International Politics: ଯିଏ ଆମେରିକାର ମୁଣ୍ଡ ବିନ୍ଧାର କାରଣ, ସେ ଭାରତ ଆଗରେ ନତମସ୍ତକ !

Key Points
ଆପଣ ଏହା ମଧ୍ୟ ଜଣିଥିବେ ଯେ କିମ୍ ଜୋଙ୍ଗ ଭଳି ତାନାସାହୀ ସାରା ବିଶ୍ୱରେ କେହି ନଥିବେ ।
ସେ ତାଙ୍କ ଦେଶରେ ଏମିତି ଅନେକ ନିୟମ କାନୁନ କରିଛନ୍ତି ଯାହା ଶୁଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହେବ ।
ବିଶ୍ୱ ନକ୍ସାରେ ଏକ ଛୋଟ ଦେଶ । ଯାହାକୁ ଜୁମ୍ କଲେ ହିଁ ଦେଖିାପାରିବା । ନହଲେ ତାକୁ ଖାଲି ଆଖିରେ... ଗ୍ଲୋବ୍ରେ ଖୋଜି ପାଇବା କଷ୍ଟ । ହେଲେ.. ସେହି ଦେଶର ଦବ୍ଦବା ସାରା ବିଶ୍ୱରେ ରହିଛି । ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ଆମେରିକାକୁ ମଧ୍ୟ ଧମକ ଦେବା ପାଇଁ ଏହି ଦେଶ ପଛାଏ ନାହିଁ । ଆଉ ସବୁଠାରୁ ବଡ଼ କଥା ହେଲା, ଏହି ଦେଶକୁ ଆମେରିକା ଉଁ କି ଚୁଁ ବି କହିପାରେନି । ଏହି ଦେଶ ଆମେରିକାର ମୁଣ୍ଡ ବିନ୍ଧାର କାରଣ ସାଜିଥିଲେ ବି ଆମେରିକା ଚୁପ୍ ରୁହେ । ଏହି ଦେଶ ସହ ପଙ୍ଗା ନେବା ପାଇଁ କେହି ସାହସ କରନ୍ତି ନାହିଁ ।
ଏହି ଛୋଟିଆ ଦେଶଟି ବିଶ୍ୱର ଅନେକ ବଡ଼ ବଡ଼ ରାଷ୍ଟ୍ରକୁ ଧମକ ଚମକ ଦେଇ ଡରାଇ ରଖିଛି । ହେଲେ ଭାରତକୁ ଆଜି ଯାଏଁ କେବେ ବି ପଦେ କିଛି କହିନି । ଭାରତ ସହ ଲାଗିବାକୁ କେବେ ଚେଷ୍ଟା ବି କରିନି । ଏହା ପଛରେ ରହିଛି ଏକ ବଡ଼ କାରଣ । ଯାହା ଜାଣିବା ପାଇଁ ଆପଣଙ୍କ ମନରେ ବି ଖୁବ୍ ଉତ୍କଣ୍ଠା ରହିଥିବ । ଏହା ସ୍ୱଭାବିକ୍ କଥା, ଯେଉଁ ଦେଶ ଆମେରିକା ଭଳି ଶକ୍ତିଶାଳି ରାଷ୍ଟ୍ରକୁ ଡରୁନାହିଁ, କିନ୍ତୁ ଭାରତକୁ ପଦେ କିଛି କହୁନି । ଏହା ପଛର କାରଣ ଆପଣ ଜାଣିବାକୁ ନିହାତି ଚାହୁଁଥିବେ ।
ବିଶ୍ୱ ମାନଚିତ୍ରରେ ଥିବା ଏହି ଛୋଟିଆ ଦେଶଟି ହେଉଛି ଉତ୍ତର କୋରିଆ । ଯାହା ଅମେରିକା ପାଇଁ ଏକ ଖରାପ ସ୍ୱପ୍ନ ଭଳି । କିମ୍ ଜୋଙ୍ଗ ଓ ଆମେରିକା ମଧ୍ୟରେ ଭୟଙ୍କର ତିକ୍ତତା ଆପଣ ଅନେକ ଥର ଦେଖିଥିବେ । ଆପଣ ଏହା ମଧ୍ୟ ଜଣିଥିବେ ଯେ କିମ୍ ଜୋଙ୍ଗ ଭଳି ତାନାସାହୀ ସାରା ବିଶ୍ୱରେ କେହି ନଥିବେ । ସେ ତାଙ୍କ ଦେଶରେ ଏମିତି ଅନେକ ନିୟମ କାନୁନ କରିଛନ୍ତି ଯାହା ଶୁଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହେବ ।
