୁଥିବା ବ୍ୟକ୍ତି । କାରଣ ପୃଥିବୀରେ ସମସ୍ତେ ପ୍ରାୟ ନିଜ ଡାହାଣ ହାତ ହିଁ କାର୍ଯ୍ୟପାଇଁ ବ୍ୟବହାର କରିଥାନ୍ତି । ଅତୀତରେ ଏକ ବିଶ୍ବାସ ରହିଛି ତି ବାମ ହାତ ଶୁଭ ନୁହେଁ । ତେଣୁ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 13 ତାରିଖକୁ ବାମହାତୀ ଦିବସ ଭାବେ ପାଳନ କରାଯଉଛି । ସର୍ଭେ ଅନୁଯାଇ ବିଶ୍ବର ସମୁଦାୟ ଜନସଂଖ୍ୟର 10 ପ୍ରତିଶତ ହେଉଛନ୍ତି ବମହାତୀ । ଅନେକ ପ୍ରସିଦ୍ଧ ବ୍ୟକ୍ତି  ଯେମିତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ମାଇକ୍ରୋସଫ୍ଟର ନିର୍ମାତା ବିଲ୍ ଗେଟ୍‌ସ, ପ୍ରସିଦ୍ଧ ରାଜନେତା ତଥା ସାମରିକ ଶାସକ ନେପୋଲିଓନ୍ ବୋନାପାର୍ଟ ପ୍ରମୁଖ।

ସେହିପରି ପ୍ରସିଦ୍ଧ ଭାରତୀୟ ଲେଫ୍‌ଟିଙ୍କ ମଧ୍ୟରେ ଅଛନ୍ତି ସ୍ବାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରସିଦ୍ଧ ବିଲିଉଡ୍ ଅଭିନେତା ଅଭିତାଭ ବଚ୍ଚନ, ବିଶିଷ୍ଠ ଶିଳ୍ପପତି ରତନ ଟାଟା ଓ ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର୍ ପ୍ରମୁଖ। ଏମାନଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ ଆଇସା ଟାକିଆ, ସୋନାକ୍ଷୀ ସିହ୍ନା, ଅଭିନେତା ଅଭୟ ଦେଓଲ୍‌, ଅଭିଷେକ ବଚ୍ଚନ, ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲି, ଅଭିନେତା ଚାର୍ଲି ଚାପ୍‌ଲିନ ପ୍ରମୁଖ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
International Lefthanders Day | Argus News