International Mens Day / ଆଜି ଅନ୍ତର୍ଜାତୀୟ ପୁରୁଷ ଦିବସ

Key Points
ଯଦି ସମାଜ ଏକ ମୁଦ୍ରା ହୁଏ, ତେବେ ତାର ଦୁଇଟି ପାର୍ଶ୍ଵ ହେବେ ମହିଳା ଓ ପୁରୁଷ । ଆଉ ମୁଦ୍ରାକୁ ଠିକ୍ ଭାବରେ ଚଳାଇବା ପାଇଁ ଉଭୟଙ୍କ ଉପସ୍ଥିତି ବେଶ୍ ଗୁରୁତ୍ୱପୂର୍ଣ୍ଣ । ସମାଜରେ ସମାଜିକ ପ୍ରଥା ପ୍ରଚଳନ ପାଇଁ ମହିଳା ଓ ପୁରୁଷ ଉଭୟ ଆବଶ୍ୟକ । ଉଭୟଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଅନ୍ତର୍ଜାତୀୟ ପୁରୁଷ ଓ ମହିଳା ଦିବସ ପାଳନ କରାଯାଏ । ଯେପରି ମହିଳାଙ୍କ ସମ୍ମାନା ଓ ଅଧିକାର ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି, ଠିକ୍ ସେହିପରି ପୁରୁଷ ଦିବସ ମଧ୍ୟ ପାଳନ କରାଯାଉଛି । ପରିବାର ଓ ସମାଜ ପ୍ରତି ଜଣେ ପୁରୁଷଙ୍କ ଭୂମିକାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୯କୁ ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ପାଳନ କରାଯାଉଛି ।
ହିନ୍ଦୀରେ କଥା ଅଛି ‘ମର୍ଦ କୋ ଦର୍ଦ ନେହିଁ ହୋତା’ ଅର୍ଥାତ୍ ପୁରୁଷକୁ କଷ୍ଟ ହୁଏ ନାହିଁ। ବାସ୍ତବରେ ଏହା ପୁରୁଷର ସହିଯିବା ଗୁଣକୁ ପ୍ରତିପାଦିତ କରୁଛି । ପୁରୁଷକୁ ମଧ୍ୟ ଅନେକ କଥା ଦୁଃଖ ଓ ଯନ୍ତ୍ରଣା ଦେଇଥାଏ, ଆଖିରେ ଲୁହ ଆଣିଦିଏ । କିନ୍ତୁ ସମାଜ ଓ ପରିବାରର ସ୍ଵାର୍ଥ ଭିତରେ ସେ ଦୁଃଖ ଓ ଯନ୍ତ୍ରଣାକୁ ହଜାଇଦିଏ । ଏଭଳି ଅନେକ ପୁରୁଷ ରୋଲ୍ ମଡେଲଙ୍କ ପାଇଁ ଦୁନିଆ ଉପକୃତ ହୋଇଛି । ମହିଳା ଓ ଶିଶୁଙ୍କ ଯତ୍ନ, ସୁରକ୍ଷା ଏବଂ ଜୀବନଧାରଣ ପାଇଁ ଏକ ବଡ଼ ଅବଦାନ ରହିଛି ପୁରୁଷଙ୍କର । ତେଣୁ ସେହି ପୁରୁଷମାନଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ପାଳିତ ହେଉଛି ଅନ୍ତର୍ଜାତୀୟ ପୁରୁଷ ଦିବସ ।
ଆନ୍ତର୍ଜାତୀୟ ପୁରୁଷ ଦିବସ ଏହା ମନେପକେଇଦିଏ ଯେ ସମସ୍ତ ପୁରୁଷ ଅଲଗା କିନ୍ତୁ ସେମାନଙ୍କୁ ପ୍ରଶଂସା କରାଯିବା ଉଚିତ ଏବଂ ସେମାନଙ୍କର ଅବଦାନ ପାଇଁ ଗୋଟିଏ ଦିନ ପାଳନ କରାଯିବା ଉଚିତ । ପୁରୁଷମାନଙ୍କ ପାଇଁ ଏହା ଏକ ଦିନ, ଯାହା ଦ୍ୱାରା ସମାଜ ଦ୍ୱାରା ଦିଆଯାଉଥିବା ଚାପକୁ କମ କରିବା । ସମାଜ ଆଶା କରେ ଯେ ସେମାନେ ଉତ୍ସାହ ପ୍ରଦାନକାରୀ ହୁଅନ୍ତୁ, ଶକ୍ତିଶାଳୀ ହୁଅନ୍ତୁ। ଆଜିର ଦିନ ହେଉଛି ପୁରୁଷତ୍ୱକୁ ସକରାତ୍ମକ ଭାବରେ ବ୍ୟାଖ୍ୟା କରିବା। ଆନ୍ତର୍ଜାତୀୟ ପୁରୁଷ ଦିବସ ମଧ୍ୟ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରେ । ତେବେ ଆଜିର ଦିନରେ ସମାଜ ପ୍ରତି ପୁରୁଷମାନଙ୍କ ଅବଦାନକୁ ସମସ୍ତେ ସ୍ମରଣ କରିବା ଆବଶ୍ୟକ ।
“ପୌରୁଷର ସଜ୍ଞା ଯିଏ ସବଳ, ସାହସୀ, କେବେ ଭାଙ୍ଗି ପଡ଼ିବନି । ଏ ଚିନ୍ତାଧାରା ବଦଳିବା ଆବଶ୍ୟକ । ପୁରୁଷ ମହିଳାଙ୍କ ଭଳି ହାରିପାରେ ବା ଅସହ୍ୟ ହୋଇପାରେ । ସମାଜ ନାରୀ ଓ ପୁରୁଷଙ୍କୁ ଅଲଗା କରିଛି । ଯାହା ପୁରୁଷଙ୍କ ମନରେ ଚାପ ସୃଷ୍ଟି କରୁଛି । କେବଳ ଶାରୀରିକ ବଳ, ଉନ୍ନତ ମାଂସପେଶୀ ବା ମାସିକ ଆୟ ପୌରୁଷର ସଜ୍ଞା ନୁହେଁ । ମାନବିକତା ଓ ସହାନୁଭୂତି ଥିବା ପୁରୁଷ ହିଁ ପ୍ରକୃତ ପୁରୁଷ ।”
ଅନ୍ତର୍ଜାତୀୟ ପୁରୁଷ ଦିବସର ଇତିହାସ
ଅନ୍ତର୍ଜାତୀୟ ପୁରୁଷ ଦିବସ ପ୍ରଥମେ ୧୯୯୯ରେ ୱେଷ୍ଟଇଣ୍ଡିଜ୍ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଡକ୍ଟର ଜେରୋମ ଟିଲକସିଂହ ପାଳନ କରିଥିଲେ । ଏହି ଦିନ ସେ ପୁରୁଷଙ୍କ ହିତ ଉଦ୍ଦେଶ୍ୟରେ କିଛି ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଆମ ଦେଶ ଭାରତରେ ପ୍ରଥମ ଥର ୧୯ ନଭେମ୍ବର ୨୦୦୭ରେ ପୁରୁଷ ଦିବସ ପାଳନ କରାଯାଇଥିଲା।
📱 Get Argus News App
✨Related Topics
Explore more stories