ଆପଣ ଏହା ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ.. ଦୁନିଆର ଅନେକ ବଡ଼ ବଡ଼ ରାଷ୍ଟ୍ର ସହ ଶତ୍ରୁତା କରିଥିବା ଏହି ଦେଶ ଭାରତ ସହ କେବେ ବି ପଙ୍ଗା ନେବାକୁ ଚେଷ୍ଟା କରିନି । ଏମିତିକି ଭାରତ ବିରୋଧରେ ଥରେ ହେଲେ ବି ପଦେ କିଛି କହି ନାହାନ୍ତି କିମ୍ ଜୋଙ୍ଗ । ସେ ଆମେରିକା ବିରୋଧରେ ଏମିତି ଅନେକ କିଛି ପଦକ୍ଷେପ ନେଇଛନ୍ତି, ଯାହା ଦ୍ୱାରା ହ୍ୱାଇଟ୍ ହାଉସ୍ ମଧ୍ୟ ଚିନ୍ତାରେ ପଡ଼ିଯାଇଛି । କିନ୍ତୁ ଭାରତ କଥା ଆସିଲେ ସେ ପୂରା ଥଣ୍ଡା ପଡ଼ିଯାଆନ୍ତି ।
ଥରେ ଚିନ୍ତା କରନ୍ତୁ ଏମିତି ଏକ ଦେଶ ଯିଏ ଆମେରିକାକୁ ଖୁଲମ ଖୁଲା ଧମକ ଦେଉଛି, କିନ୍ତୁ ଭାରତ କଥା ଉଠିଲେ ପୁରା ଶାନ୍ତ ପଡ଼ିଯାଉଛି । କ'ଣ ଥାଇପାରେ ଏହା ପଛର କାରଣ ? କ'ଣ ସତରେ କିମ୍ ଜୋଙ୍ଗ ଭାରତକୁ ଡରୁଛନ୍ତି ? ନା କାହାଣୀ.. କିଛି ଭିନ୍ନ ?
କିମ୍ ଜୋଙ୍ଗ ଉନ୍ ଆମେରିକାକୁ ପରମାଣୁ ଧମକ.. ମିସାଇଲ ଟେଷ୍ଟ ଭଳି ଏମିତି ଅନେକ ବଡ଼ ବଡ଼ ଧମକ ଦେଇଛନ୍ତି । ଯାହାକୁ ଦେଖି ପୁରା ଦୁନିଆ ଚିନ୍ତାରେ ପଡ଼ିଯାଏ । ଆମେରିକାକୁ ସେ ଦୁଷମନ ନଂ ୧ ବୋଲି ଭାବନ୍ତି । ତେଣୁ ତାକୁ ଖୋଲାଖୋଲି ଗାଳି କରିଥାନ୍ତି । କାରଣ କୋରିଆ ଯୁଦ୍ଧ ସମୟରୁ ଆଜି ଯାଏଁ ସେ ଆମେରିକାକୁ ଶତ୍ରୁ ବୋଲି ଭାବନ୍ତି ।
📱 Get Argus News App
✨ହେଲେ ସେହି କିମ୍ ଜୋଙ୍ଗ ଭାରତ ବିଷୟରେ ପଦେ କୁହନ୍ତି ନାହିଁ । କାରଣ ଭାରତ ଏବଂ ଉତ୍ତର କୋରିଆର କାହାଣୀ କିଛି ଭିନ୍ନ । ଭାରତ କେବେ ବି ସିଧାସଳଖ ଉତ୍ତର କୋରିଆ ସହ ଲାଗିନି । ୧୯୫୦ରୁ ୧୯୫୩ ଯାଏଁ ଲାଗି ରହିଥିବା କୋରିଆନ ଯୁଦ୍ଧରୁ, ଭାରତ ନିଜକୁ ଦୁରେଇ ରଖିଲା । ଗୋଳାବାରୁଦ ବଦଳରେ ଭାରତ ଡାକ୍ତର ଏବଂ ମେଡିକାଲ ସୁବିଧା ଉପଲବ୍ଧ କରାଇବାକୁ ଅଧିକ ଗୁରୁତ୍ୱ ଦେଲା । ଏହାଦ୍ୱାରା ଭାରତ ନିଜର ମାନବିକତା ପ୍ରଦର୍ଶନ କଲା ।
୧୯୭୦ରେ ପ୍ୟାଙ୍ଗୋଙ୍ଗରେ ନିଜର ଦୂତାବାସ ଖୋଲି ଭାରତ ବନ୍ଧୁତାର ହାତ ବଢ଼ାଇଲା । ଦୁଇ ଦେଶ ନିରପେକ୍ଷ ଆନ୍ଦୋଳନରେ ସାମିଲ ଅଛନ୍ତି । ଏମାନେ କେବେ ବି ଆମେରିକା ଅଧୀନରେ କିମ୍ବା ସୋଭିଏତ ଅଧୀନରେ ରହିବାକୁ ଚାହାନ୍ତି ନାହିଁ । ସେମାନେ ସ୍ୱାଧୀନ ଭାବେ ରହିବାକୁ ଚାହାନ୍ତି । ଏହି କାରଣ ପାଇଁ କିମ୍ ଜୋଙ୍ଗ ଭାରତ ବିରୋଧରେ କେବେ ବି ପଦେ କିଛି କୁହନ୍ତି ନାହିଁ ।